ସିନିଅର ଗାର୍ଲ
ସିନିଅର ଗାର୍ଲ
ବୁଲି ବୁଲି ପୁରା ଥକି ଯାଇ ପାର୍କ ର କୋଣରେ ଥିବା ବେଞ୍ଚ ଉପରେ ଦୁମ କରି ବସି ଗଲି l ଆଉ ଏହାର ସୌନ୍ଦର୍ଯ୍ୟର ପୁରା ଉପଭୋଗ କରୁ କରୁ ଦେଖିଲି ଦୂର ରୁ ଏକ ସୁନ୍ଦର ଝିଅ ଟି ମତେ ଦେଖି ହାତ ଠାରି ଇସାରା କରୁଛି l ମୁଁ ମୋ ଆଖି ପତା କୁ ଉପରେ ଟେକି ମୁଣ୍ଡ ହଲାଇ ଇସାରାରେ ପଚାରିଲି - କଣ ମତେ ଡାକୁଛ ?
l ମୁଁ ଆଉ କିଛି କହିବାକୁ ଯାଉଥିଲି ଏକ ଶକ୍ତ ଚାପୁଡ଼ା ରେ ମୋ ନିଦ ଭାଙ୍ଗି ଗଲା ଆଉ ମୁଁ ଦାଡ କରି ଠିହାହୋଇ ପଡିଲି l ତା ହେଲେ ମୁ କଣ ସ୍ୱପ୍ନ ଦେଖୁଥିଲି l ଦେଖିଲି ମୋ ସାମ୍ନା ରେ ସିନିଅର ଭାଇ ମତେ ନାଲି ଆଖି ଦେଖାଇ ଠିହା ହୋଇଛି , ଆଉ କଣ ସବୁ କହି ଯାଉଛି l ବୋଧେ ସେହି ଶକ୍ତ ଚାପୁଡ଼ା ଦ୍ୱାରା ମତେ କିଛି ଶୁଭୁନଥିଲା l ମୁଁ ବେଳେ ବେଳେ ଭାବେ କଣ ଆମ ଜୁନିଅର ପିଲା ଙ୍କୁ କଣ ସ୍ବପ୍ନ ଦେଖିବା ମନା ?
ଆବେ ତତେ କହିଥିଲି ନା ଦିନ ତିନିଟା ହେଲେ ଖେଳ ପଡିଆ ଆସି ପହଞ୍ଚିବୁ ବୋଲି - ସେ ରାଗରେ କହିଲା
ମୁଁ ଥରି ଥରି କହିଲି - ସରି ଭାଇ !
ଏହିଟା ତ କିଛି ନୁହଁ ଏପରି ଅନେକ ଘଟଣା ଘଟେ କଲେଜ ହଷ୍ଟେଲ ରେ l ଏମିତି ଘଟଣା ସବୁ ଦେଖିଲେ ଅଭିନାଶ ହଷ୍ଟେଲ ଛାଡ଼ିଦେବାକୁ ଜିଦି କରେ ତେଣୁ ତାକୁ ବୁଝାଇବାକୁ ମତେ ଅନେକ ସମୟ ଲାଗିଯାଏ l ଅଭିନାଶ ଆଉ ମୋର ପରିଚୟ ବାସ କ୍ରିକେଟ ପାଇଁ ତା ବାଦ ମୁଁ ଅନେକ କାରଣ ରୁ ଚର୍ଚିତ ଥିଲି l ମୁଁ ଅନେକ ସମୟ ରେ ଭାବେ ଯଦି ଜୀବନ ରେ କିଛି କରି ନ ପାରେ ତା ହେଲେ ମୁଁ ନାଇଟ ୱାଚମେନ ଟେ ହେବି l ଏହିଟା ମୋର ଲକ୍ଷ୍ୟ ନ ଥିଲା ହେଲେ ରାତିରେ ସିନିଅର ମାନଙ୍କ ପାଇଁ ଘଣ୍ଟା ଘଣ୍ଟାଠିଆ ହୋଇ ମୋର ଏହା ଅଭ୍ୟାସ ରେ ପରିଣତ ହୋଇଯାଇଥିଲା l କେବେ ସିନିଅର ପାଇଁ ବିୟର ତ କେବେ ସିଗାରେଟ ଆଣିବାକୁ ପଡୁଥିଲା l ଅନେକ ସମୟ ରେ ଆମେ ହାତରେ କଲମ ବଦଳରେ ସିଗାରେଟ ଧରିବାକୁ ପଡୁଥିଲା l
କଲେଜରେ ଯେ ଏହି ପ୍ରେମ କରିବା ବଡ କଷ୍ଟଦାୟକ l ବୋଧେ ଏ କଥା ପ୍ରିୟଙ୍କା କୁ ଭଲ ପାଇବା ପରେ ଜାଣିଲି l ପ୍ରିୟଙ୍କା ଦେଖିବାକୁ ଛୋଟ ପିଲା ପରି ଲାଗେ l ତାକୁ ଦେଖିଲେ ଯିଏ ବି ତା ପ୍ରେମରେ ପଡ଼ିଯିବ l କଲେଜ ରେ ସିଭିଲ ଡ୍ରେସ ଆଉ ଅନେକ ସେକ୍ସନ ଥିବାରୁ ପିଲା ଙ୍କ କ୍ଲାସ ଜାଣିବାକୁ ଅସୁବିଧା ହୁଏ l କଲେଜରେ ନୂଆ ହେତୁ ମୁଁ ଓଭର ସ୍ମାର୍ଟ ଥିଲି , ତେଣୁ ମୋ ଯାହା ଇଛା ତାହା କରୁଥିଲି l ସେଦିନ ପ୍ରିୟଙ୍କା କଲେଜ ଲାଇବ୍ରେରୀ ରେ ବସି ପଢୁଥିଲା l ମୁଁ ତା ପାଖରେ ଯାଇ ବସିଗଲି l
ମୁଁ ବେପରୁଆ ଢଙ୍ଗ ରେ କହିଲି - ହେ ହାଉ ଆର ୟୁ ?
