STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Abstract

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Abstract

୧୯୧୯ ମୋଠାରୁବିଚ୍ଛିନ୍ନ ମୁଁ୨୦୨୦ରେ

୧୯୧୯ ମୋଠାରୁବିଚ୍ଛିନ୍ନ ମୁଁ୨୦୨୦ରେ

1 min
296


ସନାତନ ସାର୍ବଭୌମ ସର୍ବଧର୍ମୀ

ଏ ପୂଣ୍ୟଭୂମି ଭାରତେ ବିଦେଶୀ ସଂସ୍କାରେ 

ଇଁରାଜୀ ସଭ୍ୟତା ମର୍ଯ୍ୟାଦାର ସତ୍ତା

ନବବର୍ଷେ ପରିଚିତ ତାରିଖ ବିଚାରେ.

ଜାନୁଆରୀ ଠାରୁ ଡ଼ିସେମ୍ବର ଯାଏଁ

ବାରମାସ ଲେଖା ଏକୁ ତିରିଶ ତାରିଖ,

ମଧ୍ୟେ ଫେବୃଆରୀ କିଛି ନ୍ୟୁନାଧିକ

ଅଠେଇଶୁ ଏକତ୍ରିଂଶ ମାସର କ୍ରମାଙ୍କ.

ପ୍ରଥମରୁ ଆଜି ଯାଏଁ ଯୋଡ଼ି ସଂଖ୍ୟା

ଏଗାରଶଏଗାର ବର୍ଷଠୁଁ ଆରମ୍ଭ କ୍ରମଶଃ,

ଭାବିବାଟା ସିନା ଦେଖିନି ଜାଣିନି

ସେମଧ୍ୟରୁ କିଛି ଭୋଗ୍ୟ ଯୁଗ୍ମଯୋଗ ବର୍ଷ.

ହେ" ଶତାୟୁ ଉଣେଇଶି ଉଣେଇଶି

ଚାଲିଯିବ ଫେରି ଆଉ ଚାହିଁବନି ଥରେ,

ସାଥୀ ଥିଲ ଜୀବନରେ ଜନମରୁ

ଅଧାବାଟ ବିତିଗଲା ସୁଖ ଦୁଃଖ ତୀରେ.

ପୁଣି ଅପେକ୍ଷିତ ବିଂଶବିଂଶ ସାଥେ

ଭୋଗିଥିବା ପାଇଥିବା ଦୁଇ ଦୁଇ ଅଙ୍କ,

ଉଣେଇଶିଶହଉଣେଇଶି ଆଉ

ଦିହଜାରକୋଡ଼ିଏ"ର ସାଥେ ଯା" ପର୍ଯ୍ଯାଙ୍କ.

ହେ" ଶତାବ୍ଦୀ ମୋ ଜୀବନେ ଭରିଥିଲ

ବାଲ୍ୟ ଯୁବା ଜୌବନର ଖେଳକୁଦ ଭୋଗ,

ବିଂଶବିଂଶ ଯୁଗ୍ମଯୋଗେ ଶେଷଖେଳ

ଏହାପରେ ପାଇବିନି ଆଉ ଯୁଗ୍ମଯୋଗ.

ଦେଇଗଲ କେତେସ୍ନେହ କେତେଶ୍ରଦ୍ଧା

କେତେସ୍ମୃତି ଇତିହାସ କେତେଯେ ସପନ,

ହସଖେଳ ଲୁହଲହୁ ଝଡ଼ଝଞ୍ଜା

ନିନ୍ଦା ପ୍ରଶଂସା ଓ ପ୍ରେମ ମାନ ଅଭିମାନ.

ଶୁଣିଥିଲି" "ପରାଧିନତାରୁ ଦେଲ

ସ୍ବାଧୀନତା ବିଶ୍ବ ମଧ୍ୟୁ ଏ"ପୂଣ୍ଯ ଭାରତେ,

ଆସିଥିଲ କେତେ ଦୁର୍ବିପାକ ପୁଣି

ଦୁର୍ଭିକ୍ଷର କରାଳତା ବନ୍ୟା ବାତ୍ୟା ସାଥେ.

ବିଶ୍ବଯୁଦ୍ଧ ବିଶ୍ବ ଇତିହାସ ତୁମ

ପାଇକ ବିଦ୍ରୋହ ସତ୍ୟାଗ୍ରହ ଦାଣ୍ଡିଯାତ୍ରା,

ନଅଙ୍କ ଦୁର୍ଭିକ୍ଷ ପ୍ରଳୟ କଟାକ୍ଷ

କେତେ ଘୂର୍ଣ୍ଣିଝଡ଼ ବନ୍ଯା ବିଭିଷିକା ବାତ୍ୟା.

କେତେ ରାହାଗିରୀ କେତେ କଳେଙ୍କାରୀ

କେତେ ରାଜତନ୍ତ୍ର ନୂତନ ନୀୟମ ନୀତି,

ନବ ଜାଗରଣ ଶିକ୍ଷାର ବିକାଶ

ଜ୍ଞାନ କଉଶଳ ବିଜ୍ଞାନର କରାମତି.

ପୋଖରାନ୍ ପରୀକ୍ଷା କାରଗିଲ ଯୁଦ୍ଧ

କ୍ଷେପଣାସ୍ତ୍ର ଚନ୍ଦ୍ରଯାନ ପ୍ରେରଣେ ପ୍ରଥମ,

ଶକ୍ତି ପରୀକ୍ଷଣ ଶତୃର ଦମନ 

ସନ୍ଧିଚୁକ୍ତି ଉଚ୍ଛେଦିତ କାଶ୍ମୀର ନୀୟମ. 

କେତେ ବୀର ଶହୀଦର ସାକ୍ଷୀ ତୁମେ 

କବିକୁଳେ ଭକ୍ତମେଳେ କରୀଗରି ସାଥେ, 

କେତେ ନାରୀ କ୍ରନ୍ଦନର ଶ୍ରୋତା ତୁମେ 

ଶିଶୁହତ୍ୟା ଗଣଧର୍ଷଣର ପ୍ରତିଘାତେ. 

ମଦମୃତ୍ୟୁ କୁଖ୍ୟାତ ଆତଙ୍କବାଦୀ 

ବିଷ୍ଫୋରଣ ରାଜଚୌର୍ଯ୍ଯ ତୁମେ ସାକ୍ଷୀଥିଲ, 

ହେ ଶତାବ୍ଦୀ ଆଜି ଦେଖ ସମୟର 

ଉତ୍କ୍ରାନ୍ତ ସଭ୍ୟତା ମଧ୍ୟେ ଭାବଶୂନ୍ଯ ଛଳ. 

ବେକାରୀ ସମସ୍ୟା ଆର୍ଥିକ ଦୁର୍ଦ୍ଦଶା

ଧର୍ଷଣ ଶୋଷଣ ଲୁଣ୍ଠନ ଓ ଅତ୍ୟାଚାର,

ଦେଖାଶିକ୍ଷା ଭାବ ଆତ୍ମଗର୍ବେ ଲୋଭ

ଶଠ କପଟ ଛଳନା କୃପଣ ବେଭାର". 

ଛାଡ଼ିଯାଅ ଉନବିଂଶଉନବିଂଶ 

ବିଂଶବିଂଶ ଶତାବ୍ଦୀର ସମୟ ଚକ୍ରରେ, 

ଭେଟିବିନି ବିଗତର ସ୍ମୃତି ଯାହା 

ଭିଜିଥିବା ଖୋଜୁଥିବା ହଜାଇବା ପରେ. 

ଏକବିଂଶଏକବିଂଶ ଶତାବ୍ଦୀକୁ 

କାହିଁକି ବା ନିରାଶାର ସପନ ଦେଖିବି, 

ଏହି ବିଂଶବିଂଶ ଶତାବ୍ଦୀର କୋଳେ 

କର୍ମକ୍ଷେତ୍ରୁ ଜୁଇ ନିଆଁ ଖଟେ ଶୋଇଥିବି.


Rate this content
Log in

Similar oriya poem from Abstract