STORYMIRROR

Ranjan kumar Mohanty

Inspirational

4  

Ranjan kumar Mohanty

Inspirational

2.ଅନୁତାପ

2.ଅନୁତାପ

1 min
802

ଜୀବନ ଯେଉଁଠି ଦୋଷ ଦଲିଲରେ 

ଦୁର୍ଦ୍ଦଶାର ଦସ୍ତଖତ 

ଅନୁତାପ ସେଠି ନୂଆ ଜୀବନକୁ 

ସାଦରେ କରେ ସ୍ୱାଗତ 

ଗୁରୁ ପାଲଟେ ଅତୀତ 

ଅତୀତ ପୃଷ୍ଠାରୁ ମଣିଷ ପଢଇ 

ଆଗେଇ ଯିବାର ଗୀତ 


ଜୀବନ ଯେଉଁଠି ବଞ୍ଚିବା ମୋହରେ 

ଦଇବର ଶେଷ ଶାସ୍ତି 

ଅନୁତାପ ସେଠି ନୂଆ ସୂର୍ଯ୍ୟୋଦୟ 

ଦୂରେଇ ଅନ୍ଧାର ରାତି 

ଭିନ୍ନ ଏକ ଉପସ୍ଥିତି 

ଅନୁତାପ ହୀନ ଜୀବନ ଅଟଇ 

ଏକ ଅଭିଶପ୍ତ ତିଥି 


ଅନୁତପ୍ତ ହୋଇ ଦସ୍ୟୁ ରତ୍ନାକର 

ବଲାମିକ ହୋଇଥିଲେ 

ଅନୁତାପ ବଳେ ପିଙ୍ଗଳା ବେଶ୍ୟା ବି 

ଜଗତରେ ଗୁରୁ ହେଲେ 

ଅନୁତାପ ଅଗ୍ନି ବଳେ 

ପାତକର ତୃଣ ତିଷ୍ଠି ରହି ନାହିଁ 

କେବେ ଏ ମହୀ ମଣ୍ଡଳେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational