Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Comedy

2  

ଓଡ଼ିଆ ଗଳ୍ପ ଓ କବିତା - ୩

Comedy

ଡ଼ମ୍ ଡ଼ମ୍ ଭୁତ

ଡ଼ମ୍ ଡ଼ମ୍ ଭୁତ

2 mins
7.7K


ପ୍ରତାପ କୁମାର ଦ୍ଵିବେଦୀ

ଥରେ ଭରତ ପୁର ଗାଁରେ ଅପେରା ପଡିଥାଏ l ଲୋକେ ଅପେରା ଦେଖି ସକାଳ ହେଲାରୁ ଘରକୁ ଗଲେ l ଅପେରା ବାଲା ମଧ୍ୟ ଜିନିଷ ପତ୍ର ସଜାଡି ଶୋଇ ପଡିଥାନ୍ତି l ଏହି ସୁଯୋଗ ନେଇ ଗୋଟିଏ ହନୁମାଙ୍କଡ଼ ଢୋଲକ ବାଜାଟି ଧରି ଛୁ କଲା l ଅପେରା ସିନା ପଳେଇଲା l ହେଲେ ତା ପରଦିନ ରାତିରେ ଗୋଟିଏ ବିଚିତ୍ର ଶବ୍ଦ l ରାତିଜାକ ଖାଲି ଡ଼ମ୍ ଡ଼ମ୍ ଶୁଭୁଥାଏ l ଛୁଆରୁ ବୁଢା କଥା ହେଲେ ବୋଧେ ଭୁତ ମାନେ ଆସି ବାଜା ବଜାଇ ନାଚ କରୁଛନ୍ତି l ଲୋକେ ଭୟ ଆଶଙ୍କାରେ ଶିହରି ଉଠିଲେ l ଛୋଟ ପିଲାମାନେ ରାତି କଥା ଛାଡି ଦିନବେଳେ ମଧ୍ୟ ଘରୁ ପଦାକୁ ବାହାରିଲେ ନାହିଁ l ସବୁରି ମୁହଁରେ ଗୋଟିଏ କଥା ଡ଼ମ୍ ଡ଼ମ୍ ଭୁତ ଆସିଛି l

ତା’ ପର ରାତି ମଧ୍ୟ ସେଇଆ l ଡ଼ମ୍ ଡ଼ମ୍ ଭୁତ ଆତଙ୍କ l ଗାଁରେ ତାଟି କବାଟ ପଡିଗଲା l ଶେଷରେ ଗାଁରେ ଦଳେ ଯୁବକ ଠେଙ୍ଗାବାଡ଼ି ଟର୍ଚ୍ଚ ହାତରେ ଧରି ଡ଼ମ୍ ଡ଼ମ୍ ଭୁତ ଦେଖିବାକୁ ବାହାରିଲେ l ପୁନେଇ ରାତି ଜହ୍ନ ଆଲୁଅ ପଡିଛି l ଯୁବକ ମାନେ ଯାଇ ଦେଖିଲେ ଗୋଟିଏ ମାଙ୍କଡ଼ ଢୋଲକ ଧରି ବାଜା ବଜାଉଛି l ଆଉ ଅନ୍ୟ ମାଙ୍କଡ଼ ମାନେ ନାଚ କରୁଛନ୍ତି l

ସେଠାରେ ସଭିଏଁ ଆସି ଗାଁରେ କହି ଦେଲେ l ସଭିଏଁ ପିଲାଠାରୁ ବୁଢା ବୁଢୀ ବାହାରିଲେ ଭୁତ ଦେଖିବା ପାଇଁ l ଯୁବକ ମାନଙ୍କ କଥାରେ କେହି ବିଶ୍ଵାସ କରୁନଥାନ୍ତି ସମସ୍ତେ ଭୟ ଆଶଙ୍କାରେ ଚୁପ୍ ଚାପ୍ ହୋଇ ଦେଖି ବାହାରିଲେ l ଯେଉଁ ଭୁତ ବୋଲି ସମସ୍ତଙ୍କର ଅବଶୋଷ ଥିଲା l ତାହା କ୍ଷଣକ ମଧ୍ୟରେ ଦୂର ହୋଇ ଗଲା l ମାଙ୍କଡ଼ ମାନଙ୍କ ବାଜା ଓ ନାଚ ଦେଖି ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ l ସେଥିରୁ କକେତେକ ଧର ଧର ମାର ମାର କହିବାରୁ ମାଙ୍କଡ଼ ମାନେ ପ୍ରାଣ ଭୟରେ ଗଛ ଉପରକୁ ଚଢିଗଲେ l ଯେଉଁ ମାଙ୍କଡ଼ଟି ଢୋଲକ ଧରିଥିଲା l ସେ ମାଙ୍କଡ଼ଟି ଗଛକୁ ଚଢୁ ଚଢୁ ଗୋଟିଏ ଡାଳରେ ଢୋଲକଟି ଚନ୍ଦି ହୋଇଗଲା l ଢୋଲକଟି ନେଇ ଅପାରି କିଛି ଦୂରରେ ସେମିତି ଜଳ ଜଳ ହୋଇ ଅନାଇଥାଏ l

ଢୋଲକଟି ଅପେରା ବାଲାର ବୋଲି ଗାଁ ଲୋକେ ଜାଣି ପାରିଲେ l ଜଣେ ଗଛ ଉପରକୁ ଚଢି ଢୋଲକଟି ଧରି ତଳକୁ ଆସିଲା l ସଭିଏ ଡ଼ମ୍ ଡ଼ମ୍ ଭୂତ କଥା ପ୍ରତ୍ୟକ ଦେଖି ଠୋ ଠୋ ହୋଇ ହସି ଉଠିଲେ l ଆଉ ମାଙ୍କଡ଼ ମାନେ ଭୂତ ହୋଇବେ କ’ଣ ? ଏବେ ସବୁ ମଣିଷ ଡ଼ମ୍ ଡ଼ମ୍ ବାଜା ବଜାଇ ବଜାଇ ଗାଁକୁ ଫେରିଲେ l କିଏ ବା ଗୀତ ଗାଇ ଗାଇ କିଏ ବା ଡ଼ମ୍ ଡ଼ମ୍ ଭୂତ କହି ଖୁସି ହେଉଥାଏ l ଆଉ କେହି କେହି କହୁଥାନ୍ତି, ହଇରେ ମାଙ୍କଡ଼ ପଲ ଡ଼ମ୍ ଡ଼ମ୍ ଭୂତ ହୋଇ ଆମକୁ ୨ ରାତି ହେଲା ନିଦ ଛଡେଇ ନେଇଥିଲା l ଧନ୍ୟଧନ୍ୟ ତୁମର ଡ଼ମ୍ ଡ଼ମ୍ ଭୂତ l ଯାହା ହେଉ ଯୁବକ ମାନେ ଡ଼ମ୍ ଡ଼ମ୍ ଭୂତ ଆଗେ ଦେଖି ଥିବାରୁ ତାଙ୍କୁ ଅନ୍ୟ ସମସ୍ତେ ବଧେଇ ଜଣାଇଲେ l ଗାଁକୁ ଯିଏ କୁନିଆ ଆସନ୍ତି ପିଲାମାନେ ଡ଼ମ୍ ଡ଼ମ୍ ଭୁତକଥା କହି ଠୋ ଠୋ ହୋଇ ହସି ଉଠନ୍ତି l


Rate this content
Log in

Similar oriya story from Comedy