Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Horror Others

5.0  

Writer Roja Panda

Horror Others

ଆତ୍ମା ଓ ଶରୀରର ବାର୍ତ୍ତାଳାପ

ଆତ୍ମା ଓ ଶରୀରର ବାର୍ତ୍ତାଳାପ

3 mins
519



ଓଃ ଭାରି କଷ୍ଟ । ଆଉ ପାଦେ ଚାଲିବାକୁ ବଳ ନାହିଁ ମୋର । ମୋର ପ୍ରତ୍ୟେକଟି ଅଙ୍ଗ ଆଜି ନିସ୍ତେଜ, କ୍ଷତାକ୍ତ ଆଉ ଶକ୍ତିହୀନ । ମୁଁ ତ କିଛି ଭୁଲ କରିନି ତେବେ ବାରମ୍ବାର କାହିଁକି ଏତେ କଷ୍ଟ ,ଏତେ ଯନ୍ତ୍ରଣା । କେବେ ନିଜଠାରୁ ତ ପୁଣି କେବେ ଅନ୍ୟଠାରୁ । ହେ ଆତ୍ମା ତୁମେ କାହିଁକି ମୋ ପ୍ରତି ଏତେ ନିର୍ଦୟ, କାହିଁକି ବାରମ୍ବାର ମୋର କଷ୍ଟ ଦେଖି ମଧ୍ୟ ସମାଧାନର ବାଟ ବାହାର କରୁନାହଁ । କୁହ ଆତ୍ମା ? ମୋ ପ୍ରଶ୍ନର ଉତ୍ତର ଦିଅ ? 


ଆତ୍ମା - ଆରେ ଶରୀର ତୁମେ ମତେ କାହିଁକି ତୁମର ସମସ୍ତ ପ୍ରଶ୍ନର ଉତ୍ତର ମାଗୁଛ ? ତୁମକୁ ମୁଁ ତ କେବେ କଷ୍ଟ ଦେଇନି ? ତେବେ ମୋ ପ୍ରତି ତୁମର ଏତେ ଘୃଣା ମନୋଭାବ କାହିଁକି ?

ଶରୀର - ହେ ଆତ୍ମା, ମୋର ଏଇ କ୍ଷୁର୍ଣ୍ଣ ରୁପକୁ କଣ ତୁମେ ଦେଖିପାରୁନା ? କେବେ କାହାର ବଜ୍ର ପରି ଭାରି ପଦାଘାତ ତ ପୁଣି କେବେ ମୁଷ୍ଟି ପ୍ରହାର , କେବେ ପୁଣି କାହାର ରୁକ୍ଷ ହାତରେ ମୋର କେଶ ଛିନ୍ନ ବିଛିନ୍ନ ।ସମୟେ ସମୟେ ପୁଣି ନିଷ୍ଠୁର ବଳାତ୍କାରୀ ପରି କୁତ୍ସିତ ପ୍ରୟାସ । କେବେ ଭଙ୍ଗା କାଚର ଧାରୁଆ ,ମୁନିଆ ଅଗ୍ରଭାଗରେ ମୁଁ ରକ୍ତାକ୍ତ ତ ପୁଣି କେବେ ଶକ୍ତ ଚାପୁଡାରେ ମୁଁ ମୂର୍ଛିତ । ଏସବୁ ଦେଖି ତୁମେ କଣ ଲଜ୍ଜିତ ନୁହେଁ ? ହେ ଆତ୍ମା,ତୁମେ କରୁଛ ଭୁଲ କିନ୍ତୁ ମୁଁ ପାଉଛି ଦଣ୍ଡ | 


ଆତ୍ମା - ହା ହା ହା ଭୁଲ ! କି ପ୍ରକାର ଭୁଲ ? ହେ ଶରୀର,କହିପାରିବ ମୋର ଭୁଲ କଣ ? 

ଶରୀର - ହଁ ନିଶ୍ଚିତ , ହେ ଆତ୍ମା ,ତମେ ଅନ୍ୟକୁ ରଗାଉଛ , ବାରମ୍ବାର ଗୋଟାଏ କଥାକୁ ଦୋହରାଉଛ, ତୁମର ଗୋଟିଏ କ୍ଷତି ପାଇଁ ତୁମେ ବାରମ୍ବାର ତୀବ୍ର ହୋଇ ଉଠୁଛ । ବାରମ୍ବାର ଅନ୍ୟକୁ ଦୋଷ ଦେଉଛ । ହଁ ମୁଁ ମାନୁଛି ତୁମକୁ ବହୁତ କଷ୍ଟ ସହିବାକୁ ପଡିଛି ହେଲେ ତମେ ପ୍ରତିଶୋଧ ପରାୟଣ ହେଲେ କଷ୍ଟ ମତେ ମିଳୁଛି ।

ଆତ୍ମା - ହେ ଶରୀର, ଭୁଲ୍ ର ପରିଭାଷା ତୁମେ କେମିତି ବୁଝିବ । ମୋ ସହିତ ଅନ୍ୟାୟ ହେଇଛି । ଯେଉଁ ଅନ୍ୟାୟ ଆଜିବି ହେଉଛି ଆଉ ପୂର୍ବରୁ ହେଇଛି ମଧ୍ୟ । ମୋର ଦୁଃଖ କାହାକୁ ଦେଖେଇ ହେବନି ତୁମର କ୍ଷତାକ୍ତ ପରି । କିନ୍ତୁ ମୁଁ ବି କ୍ଷତାକ୍ତ ,ମୁଁ ବି ଅସହାୟ ,ମୁଁ ବି ଦଣ୍ଡ ପାଉଛି । ମୁଁ ବି ବହୁତ କିଛି ହରେଇଛି ଯାହା ଅପୂରଣୀୟ । ମୁଁ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣା ଅନୁଭବ କରୁଛି । ମୁଁ ଭିତରେ ଭିତରେ ଜଳୁଛି ଅଗ୍ନିଶିଖା ପରି । ମୁଁ ବି ଚାହିଁଥିଲି ଶାନ୍ତି ,ପ୍ରେମ କିନ୍ତୁ କିଛି କୁତ୍ସିତ ପ୍ରକୃତିର ଲୋକଙ୍କପାଇଁ ମୁଁ ଆଜି ଅଶାନ୍ତିର ମରୁଭୂମି ପାଲଟିଛି । ମୁଁ ବହୁତ ଜଳିଛି , ଆଜିବି ଜଳୁଛି , ମୁଁ ବହୁତ କ୍ଷତି ସହିଛି ଆଉ ଆଜିବି ସେଇ କ୍ଷତିକୁ ପୂରଣ କରିପାରୁନାହିଁ । ମୁଁ ତ କେବେଠୁ ମରିସାରିଛି , ଖାଲି ପ୍ରତିଶୋଧ ପାଇଁ ତୁମ ଭିତରେ ଅଛି ।


ଶରୀର - ହେ ଆତ୍ମା,ତୁମେ କାହିଁକି ଭୁଲିଯାଉନ ସେ ନୃଶଂସ ଅତୀତକୁ ? କାହିଁକି ବର୍ତ୍ତମାନକୁ ଫେରିଆସୁନ ?

ଆତ୍ମା - ଭୁଲିଯିବି ! ହା ହା ହା କେମିତି ଭୁଲିଯିବି ? କେମିତି ଭୁଲିବି ସେଇ ତାତିଲା ତାତିଲା ଲୁହକୁ ଯାହା ଅବିରତ ବାହାରୁଥିଲା କାହାର କଟୁକଥାରେ ? କେମିତି ଭୁଲିବି ମୋର ସର୍ବଶ୍ରେଷ୍ଠ ସନ୍ତକକୁ ଯାହା ଅନ୍ୟର ଅପାରଗତା ପାଇଁ ନଷ୍ଟ ହେଇଥିଲା ଆଉ କେମିତି ଭୁଲିବି ସେଇ ଲୋମହର୍ଷଣକାରୀ ମୁହୂର୍ତ୍ତକୁ ଯେଉଁ ମୁହୂର୍ତ୍ତରେ ମୋର ପରମାତ୍ମା କାହାରକୁ ପରାମର୍ଶରେ ମୋ ଠାରୁ କିଛିକ୍ଷଣ ପାଇଁ ଦୂରେଇଯାଇଥିଲା । ଆଉ କେମିତି ଭୁଲିବି ସେ ତିରସ୍କାରକୁ ଯାହା ଆଜିବି ମୋ କାନ ପାଖରେ ଗୁଞ୍ଜରିତ ।


