STORYMIRROR

Pranati Mahapatra

Classics Children

3  

Pranati Mahapatra

Classics Children

ଆଡ଼ପ ମଣ୍ଡପେପ୍ରଭୁ ବିଜେ

ଆଡ଼ପ ମଣ୍ଡପେପ୍ରଭୁ ବିଜେ

1 min
215


ମହାସ୍ନାନେ ମହାପ୍ରଭୁ ଅଣସର ଘରେ

ପଥି ପଣାରେ ସୁସ୍ଥତା ଅନୁଭବ ପରେ

ଦ୍ଵାପରେ ଇନ୍ଦ୍ରଦ୍ୟୁମ୍ନେ ଦେଇଣ ସେ କଥା

ଭାଇଭଗ୍ନୀ ସାଥେ ନବଦିନାତ୍ମକ ଯାତ୍ରା।


ପହଣ୍ଡି କରିଣ ବଡଦାଣ୍ଡକୁ ଆସନ୍ତି

ଛୁଆଁ ଅଛୁଆଁ ଦୂରେଇ ଦର୍ଶନ ଦିଅନ୍ତି

ହଲି ଝୁଲି ମାଉସୀଙ୍କ ଘରେ ପହଞ୍ଚନ୍ତି

ସେହିଦିନ ରଥରେ ରାତି ବିତାଇଥାନ୍ତି।


ସପ୍ତଦିନ ଗୁଣ୍ଡିଚା ମନ୍ଦିରରେ ରହଣି

ଆଡ଼ପ ମଣ୍ଡପେ ପ୍ରଭୁ ଭାଇ ଓ ଭଉଣୀ

ଆଡ଼ପ ସିଂହାସନରେ ଜଗତ ଠାକୁର

ଅପୂର୍ବ ସେ ଦୃଶ୍ୟ ଭକ୍ତ ହୁଅଇ ବିଭୋର।


ମହାପ୍ରସାଦ ଦର୍ଶନ ପରେ ଭକ୍ତ ପାଇ

ମହା ଭାଗ୍ୟବାନ ପୂଣ୍ୟବାନ ତ ମଣଇ ।


ଜନ୍ମବେଦୀ ବରଷକେ ଥରଟେ କାଳିଆ

ଲୀଳା ଖେଳା କରିବାକୁ କଥା ଦିଆନିଆ

ଗୁଣ୍ଡିଚା ମନ୍ଦିରେ ଦୀପଦାନ ଓ ଦର୍ଶନ

ଆଡପ ମଣ୍ଡପେ ଦେଖି ମଣେ ଭାଗ୍ୟବାନ।


ସଂକ୍ଷେପେ ବଖାଣେ ଆଡପ ମଣ୍ଡପ କଥା

ଶୁଣି ପଢିଥିଲି ଅଛି କେତେ ପୂଣ୍ୟ ଗାଥା

ଜୟ ଜୟ ଜଗନ୍ନାଥ ମାଉସୀ ମା ଧନ୍ୟ

ଦର୍ଶନ ନ ହେଉ ଲେଖି ପଛେ ଲଭେ ପୂଣ୍ୟ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics