STORYMIRROR

Amita Dash

Abstract Tragedy Inspirational

3  

Amita Dash

Abstract Tragedy Inspirational

୩୧ଦିନ : ୩୧ଲିଖନ ସଙ୍କେତprompt15- ଅଭିନୟ

୩୧ଦିନ : ୩୧ଲିଖନ ସଙ୍କେତprompt15- ଅଭିନୟ

1 min
184


ବହୁ ଅଭିନୟ କଲି ଜୀବନେ।

କେବେ ଚୋର କେବେ ପୁଲିସ।

କେବେ ବାପା କେବେ ପୁଅ।

ସଂଳାପ ଘୋଷା ସପନେ।

 

ଦର୍ଶକ ଙ୍କ କରତାଳି।

ଭୁଲେଇ ଦେଲା ପରିବାର।

ନିଶ,ଦାଢି ପାଚିବାରେ 

ମନେ ପଡ଼ିଲା ଘର ସଂସାର।


ଚାଲ ଆଜି ତତେ ଶିଖାଇବି ଅଭିନୟ ଚାତୁରି।

ତୁବି ତୋ ବାପା ପରି ନାଁ କରିବୁ।

ଦର୍ଶକ ମାରିବେ କରତାଳି।


ତୁ କି ଅଭିନୟ କରିବୁ

ତୋ ଦୁନିଆରେ ହସ,କାନ୍ଦ ସବୁ ସମାନ।

ସବୁବେଳେ ଗୋଟିଏ କଥା

ପରୀ ରାଇଜର ଲୋକେ 

ସପନେ ଆସୁଛନ୍ତି ନେଵାକୁ ମତେ।


ଦର୍ଶକ ଙ୍କ ଭଲପାଇବା ସାଉଁଟୁ ସାଉଁଟୁ 

ତୋ କଥା ବୁଝିବାରେ କରି ଦେଲି ହେଳା।

ତୁ ଆଜି କୋଉ ଦୁନିଆରେ ଵଞ୍ଚୁଚୁ ମୋତେ ବି ଅଜଣା।


କିଛି ଖୁସି କିଛି ଦୁଃଖ ଭିତରେ

କଥା ପଦେ ବାପା ପରୀ ରାଇଜେ ଯିବା।

ଥରାଇ ଦିଏ ଅଭାଗା ବାପା ଛାତିକୁ

ଭୟରେ ଉଠି ନିଦରୁ ବସେ

ସତରେ ଦୂରେଇ ନେଇ ଯିବେ ନିତ କେହି ଅଦେଖା ରାଇଜେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract