STORYMIRROR

Santosh Pattnayak

Inspirational

3  

Santosh Pattnayak

Inspirational

ଆ କା ମା ବୈ

ଆ କା ମା ବୈ

1 min
13.1K


ଆ କା ମା ବୈ

..............

ସେ’କାଳ ଯାଇଛି ସ୍ମୃତିଟା ରହିଛି

ସାଧବାଣୀ ନାହିଁ ଆଉ

ଓଡିଆ ପୁଅଟା ବଣିଜ କରୁନି

ପ୍ରବାସ ସାଧୁଛି ଦାଉ….

ଉତ୍କଳର ରତ୍ନ ପଥର ସାଜିଛି(ଖଣିଜଦ୍ରବ୍ୟ)

ମିଳୁନି ଉଚିତ୍ ଭାଉ

ବିଶ୍ୱ ବଜାରଠୁ ଅତିବ ନିଉନେ

ଶସ୍ତାରେ କିଣୁଛି ସାଉ….

ବୋଇତ ଭାସୁଛି ଧନ’ତ ଆସୁନି

ଆସୁଛି ଚାଇନା ଦରବ

ସାଧବ ସାଜିଛି ଶାସକ ଆଜିର

ଲୁଟୁଛି ଦେଶର ସର୍ବ….

ଜନତା ପାଳୁଛି ପୁନେଇ ପରବ

ଗୁଣି ଇତିହାସ ଗାଥା

ପାଠୁଆ ବାବୁଟା ବଖାଣି ହଉଚି

ଇତିହାସ କାଳେ ମିଥ୍ୟା…..

ଅଳପ ବିଦ୍ୟାର ଗବେଷଣା ମୋର

କିବା ବଖାଣିବି ଆଉ

ଆ କା ମା ବୈ କହି ପାନ ଗୁଆ ଥୋଇ

ଡଙ୍ଗାଟା’ ମୋ ଭାସିଯାଉ…..


✍ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational