STORYMIRROR

Chinmaya Kumar Nayak

Abstract

2  

Chinmaya Kumar Nayak

Abstract

ଆ ଦେଖିଯିବୁ ଆ

ଆ ଦେଖିଯିବୁ ଆ

1 min
2.7K

ଆ ଦେଖିଯିବୁ ଆ।


ମୁଁ କେମିତି ଶୋଇଛି

ଆହତ, କ୍ଷତାକ୍ତ, ରକ୍ତାକ୍ତ ହୋଇ

ଅଭିମାନର ଶରଶଯ୍ୟାରେ,

ନା ମରିପାରୁଛି ନା ଜିଇଁପାରୁଛି

ଖାଲି ଯାହା 

ଆଖିମେଲି ଶୋଇ ରହିଛି

ତୋରି ଅପେକ୍ଷାରେ ।


ମୋ ଖୋଜିଲା ଖୋଜିଲା ଆଖି

ଉର୍ଦ୍ଧ୍ଵ ମୁଖ ହୋଇ

ତତେ ଖୋଜୁଛି,

ଦିନର ନିଦାଘରେ

ଆଉ ଅନ୍ଧାରି ଆକାଶର 

ତାରାଫୁଲ ମେଳାରେ

ତୁ ଆସିବୁ ନିଶ୍ଚୟ

ମୋ ପ୍ରାଣର ଅମାନିଆ କୋହ

ଅନେଇ ବସିଛି ତୋ ଆଶାରେ

ତୁ ଆସିବୁ ବୋଲି !


Rate this content
Log in

Similar oriya poem from Abstract