Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Abstract Tragedy Inspirational

4.5  

Amit Bal

Abstract Tragedy Inspirational

(୦୫)*ବଦଳୁଛି ଦୁନିଆ* ସ୍ମୃତି୨୦୨୦

(୦୫)*ବଦଳୁଛି ଦୁନିଆ* ସ୍ମୃତି୨୦୨୦

1 min
168


ମଧୁଛଳନା ର ବାକ୍ ଚାତୁରୀରେ

     ଭାସି ଚାଲିଥିଲେ ପୃଥିବୀ ବାସୀ

ଅଭିଶପ୍ତ ବର୍ଷ ଟିଏ ଥୋଇ ଦେଲା

      ସତେକି ବିଧାତା କୁଆଡୁ ଆସି ,


ହସ ଲିଭିଗଲା ସବୁରି ଓଠରୁ

      ଆଖିରୁ ବୋହିଗଲା ଲୁହର ଧାର

ସୁନା ହୀରା ଟଙ୍କା କାମ ଆସିଲାନି

      ଭାଙ୍ଗି ଚାଲିଗଲା ସୁନା ସଂସାର ,


ବେସୁରା ହୋଇଲା ଜୀବନ ସଙ୍ଗୀତ

       ଛନ୍ଦ ହୀନ ହେଲା ପ୍ରେମ ଦୁନିଆ

ପର ମନେ ହେଲେ ପ୍ରିୟ ସେ ମଣିଷ

        ଆଖିକୁ ଦିଶିଲେ ସତେକି ନୂଆ ,


ଅନ୍ଧାର ଘୋଟିଲା ଦିନ ଥାଉଁ ଥାଉଁ

         ବିଳାପି ଉଠିଲା ସଭିଙ୍କ ମନ

ନୂତନ ସୃଷ୍ଟିର ସଙ୍କେତ ଦେଇ କେ

       ଟାଣି ନେଇଗଲା ଆମରି ଧ୍ଯାନ ,


ଅପେକ୍ଷାରେ ଅଛୁ ପ୍ରାର୍ଥନା କରୁଛୁ

        ଫଗୁଣ ଆସିବ କେବେ ମହୀରେ

ସ୍ବପ୍ନର ଦୁନିଆ ପୁଣି ମହକିବ

         ଅମୃତ ବୋହିବ ପ୍ରୀତି ନଈରେ ..... ।

     

        

          



Rate this content
Log in