Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମନୁଆର ମାଆ
ମନୁଆର ମାଆ
★★★★★

© Pallabi Das

Tragedy Inspirational

4 Minutes   286    13


Content Ranking

ମନୁଆ ଆଜି ତା ସ୍କୁଲରେ ନିଜ ହାତରେ ଗୁଡ଼ିଟେ ବନେଇ ମାଆକୁ ଦେଖେଇବାକୁ ସ୍କୁଲ ପରେ ଘରକୁ ଏକା ନିଶ୍ବାସକେ ଦୌଡ଼ିଛନ୍ତି । ରାସ୍ତାରେ ତାକୁ ହରି ଅଜା ଭେଟ ହୋଇ କହିଲେ ଆରେ ଜଲଦି ଯା ଘରକୁ ନହଲେ ତୋ ମାଆକୁ ଆଉ ତୁ ଦେଖି ପାରିବୁନୁ । ବିଚାରି, କି ଜନ୍ମରେ କୋଉ ପାପ କରିଥିଲା କେଜାଣି ଭଗବାନ ତାକୁ ଏତେ କଲ ବଲ କରୁଛନ୍ତି । ବାସ୍ ଏତିକି ଶୁଣି ମନୁଆର ବେଗ ଆହୁରି ତୀବ୍ରତର ହୋଇଗଲା । ଘରେ ଯାଇ ଦେଖେ ତ ମାଆ ତାର ଖଟିଆରେ ପଡ଼ି ଡହଳ ବିକଳ ହଉଛି ଯନ୍ତ୍ରଣା ରେ । କାହାକୁ କିଛି ନକହି ସିଧା ଦୌଡିଗଲା ମାଆ ପାଖକୁ ଆଉ ଗୁଡ଼ିଟିକୁ ଦେଖେଇ ଖନେଇ ଖନେଇ କହିଲା "ଦେଖ ମାଆ ମୁଁ ନିଜେ ବନେଇଛି " । ମାଆ ତାର ରୋଗ ସଜ୍ୟରେ ପଡ଼ି ମଧ୍ୟ ଖୁସି ରେ ଆଖିରୁ ଦି ଧାର ଲୁହ ଝରାଇ ଦେଇ ତାକୁ କୋଳକୁ ଟାଣି ନେଇଥିଲେ । ବାସ୍ ଏତିକି ରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ହଠାତ୍ ମାଆ କାହିଁକି ଚୁପ୍ ହୋଇଗଲା ବୋଲି ପଚାରିବାରୁ ତାଙ୍କ ଗାଁ ରଙ୍ଗ ଆଇ ସୁକୁ ସୁକୁ ହୋଇ କହିଲା ଆରେ ତୋ ମାଆ ସ୍ଵର୍ଗକୁ ଚାଲି ଗଲାରେ । ମନୁଆ ର ବୟସ ଛଅ ବର୍ଷ ମାତ୍ର , ସ୍ଵର୍ଗ କଣ ତାକୁ ଜଣା ନଥିଲା । ଦୌଡିଯାଇ ତା ବାପାଙ୍କୁ ପଚାରିବାରୁ ସେ ଆକାଶକୁ ଆଙ୍ଗୁଠି ଦେଖେଇ ଦେଇ କହିଲେ -"ଦେଖ ସେଟା ହେଲା ସ୍ଵର୍ଗ " । ସମସ୍ତେ ବ୍ୟସ୍ତ ହୋଇଗଲେ ମନୁଆ ମାଆର ଶବ ସତ୍କାର କର୍ମରେ । ମୁଖା ଦବା ବେଳେ ମନୁଆ ବି ଯାଇଥିଲା ସାଙ୍ଗରେ କିନ୍ତୁ ତାକୁ କିଛ଼ି ବୁଝା ପଡ଼ୁ ନଥିଲା କାହିଁକି ତା ମାଆକୁ ଏତେ ଗୁଡ଼ାଏ କାଠ ଉପରେ ଧଳା କନା ଘୋଡ଼ାଇ ଶୁଆଇ ଦେଇଛନ୍ତି ଆଉ ତା ମାଆ କାହିଁକି ନିଦରୁ ଉଠୁନି । ବାପାଙ୍କ ମୁହଁକୁ ଚାହିଁଲା ବେଳକୁ ତା ବାପା କାନ୍ଦ କାନ୍ଦ ହୋଇ ତା ମୁଣ୍ଡଟାକୁ ଆଉଁଷି ଦଉଥିଲେ । ଘରର ବାକି ସବୁ ଲୋକ କାହିଁକି ଏତେ କାନ୍ଦୁଛନ୍ତି ଆଉ ମାଆ କାହିଁକି କାନ୍ଦୁନି ଜମା । କଣ ସବୁ ଚାଲିଛି ସେ କିଛି ବୁଝିପାରୁ ନଥିଲା । ବାସ୍ ବଲ ବଲ ହୋଇ ସମସ୍ତଙ୍କ ମୁହଁକୁ ଚାହିଁଥିଲା । ହଠାତ୍ ତା ବାପା ତା ମାଆ ଶୋଇଥିବା କାଠ ଗଦା ରେ ନିଆଁ ଲଗେଇ ଦେଲେ , ମନୁଆ ତା ଜେଜେଙ୍କ କାଖ ରେ ରହି ଚିତ୍କାର କଲା , ତଳକୁ ଡେଇଁ ପଡ଼ିବାକୁ ବୋହୁତ୍ ଚେଷ୍ଟା ମଧ୍ୟ କଲା କିନ୍ତୁ ତା ଜେଜେଙ୍କ ସେ ଥରିଲା ହାତ ଦିଟା ର ବନ୍ଧନ ଆଜି ଆହୁରି ଦୃଢ଼ ହୋଇଯାଇଥିଲା ,ତା ଭିତରୁ ଖସିବା ଅସମ୍ଭବ ହୋଇପଡିଲା ତା ପାଇଁ । ତା ଆଖି ଆଗରେ ତା ମାଆ ନିଆଁ ରେ ଜଳୁଥିଲା ଆଉ ସେ ଦେଖୁଥିଲା ମାଆ ନିମିଷକରେ ମାତ୍ର ପାଉଁଶ ହୋଇଗଲା । ମାଆକୁ ପୋଡ଼ି ସାରି ଯେତେବେଳେ ଘରକୁ ଫେରିଲେ , ମନୁଆ ଦୌଡ଼ି ଯାଇ ତା ବାପାଙ୍କୁ ତା କୁନି କୁନି ହାତ ଦିଟାରେ ଦୁଲ୍ ଦୁଲ୍ କରି ମନ ଶାନ୍ତି ନ ହବା ଆତେ ମାରି ଚାଲିଲା କାହିଁକି ମୋ ମାଆକୁ ଏମିତି ଜାଳିଦେଲ ବୋଲି । ଜେଜେ ତାର ଭାରି ଗେଲ ବସର କରନ୍ତି ମନୁଆକୁ , କୋଳକୁ ଟାଣି ନେଇ ଛାତିରେ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦି କାନ୍ଦି କହିଲେ ତୋ ମାଆ ଆର ପାରିକୁ ଚାଲି ଗଲାରେ , ସେଠୁ ସେ ଆଉ କେବେ ଫେରିବନି । ମନୁଆ କିଛ଼ି ନ ବୁଝି ପାରି ବଲ ବଲ ହୋଇ ଅନେଇ ରହିଥିଲା ତା ଜେଜେଙ୍କ କାନ୍ଦୁରା ମୁହଁକୁ । ରାତିରେ ମାଉସୀ କୋଳରେ ଶୋଇ ମନୁଆ ତାର ଦିନ ଯାକର ସବୁ ପ୍ରଶ୍ନ ପଚାରି ଚାଲିଥିଲା । ମାଉସୀ ତାର ଭାରି ସ୍ନେହୀ ,ମନୁଆ ନିଜ ଛୁଆ ପରି ସ୍ନେହ କରେ । ଘର ର ବାରଣ୍ଡାରେ ଶୋଇ ଆକାଶ ଆଡକୁ ହାତ ବଢ଼େଇ ମାଉସୀ କହୁଥିଲା ," ଦେଖ ଆଜିଠାରୁ ତୋ ମାଆ ସେଠି ରହି ତତେ ଦେଖିବ ତେଣୁ ତୁ ଜମା ଦୁଷ୍ଟ ହବୁନି ନହଲେ ସେ ମନ ଦୁଃଖ କରିବ ଆଉ କେବେ ଫେରିବନି ସେଠୁ" । ଦିନ ସାରା କାନ୍ଦି କାନ୍ଦି କ୍ଲାନ୍ତ ଅନୁଭବ କରୁଥିବା ମନୁଆ ଆକାଶକୁ ଅନେଇ ଅନେଇ ଶୋଇ ପଡ଼ିଲା କେତେ ବେଳେ ଜାଣି ପାରିଲାନି । ତା ମାଆର ସବୁ କର୍ମ ସରିଗଲା , ସବୁ ବନ୍ଧୁ ବାନ୍ଧବ ଯେଝା ଯେଝା ବାଟରେ ନିଜ ନିଜ ଘରକୁ ଫେରିଗଲେ । ଘରେ ଯେହେତୁ କେହି ସ୍ତ୍ରୀଲୋକ ନଥିଲେ ସେଥିପାଇଁ ପାଖ ପଡୋଶୀ ଖାଇବାକୁ ଦେଉଥିଲେ ଅଧା ଦିନ ଯାଏ । 

