Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalochan karjee

Romance Tragedy

4.0  

Padmalochan karjee

Romance Tragedy

କଲେଜ ଲାଇବ୍ରେରୀ

କଲେଜ ଲାଇବ୍ରେରୀ

6 mins
248



 ଯେଵେ ବି ମୁଁ କଲେଜ କଥା ଭାଵେ ତ ଆଗେ କଲେଜ ଲାଇବ୍ରେରୀ କଥା ମନେ ପଡେ l ଆଉ ଲାଇବ୍ରେରୀର ସେଇ କିଛି ଅଭୁଲା ସ୍ମୁତି l କଲେଜରେ ମୋର ସବୁଠୁ ଭଲ ସାଙ୍ଗ ଥିଲା ଦୀପ୍ତି l ଆମେ ପଢ଼ୁଥିଲୁ ଯୁକ୍ତ ଦୁଇ ବିଜ୍ଞାନରେ l କଲେଜରେ ଦୀପ୍ତି ର ଅନେକ ସାଙ୍ଗ ଥିଲେ ବି ପ୍ରାୟତଃ ସମୟରେ ଆମେ ଏକାଠି ଥାଉ l ଆମ କଲେଜରେ ଅନେକ ପିଲାଙ୍କ ମଧ୍ୟରେ ଦୀପ୍ତି ଭଲ ପଢେ l ହେଲେ ମୁଁ ତା ପରି ପାଠକୁ ଏତେ ଗୁରୁତ୍ୱ ଦେଉନଥିଲି l ସବୁବେଳେ କ୍ରିକେଟ, ସିନେମା, ବୁଲିବା ଯେ ମୋର ଅଭ୍ୟାସ ଥିଲା l କଲେଜରେ ଦୀପ୍ତିର ସୁନ୍ଦରତା ଠାରୁ ଆରମ୍ଭ କରି ପାଠ ପାଇଁ ଚର୍ଚ୍ଚିତ ହୁଏ ଆଉ ମୁଁ ତା ସହ ମିଳାମିଶା ପାଇଁ l ଦୀପ୍ତି ଯୁଆଡେ ଯାଏ ମତେ ସେ ଜବରଦସ୍ତ ଟାଣି ନେଇଯାଏ l ମତେ ପ୍ରାୟତଃ ଝିଅମାନଙ୍କ ସହ ମିଶିବାକୁ ବିରକ୍ତି ଲାଗେ, ହେଲେ ଦୀପ୍ତି ସହ ନୁହେଁ କାହିଁକି ନା ତାର ପ୍ରତ୍ୟେକ କଥା ମତେ ଆକର୍ଷଣ କରେ l ସେ ସବୁବେଳେ ମୋର ଅନିଚ୍ଛା ସ୍ୱତେ କଲେଜ ଲାଇବ୍ରେରୀକୁ ନେଇଯାଏ l ଆଉ କିଛି ପଢିବାକୁ ତାଗିଦ କରେ, ମୁଁ ତା କଥାକୁ ସବୁବେଳେ ପରିହାସ କରେ, ହେଲେ ସେ ମୋ ପରିହାସକୁ ଦୁଃଖ କରେ l


    ଦୀପ୍ତି କଲେଜର ଅନେକ ସୁନ୍ଦରୀମାନଙ୍କ ମଧ୍ୟରେ ଜଣେ ଥିଲା l କଲେଜରେ ଏମିତି କୌଣସି ପୁଅ ନ ଥିଲେ ଯେ କି ଦୀପ୍ତିକୁ ଦେଖି ଅଟକି ନ ଯାଇଛି l ସେ ଥିଲା ମୋ ଘର ପୋଡଶୀ l କଲେଜ ତା ବିଷୟରେ ଯେତେ ଚର୍ଚ୍ଚା କଲେ ବି କମ ବୋଲି ସମସ୍ତେ ଭାବନ୍ତି l ଆଉ ମୁଁ ଅବିନାଶ l ମୋ ଶରୀର ଯଥେଷ୍ଟ ଗୋରା ନ ହେଲେ ବି ସାବନା ରଙ୍ଗ ଥିଲା l ଦୀପ୍ତି କହେ ମୁଁ କୁଆଡେ ହେଣ୍ଡସମ ଦେଖାଯାଏ l ମୋ ବିଷୟରେ ଏତିକି ହିଁ ଜାଣିବା ଭଲ ବୋଲି ମୁଁ ଭାବେ l ଆଉ ଦୀପ୍ତି  ପାଇଁ କଲେଜରେ ମୋ ପରିଚୟ l 


     କଲେଜରେ କ୍ଲାସ ସରିଲେ କିମ୍ବା ଖାଲି କ୍ଲାସରେ ସେ ମତେ ଲାଇବ୍ରେରୀ ନେଇ ଯାଏ l ମୁଁ ଅନେକ ସମୟରେ ଦୀପ୍ତିର ପଢାରେ ଅପେକ୍ଷା କରେ କିମ୍ବା ଶୋଇ ପଡେ, ମୋର ଆଉ ଏ ଅଭ୍ୟାସ ପାଇଁ ଲାଇବ୍ରେରୀର ଗାର୍ଡ ଠାରୁ ପିଲା ପରିହାସ କରନ୍ତି l କଲେଜରେ ଆମ ସେକ୍ସନ ଥିଲା ଏ  l କଲେଜରେ କେବଳ ଆମ ସେକ୍ସନ ପିଲା ସହ ମୁଁ ପ୍ରାୟତଃ ସାଙ୍ଗ ହୁଏ l କଲେଜରେ ଅନେକ ପୁଅ ସାଙ୍ଗ ଥିଲେ, ହେଲେ ଝିଅ ସାଙ୍ଗ ଜଣେ ସେ ଥିଲା ଦୀପ୍ତି l ଦୀପ୍ତି ର କାର୍ଯ୍ୟକଳାପ ଅନେକ ସମୟ ରେ ବିରକ୍ତିକର ଥିଲା ହେଲେ ବି ମୋ ପାଇଁ ରୁଚିକର ଥିଲା l


    ସେଦିନ କଲେଜରେ ପତ୍ର ଲିଖନ ପ୍ରତିଯୋଗିତା ଚାଲିଥାଏ, ଏଥିରେ ମୋର କୌଣସି ଆଗ୍ରହ ନ ଥିଲେ ବି ଦୀପ୍ତି ପାଇଁ ଯିବାକୁ ବାଧ୍ୟ୍ୟ ହୋଇଥିଲି l ଦୀପ୍ତି ବସିଥିଲା ପୁରା ଆଗରେ ଆଉ ମୁଁ କୌଣସି ସିଟ ନ ପାଇ ବସିଥିଲି ସବା ଶେଷରେ l ନିର୍ଦ୍ଧାରିତ ସମୟରେ ଟପିକ ଅନୁସାରେ ଲେଖା ଆରମ୍ଭ ହୋଇଯାଇଥିଲା l ଏହି ସମୟରେ ଝିଅଟି ଆସି ବିବ୍ରତ ଭାବେ ସିଟ ଖୋଜୁ ଥିଲା, ଆଉ କୌଣସି ସିଟ ନ ପାଇ ମୋ ପାଖରେ ଆସି ଦୁମ କରି ବସି ଗଲା l ସେ ଦେଖିବାକୁ ତନୁ ପାତଳୀ, ଲମ୍ବା ମୁହଁ ସହ କୁଞ୍ଚ ଚୁଟି ରେ ବେଶ ସୁନ୍ଦର ଦିଶୁଥିଲା l କଲେଜରେ ଅତି ପାଖରୁ ସୁନ୍ଦରୀ ଝିଅକୁ କେବେ ଦେଖି ନ ଥିଲି l ମୁଁ ତାକୁ ଏକ ତରଫା ଚାହିଁ ରହିଥିଲି l

   

 ସେ ମୋର ଧ୍ୟାନକୁ ଭଙ୍ଗ କରି ବିଦେଶୀ ଢଙ୍ଗରେ କହିଲା - ଟାଇମ ପ୍ଲିଜ଼ ? 


 ମୁଁ ମୋ ହାତ ଘଡି ଦେଖେ ତ ସେ ବି ଅଟକି ଯାଇଛି l ମତେ ଲାଜ ବି ଲାଗୁଥିଲା, ମନେ ମନେ ଭାବୁଥିଲି ଘଡି ଏବେ ହିଁ ଖରାପ ହବାର ଥିଲା l


କିଛି ସମୟ ପରେ ସେ ପୁଣି ପଚାରିଲା - ୟୁ ହାଭ୍ ଏ ଏକ୍ସଟ୍ରା ପେନ ?  


ମୁଁ କହିଲି - ହଁ l


ଆଉ ଦେଇଦେଇ ଥିଲି ମୁଁ ଲେଖୁଥିବା କଲମ l ସେ ଲେଖି ଚାଲିଥିଲା ପୃଷ୍ଠା ପରେ ପୃଷ୍ଠା l ଆଉ ମୁଁ ସେଇ ଝିଅ ଆଉ ତା ଲେଖାକୁ ହିଁ ଦେଖୁ ଥିଲି l ମୁଁ ପୁରା ଶେଷ ପର୍ଯ୍ୟନ୍ତ କିଛି ବି ନ ଲେଖି ବସିଥିଲି, ଯେହେତୁ ମୁଁ ମୋ କଲମ ତାକୁ ଦେଇଥିଲି l 

  

 ଲେଖା ସମାପ୍ତ ହେବା ପରେ ମୋ ଖାଲି ପୃଷ୍ଠାକୁ ଦେଖି କହିଲା - ଆରେ ତମେ କିଛି ଲେଖି ନ ଯେ ? 


ମୁଁ କହିଲି - ମୋ କଲମ ? 


ସେ ମତେ କଲମ ଦେବାକୁ ଯାଇ କହିଲା - ଓ..ନୋ..ତମେ ଆଜି କିଛି ଲେଖି ପାରିଲିନି ବୋଧହୁଏ ମୋ ପାଇଁ ନା ?  


ମୁଁ ମନେ ମନେ କହିଲି - କଲମ ଥିଲେ ବି ମୁଁ କଣଟା ଲେଖି ଦିଅନ୍ତି ଯେ l


ସେ ମୋ ମନ କଥା ଜାଣି ପାରିଲା କି କଣ  କହିଲା - ଆରେ ମନେ ମନେ କଣ ଭାବୁଛ ଯେ l 


 ମୁଁ କହିଲି - ଆରେ ନା ସେମିତି କିଛି ନାହିଁ l 


ସେଦିନ ପ୍ରତିଯୋଗିତାରେ ସେ ଝିଅଟି ପ୍ରଥମ ପୁରସ୍କାର ପାଇଥିଲା, ଆଉ ଦୀପ୍ତି ପାଇଥିଲା ତୃତୀୟରେ l 

ପୁରସ୍କାର ଗ୍ରହଣ ପରେ ସେ ଝିଅଟି ଆସି ମତେ କିଛି କହିବାକୁ ଚାଁହୁ ଥିଲା, ହେଲେ ଦୀପ୍ତି ମତେ ଟାଣି କହିଲା - ଆରେ ଚାଲ ନା ଡେରି ହେଲାଣି l ସେ ମତେ ସେମିତି ଚାହିଁ ରହିଥିଲା l


ତା ପର ଦିନ କଲେଜରେ କେମେଷ୍ଟ୍ରି କ୍ଲାସ ପରେ ଦୀପ୍ତି ଆଉ ମୁଁ ଲାଇବ୍ରେରୀରେ ଯାଇ ବସିଥିଲୁ l ଦୀପ୍ତି ତା ପଢାରେ ବ୍ୟସ୍ତ ଥାଏ, ଆଉ ମୁଁ ଦର୍ଶନ ରାଭାଲର ଗୀତ ଶୁଣିବାରେ ବ୍ୟସ୍ତ ଥାଏ l ଏହି ସମୟରେ ସେ ଝିଅଟା ଆସି ମୋର ଆଉ ଦୀପ୍ତିର ଧ୍ୟାନ ଭଙ୍ଗ କରି କହିଲା - ହାୟ !

ମୁଁ ଗୀତ ଶୁଣୁ ଶୁଣୁ ସେ ଝିଅକୁ ଅନ୍ୟମନସ୍କ ଭାବେ ଚାହିଁ ରହିଥିଲି l 

 

ଦୀପ୍ତି ମୋ ହାତକୁ ଚିମୁଟି ଧୀରେ ସ୍ୱରରେ କହିଲା - ଆରେ ୟାକୁ ତୁ ଜାଣିଛୁ ?  


ମୁ ଦୀପ୍ତିକୁ କିଛି କହୁ ଥିଲି, ହେଲେ ଝିଅଟି କହିଲା - ମତେ ଚିହ୍ନି ପାରୁନ ? 

ପୁଣି ସେ ତାର ପରିଚୟ ଦେବାକୁ ଯାଇ କହିଲା - ମୋ ନା ପ୍ରିୟଙ୍କା, ଆର୍ଟସ ଷ୍ଟୁଡେଣ୍ଟ l

ଦୀପ୍ତି ଆଉ ମୁଁ ଆମ ପରିଚୟ ଦେଇଥିଲୁ l


 ପ୍ରିୟଙ୍କା କୃତଜ୍ଞତାର ସହ କହିଲା - ଥାଙ୍କସ l


ମୁଁ କହିଲି - କଣ ପାଇଁ ?  


ପ୍ରିୟଙ୍କା କହିଲା - କାଲି ଯୋଉ ସାହାଯ୍ୟ କରିଥିଲ ସେଇଥି ପାଇଁ l

ମୁଁ କିଛି କହିବାକୁ ଯାଉଥିଲି ଦୀପ୍ତି କହିଲା - ତା ମାନେ ତମେ ଆଗରୁ ପରିଚିତ ନା ?  

ପ୍ରିୟଙ୍କା ଲାଜରେ ମୁରୁକି ହସୁ ଥିଲା l


ସେ ଦିନ ପ୍ରିୟଙ୍କା ଆମ ସହ ଅନେକ ସମୟ ପର୍ଯ୍ୟନ୍ତ କଥା ହୋଇଥିଲା l ତା ପରେ ପରେ ଲାଇବ୍ରେରୀରେ ପ୍ରିୟଙ୍କା ସହ ସବୁବେଳେ ନ ହେଲେ ବି ପ୍ରାୟତଃ ଦେଖା ହୁଏ, ଆଉ ଅନେକ ବାର୍ତାଳାପ ବି l 


ବୋଧହୁଏ ପ୍ରିୟଙ୍କାକୁ ପ୍ରଥମ ଦେଖାରେ ଭଲ ପାଇଥିଲି l ତାର କଥା ଶୁଣିବାକୁ ମତେ ଏତେ ଭଲ ଲାଗୁଥିଲା ଯେ ସାୟରି ଶୁଣିଲା ପରି ଲାଗୁଥିଲା l ଲାଇବ୍ରେରୀରେ ଯେତେବେଳେ ଆମେ ତିନି ଜଣ ବସୁ ମୁଁ ପ୍ରିୟଙ୍କା ସହ ବହୁତ କଥା ହୋଇପାରେନା l 

କେଜାଣି ପ୍ରିୟଙ୍କାର ଉପସ୍ଥିତ ଦୀପ୍ତିକୁ ଭଲ ଲାଗେନି ବୋଧହୁଏ ମତେ ଶୀଘ୍ର ଘରକୁ ଯିବାକୁ କହେ l 


ଏହା ପର ଠାରୁ ଲାଇବ୍ରେରୀ ଦୀପ୍ତି ବିନା ବି ମୁଁ ଚାଲି ଯାଏ l ପୁଣି କେବେ କେବେ କ୍ଲାସ ଛାଡି ଚାଲି ଯାଏ ଖାଲି ପ୍ରିୟଙ୍କାକୁ ଟିକେ କଥା ହବା ପାଇଁ l ଆଉ ଦୀପ୍ତିର ଅନୁପସ୍ଥିତରେ ଅନେକ ସମୟ ଗପୁ l ହେଲେ ଦୀପ୍ତି ମତେ ଖୋଜି ଖୋଜି ଆସି ପହଞ୍ଚି ଯାଏ, କେଜାଣି କାହିଁକି ଅଭିମାନ କରି ଚାଲିଯାଏ l 


ମୁଁ ଯେ ପ୍ରିୟଙ୍କାକୁ ଏକ ତରଫା ଭଲ ପାଉଥିବା କଥା ଦୀପ୍ତି କୁ କହିଥିଲି, ହେଲେ ଦୀପ୍ତି ଥିଲା ପୁରା ନିରବ l ଦୀପ୍ତି ପ୍ରାୟତଃ ସମୟରେ ପାଠ ପଢିବାକୁ କହେ, ହେଲେ ମୁଁ ତା କଥା ମୁଣ୍ଡକୁ ନେଉ ନ ଥିଲି l ଏପଟେ ଆମ ବାର୍ଷିକ ପରୀକ୍ଷା ପାଖେଇ ଆସୁଥିଲା l ମୁଁ ଥିଲି ପ୍ରିୟଙ୍କା ପ୍ରେମରେ ପାଗଳ l ମୁଁ ପ୍ରିୟଙ୍କା ସହ କଥା ହେଲେ କିମ୍ବା ତା ବିଷୟରେ କହିଲେ ଦୀପ୍ତି ବିରକ୍ତି ହୁଏ l 


 ସେଦିନ ଲାଇବ୍ରେରୀରେ ପ୍ରିୟଙ୍କାକୁ ପ୍ରପୋଜ କରିବା ପାଇଁ ଦୀପ୍ତିକୁ ଜବରଦସ୍ତ ଟାଣି ନେଇଥିଲି, ଯେମିତି ଆଗେ ସେ ମତେ ନେଉଥିଲା l 

 ପ୍ରିୟଙ୍କା ସବୁବେଳେ ବସୁ ଥିବା ଟେବୁଲରେ ଏକା ବସି ଥିଲା l ମତେ ଆଉ ଦୀପ୍ତିକୁ ଦେଖି ବସିବାକୁ ଇସାରା ଦେଲା l 

ପ୍ରିୟଙ୍କା କହିଲା- ମତେ କଣ କହି କି ?  

ମୁ କିଛି ନ ଭାବି ଗୋଟିଏ ନିଶ୍ୱାସରେ କହିଲି - ପ୍ରିୟଙ୍କା ଆଇ ଲଭ ୟୁ ! 

ଏହା ପରେ ଆମେ ତିନି ପୁରା ନିରବ ଥିଲୁ l 

ପ୍ରିୟଙ୍କା କହିଲା - ଆରେ ମୁଁ ତମକୁ ପସନ୍ଦ କରେ ହେଲେ ଏ ପ୍ରେମ ସମ୍ପର୍କ ରେ ସମ୍ପୂର୍ଣ ଅନବିଜ୍ଞ l ତେଣୁ ତୁମ ସହ ସହମତି ନୁହେଁ l

ଏହା ପରେ ପ୍ରିୟଙ୍କା ସରି କହି ଚାଲି ଯାଇଥିଲା l ସେଠାରେ ଦୀପ୍ତି ଆଉ ମୁଁ ଅନେକ ସମୟ ବସିଥିଲୁ l ଏହା ପର ଠାରୁ ପ୍ରିୟଙ୍କା ସହ ବହୁତ କମ ଦେଖା ହଉଥିଲା l ଆଉ ଦେଖା ହେଲେ ବି ମତେ ନ ଦେଖି ସେ ଚାଲି ଯାଏ l ମୁଁ ଲାଇବ୍ରେରୀ ଯାଇ ଅନେକ ସମୟ ବସୁଥିଲି, ଦୀପ୍ତି ଆସି ବୁଝାଏ ହେଲେ ମୁଁ ପ୍ରିୟଙ୍କାକୁ ଭୁଲି ପାରୁନ ଥିଲି l ଦୀପ୍ତି ମୋ ସହ କଥା ହେଲେ ମୁଁ କମ କଥା ହୁଏ, ମୋ ହାବଭାବ ପାଇଁ ଦୁଃଖ କରେ l


ବାର୍ଷିକ ପରୀକ୍ଷା ପାଖେଇ ଆସିବାରୁ ଦୀପ୍ତି ମତେ ପଢିବାକୁ ଅନୁରୋଧ କରେ, ହେଲେ ମୁଁ କଲେଜ ଯାଇ ଲାଇବ୍ରେରୀରେ ଅନେକ ସମୟ ବସେ l ମୋ ଦୁଃଖରେ ବୋଧହୁଏ ଦୀପ୍ତି ଅଧିକ ଦୁଃଖୀ ଥିଲା l ଦୀପ୍ତି ମୋ ସହ ମିଶିବାକୁ ଚାହେଁ ହେଲେ ମୁଁ ମନା କରେ l ସେ ତା ଘରକୁ ପଢିବାକୁ ଡାକେ କିନ୍ତୁ ମୁଁ ମନା କରି ଦିଏ l ପରୀକ୍ଷା ଦିନ ଆସିବାରୁ ମୁଁ ଦୀପ୍ତି ପାଖକୁ ଯାଇ ପାଠ ପଢ଼ିଥିଲି l ସେ ମତେ ଦେଖି ଖୁସି ଥିଲା, ଗୋଟେ ଅଲଗା ଖୁସି l ଅଳ୍ପ ଦିନ ଭିତରେ ଆମ ପରୀକ୍ଷା ବି ସରିଯାଇଥିଲା l ଆମ ସବୁ ପରୀକ୍ଷା ସାରିଲେ ବି କେଜାଣି କାହିଁକି ଦୀପ୍ତି ମତେ ପୁରୁଣା କେମେଷ୍ଟ୍ରି ବହି ପଢିବାକୁ କୁହେ l ଦୀପ୍ତି ବହୁତ ଭଲ ମାର୍କ ଆଣି ଥିଲା, ଆଉ ମୁଁ 50%ରେ ପାସ କରି ଥିଲି l ମୁଁ ଜଏନ ହୋଇଥିଲି ଘର ପାଖ କଲେଜରେ କିନ୍ତୁ ମୁଁ ମନା କରିବା ସତ୍ତ୍ୱେ ଦୀପ୍ତି ଚାଲି ଯାଇଥିଲା ଦୂର କଲେଜ ହଷ୍ଟେଲକୁ l ସାଙ୍ଗମାନଙ୍କ ସହ ମିଶିଲେ ବି ଦୀପ୍ତି ବିନା ଦିନ ସବୁ ଖାଲି ଖାଲି ଲାଗୁଥିଲା l  

          ********    *******       *******

ମୋର ଅସଜଡ଼ା ରୁମକୁ ସଜାଡି ବାକୁ ବୋଉ ତାଗିଦ କରୁଥିଲା l ଆଗେ ଏ କାମ ମୋ ପାଇଁ ଦୀପ୍ତି କରୁଥିଲା l ରୁମର ବହି ସବୁ ସଜାଡୁ ସଜାଡୁ କେମେଷ୍ଟ୍ରି ବହିରୁ ଗୋଟିଏ ଚିଠି ଖସି ପଡିଲା l ଚିଠି ଟା ଖୋଲି ଦେଖେ ତ ଦୀପ୍ତିର ହାତ ଲେଖା, ସେ ଲେଖିଛି ମୋ ପାଇଁ l ଲେଖିଛି.... 


ହାୟ ଅବିନାଶ 

  ମୁଁ ଜାଣିଥିଲି ତତେ ଭଲ ପାଇଲେ ବି ଜଣେଇ ପାରିବିନି ... ଏମିତି ମିଶିବା କଣ ପ୍ରେମ ନୁହେଁ କି .. ମୁଁ ଭାବେ କିଛି ପ୍ରେମ କାହାଣୀ ଅଜଣା ରହିଯିବା ଭଲ l...    କେବେ ଦେଖା ହବ ଜାଣିନି......

                            /ଇତି /  ତୋର ପ୍ରିୟ ର ସାଙ୍ଗ ଦୀପ୍ତି..                                                        ଆଇ ଲଭ ୟୁ ୟାର..

 ମୋ ହାତରୁ ଚିଠି ଖସି ପଡିଥିଲା l ଦୀପ୍ତି ମତେ ଭଲ ପାଉଥିଲା ମୁଁ ଜମାରୁ ବିଶ୍ୱାସ କରି ପାରୁନଥିଲି, ମୋ ଆଖିରୁ ଲୁହ ଝରୁ ଥିଲା l 


        ଏବେ ମୁଁ ଖାଲି ଏତିକି ଭାବୁଥିଲି ଦୀପ୍ତି ଯଦି ଥରେ କହି କହି ଦିଅନ୍ତା, ତା ହେଲେ ଆମେ ଦୁହେଁ କଲେଜର ଭଲ ପ୍ରେମୀ ଯୁଗଳ ହୋଇ ପାରନ୍ତୁ, ଆଉ କଲେଜ ଲାଇବ୍ରେରୀରେ ଅନେକ ସମୟ ବସନ୍ତୁ ............. 



Rate this content
Log in

More oriya story from Padmalochan karjee

Similar oriya story from Romance