STORYMIRROR

Sachidananda Kar

Classics Children

4  

Sachidananda Kar

Classics Children

ଆ' ଜାଇଫୁଲ ଆ'

ଆ' ଜାଇଫୁଲ ଆ'

1 min
358


     ଆ' ଜାଇଫୁଲ ଆ' ସାଙ୍ଗ ହୋଇ

             ଯାତରାକୁ ଯିବା ବୁଲି

     କିଣିବା କଣ୍ଢେଇ ଖାଇବା ଜିଲାପି

             ଦୋଳିରେ ଖେଳିବା ଝୁଲି ।। 


     ଆ' ଜାଇଫୁଲ ଆ' ସାଙ୍ଗ ହୋଇ

             ଯିବା ଆମେ ଫୁଲ ତୋଳି

     ତୋଳି ସାରି ଫୁଲ ଅଣ୍ଟିରେ ଅଣ୍ଟିଏ

             ତୋଳିବା କଣ୍ଟେଇ କୋଳି ।। 


     ଆ' ଜାଇଫୁଲ ଆ' ସାଙ୍ଗ ହୋଇ

             ଗଛ ମୂଳେ ଦେବା ପାଣି

     ବାଟ କଡେ କଡେ ଆମ୍ବ ,ଜାମୁ ଚାରା

             ଲଗେଇବା କେତେ ଆଣି ।। 


     ଆ' ଜାଇଫୁଲ ଆ' ସାଙ୍ଗ ହୋଇ

             ଖେଳିବା ଦଉଡ଼ି ଡିଆଁ

     ଖେଳିଲେ ଆମରି ଖେଳ ଦେଖିବାକୁ

             ଲୋକେ ଆସି ହେବେ ଠିଆ ।। 


     ଆ' ଜାଇଫୁଲ ଆ' ସାଙ୍ଗ ହୋଇ

             ଖାଇବା ଏକାଠି ବସି

     ତୁଇ ଆଣିଥିବୁ ଲଙ୍କା ଲୁଣ,ମୁଇଁ

             ଆଣିଥିବି ଆମ୍ବକଷି ।। 


     ଆ' ଜାଇଫୁଲ ଆ' ସାଙ୍ଗ ହୋଇ

             ପଢ଼ିବାକୁ ଯିବା ପାଠ

     ପଢ଼ିଲେ ଶିଖିବା ନ ପଢ଼ିବା ଯେବେ

             ହେବା ଛତୁଫୁଟା କାଠ ।। 


     ଆ' ଜାଇଫୁଲ ଆ' ସାଙ୍ଗ ହୋଇ

             ନାଚିବା ,ଗାଇବା ଗୀତ

     ବସି ଆମ ଆଗେ ଦେଖିବେ ଲୋ ଆସି

             ଆମରି ଯେତକ ମିତ ।। 


     ଆ' ଜାଇଫୁଲ ଆ' ମୋ ସାଙ୍ଗକୁ

             ତତେ ମୁଁ ବସିଛି ଚାହିଁ

     ଏଠି ଆମ ପରା ସାଙ୍ଗ-ସୁଖ ଠାରୁ

             ବଡ଼ ସୁଖ କିଛି ନାହିଁ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics