STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ଆ ସୁନାଫୁଲ ଆ

ଆ ସୁନାଫୁଲ ଆ

1 min
399


   ଆ ସୁନାଫୁଲ ଆ

ବସ୍ତାନିରେ ଭରି  ବହି ଓ ସିଲଟ

   ଯିବା ଚାଟଶାଳୀ ଆ ।


ଛବିଳ ଆମର  ମଧୁ ବର୍ଣ୍ଣବୋଧ

   ପଢ଼ିବା ଅକ୍ଷର ଚିହ୍ନି

ଗୁରୁଜୀ ଗୁରୁମା  ଶୁଣାଇବେ ଗପ

   ତାଙ୍କ କଥା ଶୁଣି ମାନି

   ମଡାଇବା ଅ ଆ

ହେଲେ ବର୍ଣ୍ଣବୋଧ  ବାଡି ଚିତା ନଗୀ

   ମାତ୍ରାକାର ଶିଖିଯିବା ।

ଆ ସୁନାଫୁଲ ଆ----


ମନକୁ ଲଗାଇ  ଧିରେ ଧିରେ ପାଠ

   ପଢିଯିବା ଯୁକ୍ତାକ୍ଷର

କଥାଗୀତ ସବୁ  ଡିଗି ଡିଗି ହୋଇ

   ଉଚ୍ଚାରିବା ଅନର୍ଗଳ

  ହେବା ଆମେ ସୁନାପିଲା

ଖାତା ପେନସିଲ   କଲମ ଧରିବା

  ଟେକ ହେବ ଆମ ନାଆଁ ।

ଆ ସୁନାଫୁଲ ଆ----


ଗୋଲଗୋଲ କରି  ଧାଡିରେ ଅକ୍ଷର

   ହସ୍ତାକ୍ଷର ଚିତ୍ରାଙ୍କନ

ଲେଖିବା ରଚନା  କବିତା କାହାଣୀ

   ପଢ଼ିବା ଜ୍ଞାନ ବିଜ୍ଞାନ

   ଗଣନା କରିବା ସ°ଖ୍ୟା

ସହଜ ସୁନ୍ଦର   ମିଶାଣ ଫେଡାଣ

   ଘୋଷିଦେଲେ ପଣିକିଆ ।

ଆ ସୁନାଫୁଲ ଆ-----


     -----



Rate this content
Log in

Similar oriya poem from Inspirational