ଶରୀର - ବେସ, ତେବେ ଛାଡି ଯାଅ ମତେ । ତୁମର ଅତୀତର ଦୁଃଖକୁ ଲାଘବ କରିବାପାଇଁ ମୁଁ ଅନେକ ବାର କ୍ଷତାକ୍ତ ହେଇ ସାରିଛି । ମୁଁ ଏବେ ରୁଗ୍ଣ , ଶକ୍ତିହୀନ ।ମତେ ଏବେ ଛାଡ଼ିଯାଅ ତୁମେ । ଖୋଜ ଏକ ନୂଆ ଶରୀର ଯିଏ ତୁମର ସମସ୍ତ ଶତ୍ରୁର ମୁକାବିଲା କରିପାରିବ । ନହେଲେ ମୋର ଛୋଟିଆ ଅନୁରୋଧ ରକ୍ଷାକର । ଫେରିଚାଲ ମୋ ସହିତ ମୋ ହାତଧରି ସେଇ ସମୟକୁ । ଯେଉଁ ସମୟ କେବଳ ଆମର । ତୁମେ ଭୁଲିଯାଅନି ଯେ ତୁମେ ଗୋଟେ ପବିତ୍ର ଆତ୍ମା । କେତେଟା ଅପବିତ୍ର,ଅଵିଵେକୀ ଆଉ କୁସଂସ୍କାରି ଲୋକଙ୍କ କଟୁକଥା ପାଇଁ ନିଜକୁ ଅସହାୟ ମଣି ଆଉ ଛଟପଟ ହୁଅନି । ଚାଲ ପୁଣି ଆମେ ଦୁହେଁ ମିଶି ପ୍ରକୃତିର ନିୟମକୁ ମାନି ସଂସାରର ମଙ୍ଗଳ କରିବା ।


ଆତ୍ମା - ହେ ଶରୀର,ତମେ କଣ ଭାବୁଛ ମୁଁ ଚେଷ୍ଟା କରିନି ଭୁଲିବାକୁ ସେ କ୍ଷତିକୁ ,ସେ କଷ୍ଟକୁ, ସେ ଲୋମହର୍ଷଣକାରୀ ମୁହୂର୍ତ୍ତକୁ ? ବହୁତ ବାର ଚେଷ୍ଟା କରିଛି ହେଲେ ଶେଷରେ ବାରମ୍ବାର ବିଫଳ ହେଇଛି । ଭୁଲ ମୋ ଦ୍ୱାରା ଅନ୍ୟମାନେ କରାଇଲେ ନିଜର ଅପାରଗତା ପାଇଁ ହେଲେ ପ୍ରାୟଶ୍ଚିତ ପାଇଁ ମୁଁ ବ୍ୟାକୁଳ । କାହିଁକି ?

ଶରୀର - ମନେ ପକାଅ ଆତ୍ମା ସେଇ ସୁନ୍ଦର ମୁହୂର୍ତ୍ତକୁ , ଯେଉଁ ମୁହୂର୍ତ୍ତରେ ଆମେ ଦୁହେଁ ମିଶି କେତେ ଜୀବନ ରକ୍ଷା କରିଛେ, କେତେ କ୍ଷୁଦାର୍ଥଙ୍କୁ ନିଜର ଖାଦ୍ୟ ଦେଇଛେ । ନିଜର ଖାଦ୍ୟ,ନିଜର ରକ୍ତ,ନିଜର ମମତା,ନିଜର ବହୁମୂଲ୍ୟ ସମୟ, ଆଉ ନିଜର ଭଲପାଇବା,ସ୍ନେହ ଅଦରକୁ ସଂସାରରେ ବାଣ୍ଟିଛେ । ମନେ ପକାଅ । ଆମେ ଅଵିଵେକୀ ନୁହନ୍ତି । ଏଇ ସଂସାର ତ୍ୟାଗ କରିବା ପୂର୍ବରୁ ଆମେ ନିଶ୍ଚିତ ପ୍ରାୟଶ୍ଚିତ କରିବା ସେ ପୁଣି ଅନ୍ୟର ଭୁଲ ପାଇଁ । ମୁଁ ତୁମକୁ କଥା ଦେଉଛି । ଏଇ ଶରୀର ମାଧ୍ୟମରେ ତୁମେ ପ୍ରାୟଶ୍ଚିତ କର ଅନ୍ୟର ଭୁଲର ପ୍ରାୟଶ୍ଚିତ ।



Rate this content
Log in

Similar oriya story from Horror