STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ଡର ଜୀବନର ବଡ଼ ଶତ୍ରୁ

ଡର ଜୀବନର ବଡ଼ ଶତ୍ରୁ

2 mins
15.4K


ଗୋପାଳ ଚନ୍ଦ୍ର ସାଓ

ଦେଉଳି , ମୟୂରଭଞ୍ଜ

ପ୍ରତି ଶନିବାର ଓ ରବିବାର ସ୍କୁଲରୁ ଫେରି ବହି ବସ୍ତାନୀକୁ ଫିଙ୍ଗିଦେଇ ସିଧା ଗାଁ ବନ୍ଧ ଆଡିରେ।ଅତି କମ୍ ରେ ଦୁଇ ତିନି ଘଣ୍ଟା ଗାଧୁଆ ମାନେ ବନ୍ଧ ର ପାଣି ଯାକ ଗୋଳିଆ ନ ହେବା ପର୍ଯ୍ୟନ୍ତ ଉଠିବାର ନାହିଁ।ଏ ଥିଲା ଆମ ବେଶ୍ କିଛି ବର୍ଷର ଅଭ୍ୟାସ।ସେଦିନ ବି ବନ୍ଧ ଆଡିରେ ବସି ଆମେ ଅପେକ୍ଷା କରିଥିଲୁ କିଛି ସାଙ୍ଗ ମାନଙ୍କ ଆସିବା ବାଟକୁ।ସେମାନେ ଆସିଲେ ସାଙ୍ଗ ହୋଇ ଗାଧୋଇବା।

ଆମ ଭିତରୁ ଜଣେ ସାଙ୍ଗ ଅକ୍ଷୟ ହଠାତ୍ ଉଠି ଯାଇ ବିଲ ଆଡ଼ିରେ ମାନେ କଙ୍କଡା ଗାତ ପାଖରେ। ଧାନ ବିଲ ଆଡ଼ିରେ କଙ୍କଡା ଗାତ ରେ ହାତ ମାରି କଙ୍କଡା କାମୁଡ଼ାରେ ଲହୁ ଲୁହାଣ ହୋଇ ବଡ ବଡ କଙ୍କଡା ଧରିବାର ମଜ୍ଜା ନିଆରା ଆଉ ଅକ୍ଷୟ ସେଥିରେ ଆମ ସମସ୍ତଙ୍କଠୁ ଆଗରେ।କିଛି ସମୟ ପରେ ପାଖକୁ ଆସି କହିଲା ନା ବେ କଙ୍କଡା ଟା ଭାରି ଭିତରେ ଅଛି ଆଉ ଖୁବ୍ ଜୋରରେ ବି କାମୁଡୁଛି ମୁଁ ଆଜି ଟିକେ ବ୍ୟସ୍ତ ଅଛି କାଲିକି ଦେଖିବା କହି ଏକା ଏକା ଗାଧୋଇ ହୋଇ ଚାଲିଗଲା। ଆମେ ପୂର୍ବ ପରି ବସିଛୁ... କିଛି ସମୟ ପରେ ଆମ ଭିତରୁ ଜଣେ ସାଙ୍ଗ ଚିତ୍କାର କରି କହି ଉଠିଲା ...ଆରେ ହେ...! ଏଇ ଗାତରେ ତ ଅକ୍ଷୟ ହାତ ମାରି କଙ୍କଡା ଧରୁଥିଲା ଆଉ କହିଗଲା କି କଙ୍କଡା ଟା ତା ହାତକୁ କାମୁଡି ଦେଇଛି ବୋଲି ହେଲେ ସମସ୍ତେ ଦେଖ ସେ ଗାତରୁ ଗୋଟେ ସାପ ବାହାରିଲା।ସମସ୍ତେ ଦେଖି କହିଲେ ସତେ ତ...!

ଗାଧୁଆ ଫାଧୁଆ ଛାଡି ଆମେ ଦୌଡିଲୁ ଅକ୍ଷୟ ଘରକୁ ହେଲେ ସେତେବେଳକୁ ସେ ବଜାର କୁ ବାହାରି ଯାଇଥିଲା।ତାଙ୍କ ଘରେ କିଛି ନ କହି ଆମେ ମଧ୍ୟ ବଜାରକୁ ଧାଇଁଲୁ।ଏମିତି ଖୋଜୁ ଖୋଜୁ 2/3ଘଣ୍ଟା ବିତିଗଲା।ଦେଖିଲା ବେଳକୁ ସେ ଭାରି ଖୁସିରେ ଗୋଟେ ଜଳଖିଆ ଦୋକାନରେ ବସି ଖାଇବାରେ ବ୍ୟସ୍ତ।ଆମ ଭିତରୁ ଆଶିଷ ଯାଇ କହୁ କହୁ କହି ପକେଇଲା "ଆରେ ଅକ୍ଷୟ ତୁ ଯେଉଁ ଗାତରେ ହାତ ମାରିଥିଲୁ ନା ସେ ଗାତରୁ ଗୋଟେ ସାପ ବାହାରିଲା ଆଉ ଆମେ ସମସ୍ତେ ନିଜ ଆଖିରେ ଦେଖିଲୁ ।ଆରେ ଚାଲ୍ ଚାଲ୍ ଶୀଘ୍ର ଡାକ୍ତର ଖାନାକୁ ଯିବା।ଏତିକି କଥା ଶୁଣି ଅକ୍ଷୟ କିଛି ସମୟ ନୀରବ ରହିଲା ଆଉ ତା ପରେ କ୍ଷିଣ ସ୍ୱରରେ ସାପ...ସାପ ଦୁଇ ତିନି ଥର କହି ଆଉଳି ଗଲା।ସ୍ଥାନୀୟ ଲୋକଙ୍କ ସହାୟତାରେ ଆମେ ସମସ୍ତେ ମିଶି ଅକ୍ଷୟକୁ ପାଖ ଡାକ୍ତର ଖାନା କୁ ନେଇ ଗଲୁ ସତ ହେଲେ ଡାକ୍ତର ବାବୁ ସବୁ କଥା ଶୁଣି ପରୀକ୍ଷା କରି କହିଲେ ଅକ୍ଷୟ ଆଉ ନାହିଁ...!

ଆହୁରି କହିଲେ ଅକ୍ଷୟ ସାପ ବିଷ ରେ ମରି ନାହିଁ ବରଂ ଭୟରେ ହୃଦଘାତ ଜନିତ ମୃତ୍ୟୁ ବରଣ କରିଛି।ସେଇ ଦିନ ଠାରୁ ଆମେ କିଛିକାଂଶେ ଅକ୍ଷୟ ମୃତ୍ୟୁର କାରଣ ନିଜକୁ ଭାବି ନେଇଛୁ ଆଉ ଗୋଟିଏ କଥାକୁ ଗଣ୍ଠି ବାନ୍ଧି ରଖିଛୁ କି ଜୀବନରେ ଯେତେ ବଡ଼ ବିପଦ ଆସୁ ପଛେ ତାକୁ ଧର୍ଯ୍ୟ ଓ ସାହସର ସହିତ ସାମ୍ନା କରିବା ଉଚିତ.....


Rate this content
Log in

Similar oriya story from Inspirational