ଶେଷରେ ମନୁଆର ବାପା ବାଧ୍ୟ ହୋଇ ଦ୍ଵିତୀୟ ବିବାହ କଲେ, ଭାବିଲେ କାଳେ ମନୁଆ ମାଆ ସ୍ନେହ ଟିକେ ପାଇବ ଆଉ ଦୁଇ ବେଳା ଠିକ୍ ରେ ଖାଦ୍ୟ ଖାଇ ପାରିବ । କିନ୍ତୁ ସେମିତି କିଛି ହେଲାନି। ସ୍ତ୍ରୀଙ୍କ ନିର୍ଯାତନା ରେ ମନୁଆ ର ଦୁଃଖ ଦେଖି ଅତିଷ୍ଟ ହୋଇ ପଡିଲେ ଆଉ ଶେଷରେ ନିଷ୍ପତି ନେଇଥିଲେ ପୁଅକୁ ତାଙ୍କର ହଷ୍ଟେଲରେ ଛାଡ଼ିବାକୁ। କିଛି ଦିନ ଭିତରେ ମନୁଆ ହଷ୍ଟେଲ ଚାଲି ଯାଇଥିଲା। ବହୁତ୍ କମ୍ ବୟସ ର ଛୋଟ ଛୁଆଙ୍କୁ ହଷ୍ଟେଲ ରେ ଦେଖି ମନୁଆର ମନ ରେ ଆସିଥିଲା କି "ଏମାନଙ୍କ ମାଆ ବି କ'ଣ ମୋ ମାଆ ପରି ଆକାଶରେ ଅଛନ୍ତି "। ପଛରେ ଜାଣିଥିଲା ଅଧା ପିଲା ତ ସେମାନଙ୍କ ମାଆକୁ ବି ଦେଖି ନଥିଲେ।

