ଆ ସାଥୀ
ଆ ସାଥୀ
ଆ ସାଥୀ...
ଆଖିରେ ବାନ୍ଧି କଳା ପଟି
ଖେଳିବା ପିରତୀର ଲୁଚକାଳି...
ତୁ'ଖୋଜିବୁ ମୋତେ ମୁଁ ଖୋଜିବି ତୋତେ ରାତି ଯାଉଥିବ ଢଳି (0)
ରାତିଟା ସାରିବା ଆମେ
ଖୋଜା ଖୋଜିରେ ।
ମଜାଥାଏ ପିରତୀରେ
ହଜିଯିବାରେ ।।
ଦୁର ଚାନ୍ଦ ଦେଖି ଦେଖି
ଲାଜେଇ ଯିବ ।
ଜଣା ପଡିବନି ରାତି କେବେ ସରିବ ।
ଜଣେ କହୁଥିବ କିଛି
ଆଉ ଜଣେ ହସି ହସି
ଚାହୁଁଥିବ କହିବାକୁ ପଡିବ ପାଳି(୧)
ଖୋଲା ଆକାଶର ତଳେ ବସିବା ଟିକେ।
ଦୂରେଇ ନ ଯାଇ ତୁମେ ଥିବ ମୋ ପାଖେ ।
ଉଙ୍କି ମାରୁଥିବ ତାରା ଦୂର ଗଗନେ ।
ମନ ଉଡୁଥିବ ଆମ ଖୋଲା ପବନେ ।
ତୁମ ଖୋଲା ବୁକୁ ପରେ
ମଥା ମୋ ରଖି ଧୀରେ
ଓଠ ଚୁମୁଥିବ ମନ ବନକୁ ଦଳି(୨)

