ଆଧୁନିକ ନାରୀ
ଆଧୁନିକ ନାରୀ
ଆଧୁନିକ ନାରୀ ରାଣୀଲକ୍ଷ୍ମୀ ବାଇ
ଅସ୍ତ୍ର ଧରି ଲଢ଼ୁଅଛି
କେବେ ବାହ୍ୟ ଶତ୍ରୁ କେବେ ସେ ନିଜକୁ
ରକ୍ଷା ସିଏ କରୁଅଛି
ପାଠ ରେ ଜ୍ଞାନ ରେ ବୁଦ୍ଧି ବିବେକ ରେ
ସବୁଠି ଆଗରେ ନାରୀ
ନାରୀ ନୁହେଁ ଆଜି ଅବଳା ଦୁର୍ବଳା
ଅଛି ସେ ସାହସ ଭରି
ଘର ଠୁ ବାହାର ସବୁ କାମ କରେ
ପୁରୁଷ ସହ ଯେ ମିଶି
ଆଧୁନିକ ନାରୀ ଭାରି ଯେ ସାହସୀ
ରହେ ନାହିଁ ଘରେ ବସି
ଆତ୍ମ ନିର୍ଭର ଯେ ହୋଇଅଛି ସିଏ
ଘର କୁ ଚଳାଉଅଛି
ପାଠ ପଢି କରି ପରିବାର କୁ ତା
ଶିକ୍ଷିତ ଯେ କରାଉଛି
ଯୁଦ୍ଧ ଜାହାଜ ବି ଉଡାଉଛି ଆଜି
ଶତ୍ରୁ ସାଥେ ଲଢ଼ୁଅଛି
ଜ୍ଞାନ ବିଜ୍ଞାନ ପାଠ ପଢି ଆଜି
ଦେଶ କୁ ଚଳାଉଅଛି
ଅତ୍ୟାଚାର ଆଉ ସହୁ ନାହିଁ ସିଏ
ବିରୁଦ୍ଧରେ ଲଢ଼ୁଅଛି
ନିଜକୁ ନିଜେ ସେ ରକ୍ଷା କରିବାକୁ
ସମର୍ଥ ଆଜି ହୋଇଛି
ସବୁ କାମରେ ଯେ ଆଧୁନିକ ନାରୀ
ପୁରୁଷ ସହ ରହୁଛି
ସବୁ କାମକୁ ସେ ଅତି ସହଜରେ
ହାସଲ କରି ପାରୁଛି
ଚୁଲି ହାଣ୍ଡିଶାଳେ ବନ୍ଦୀ ହୋଇକରି
ଆଜିର ନାରୀ ତ ନାହିଁ
ନିଜେ ଜିତି କରି ଅନ୍ୟକୁ ଜିତାଏ
ସାହସ ଯେ ହାରେ ନାହିଁ
ଆଧୁନିକ ନାରୀ ଦେଶ ବିଦେଶରେ
ଦେଶ ପାଇଁ ରହିଅଛି
ଦେଶ ସେବା ଠାରୁ ପରିବାର ଯାଏଁ
ସବୁ କଥା ବୁଝୁଅଛି
ସବୁ କାମରେ ଯେ ଆଗରେ ଯେ ଆଜି
ଆଧୁନିକ ନାରୀ ଆମ
ସାରା ଦୁନିଆକୁ ଦେଖେଇ ସେ ଦିଏ
ତାହାରି ନିଆରା କାମ
ଆଧୁନିକ ନାରୀ କରି ପାରୁଅଛି
ଯାହା ସିଏ ଭାବିଥିଲା
ସବୁ କାମକୁ ସେ ସହଜ ରେ କରେ
ଯାହା ହାତେ ନେଉଥିଲା