ମନ ତାର ଦୁଃଖରେ ଭରି ଯାଇଥିଲା। ମାଉସୀ ବେଳେ ବେଳେ ଆସେ ଦେଖା କରିବାକୁ ଆଉ ଛୁଟିରେ ନିଜ ସାଥିରେ ନେଇଯାଏ ତା ଘରକୁ। କିଛ଼ି ଦିନ ବଳେଇ ବଳେଇ ଭଲ ଭଲ ଖାଦ୍ୟ ଖୁଆଇ ପୁଣି ଆଣି ଛାଡିଦିଏ ହଷ୍ଟେଲ୍ ରେ । ନିଜ ଘରକୁ ବୁଲି ଯିବା ନାଁ ଧରିଲେ ବାପା ମନ କରନ୍ତି । ଜେଜେଙ୍କୁ ଧରି ବାପା ମତେ ଦେଖା କରିବାକୁ ସବୁ ବେଳେ ଆସନ୍ତି । ସୁଖ ବାଣ୍ଟିବାକୁ ହଷ୍ଟେଲ ରେ ବୋହୁତ୍ ସାଙ୍ଗ ମିଳି ଗଲେଣି , କିନ୍ତୁ ଦୁଃଖ ବାଣ୍ଟିବାକୁ କେହି ନାହାଁନ୍ତି । ସେଥିପାଇଁ ମନୁଆ ବେଳେ ବେଳେ ଅଧା ରାତିରେ ଚୁପ୍ ଚାପ୍ ହଷ୍ଟେଲ୍ ର ଛାତକୁ ଚଢ଼ିଯାଏ , ଆକାଶକୁ ଅନେଇ ମାଆକୁ ସବୁ କଥା କୁହେ ,ମନ ଶାନ୍ତି ନ ହବା ଆତେ ସେମିତି କାନ୍ଦୁଥାଏ । ତାକୁ ଲାଗେ ମାଆ ଆତେ ତା କଥା ପହଁଚି ପାରୁନି ସେଥିପାଇଁ ସେ ଶୁଣି ପାରୁନି । ଦିନେ ଦେଖିଲା ନିଶୁଣି ଟିଏ ପଡ଼ିଚି ପାଣି ଟାଙ୍କିକୁ ଲାଗି , ହୁଏତ ପାଣି ଟାଙ୍କି ସଫା ହବା ପାଇଁ ପଡ଼ି ଥାଇ ପାରେ । ମନରେ ତାର କୌତୁହଳ ଜାତ ହେଲା ଯ, ତଳେ ଠିଆ ହୋଇ ମାଆ କୁ ଡ଼ାକିଲେ ମାଆ ଶୁଣୁନି , ସେଥିପାଇଁ ନିଶୁଣି ଉପରେ ଚଢ଼ିଯାଇ ଆକାଶ ଆଡକୁ ହାତ ବଢ଼େଇ ମାଆକୁ ଡାକିବାକୁ ଲାଗିଲା । ମାଆ ଆତେ ଖବର ପହଞ୍ଚିଲା ନାହିଁ ସତ କିନ୍ତୁ ତଳେ ଥିବା ୱାଡ଼େନ୍ ଆତେ ଖବର ପହଁଚି ଯାଇଥିଲା । ତାକୁ ମାରିବା ଉଦ୍ଦେଶ୍ୟ ରେ ଛାତ ଉପରକୁ ଦୌଡ଼ି ଆସି ଦେଖାନ୍ତି ତା ନିଶୁଣି ଉପରେ ଠିଆ ହୋଇ ମନୁଆ କାନ୍ଦିବା ଆରମ୍ଭ କରି ଦେଇଛି । ୱାଡ଼େନ୍ ମାଉସୀ ଜଣକ ତାକୁ ତଳକୁ ଓହ୍ଲାଇ ନିଜ ଛାତି ରେ ଜାବୁଡ଼ି ଧରି କହିଲେ "ତୋ ମାଆ ମୋ ଭିତରେ ଅଛି ଆଜିଠାରୁ ଏମିତି ରାତି ଅଧରେ ଏକା ଉପରକୁ ଆସିବୁନି , ମାଆ କଥା ମନେ ପଡ଼ିଲେ କି ଦୁଃଖ ଲାଗିଲେ ମୋ ପାଖକୁ ଆସିବୁ" । ମନୁଆକୁ ନୂଆ ମାଆ ମିଳି ଯାଇଥିଲା ସତ କିନ୍ତୁ ମନୁଆର ଆଖି ଏବେ ବି ଆକାଶକୁ ଚାହିଁଥିଲା ନିଜ ମାଆର ଫେରିବା ଉଦ୍ଦେଷ୍ୟରେ । 


ଘର ମା' ମନୁଆ

Rate the content


Originality
Flow
Language
Cover design

Comments

Post

Some text some message..