ସେ ମୁଣ୍ଡ ହଲାଇ କହିଲା - ୟା ଆମ ଫାଇନ !
ମୁଁ ପୁରା ସ୍ମାର୍ଟ ଦେଖେଇ ତା ଖାତା ଟାଣି ମୋ ଫୋନ ନମ୍ବର ଲେଖି ଦେଇ କହିଲି - ମୋ ନମ୍ବର l
ସେ ବିରକ୍ତ ହୋଇ କହିଲା - ଆବେ ତୁ ହେ କୋନ ?
ମୁଁ ଚିଡ଼ାଇଲା ପରି କହିଲି - ଜଷ୍ଟ ଆଇ ଲାଇକ ୟୁ ୟାର !
ସେଠାରୁ ସେ ବିରକ୍ତି ହୋଇ ଚାଲି ଯାଇଥିଲା l ସେଦିନ ରାତିରେ ମତେ ସିନିଅର ଭାଇ ମାନେ ତାଙ୍କ ରୋମ କୁ ଡାକିଥିଲେ l ସବୁ ସିନିଅର ମାନେ ଖଟ ରେ ବସି ମତେ ଚାହିଁ ହସୁଥିଲେ l ଜଣେ ସିନିଅର ଆସି ମୋ ପେଟ ର ମାଂସ କୁ ଚିମୁଟି କହିଲା - ଆରେ ତୋର କଣ ପ୍ରେମ କରିବା ବୟସ ହେଲାଣି ? l ସେଦିନ ସିନିଅର ଭାଇ ଙ୍କ ଠାରୁ ଖୁବ ମାଡ଼ ଖାଇଥିଲି l ପରେ ଜାଣିବାକୁ ପାଇଲି ଏ ସବୁ ସେ ଝିଅ ପାଇଁ କାହିଁକି ନା ସେ ଥିଲା ମୋର ସିନିଅର l ତା ପର ଦିନ ତାକୁ କ୍ଷମା ମାଗିଥିଲି ହେଲେ ସେ ମତେ ଦେଖି ଚାଲିଯାଇଥିଲା l ଏହା ପରଠୁ କୋଉ ଝିଅ କୁ କଲେଜ ରେ କେବେ ଦେଖିନି କିମ୍ବା ଚାହିଁନି l ଆଉ ପ୍ରିୟଙ୍କା କୁ ଦେଖିଲେ ଭାରି ଡରଲାଗେ ଆଉ ମୁଁ ପ୍ରିୟଙ୍କା କୁ ଦେଖିବା ମାତ୍ରେ ଲୁଚି ଯାଏ l ଅଭିନାଶ କୁହେ ସେ କୁଆଡେ ମୋ ବିଷୟରେ ଅନେକ କଥା ପଚାରେ ଆଉ ଖୋଜେ ବି l ମୁଁ କିନ୍ତୁ ସେ ସବୁ ଶୁଣି ବିଶ୍ୱାସ କରୁ ନ ଥିଲି lସେଦିନ ଲାଇବ୍ରେରୀ ରେ ଦେଖା ହୋଇଗଲା ପ୍ରିୟଙ୍କା ସହ l ମୁଁ ତାକୁ ଦେଖି ପଢ଼ିବାର ଅଭିନୟ ଆରମ୍ଭ କରିଦେଇଥିଲି l ସେ ମୋ ଅଭିନୟ କୁ ଜାଣିପାରିଲା ବୋଧେ ଦୂର ରେ ଥିବା ଚୌକି ଟାଣିଆଣି ମତେ ଲାଗି ବସିଗଲା l
ଆଉ ମତେ ପରିହାସ କରି କହିଲା - ସାର ଙ୍କ କଣ ଆଉ ଦେଖା ନାହିଁ ପଢା ରେ କଣ ଏତେ ବ୍ୟସ୍ତ ?
ମୁଁ ମୋ ଜୁନିଅର ପଣ କୁ ଜାହିର କରିବାକୁ ଯାଇ କହିଲି - ସରି ମାମ l
ସେ ଏଥର ଚଢା ସ୍ୱର ରେ କହିଲା - ପ୍ରଥମେ ଲାଇକ କରି କମେଣ୍ଟ ଦେବ ତା ବାଦେ ସରି l
ମୁଁ ପୁରା ନିରବ ଥିଲି l ମୋ ହାତ ଆଉ ଦେହ ଥରୁ ଥିଲା l
ସେ ମୋ ଦେହ ରେ ହାତ ରଖି କରି କହିଲା - ରିଲାକ୍ସ ୟାର ଆଇ ଆମ ଜଷ୍ଟ ଜୋକିଙ୍ଗ l ଆରେ ଏତେ ଡରୁଛ ଯେ l
ସେ ମୋ ହାତରୁ ମୋବାଇଲ ଟାଣି ନେଇ କହିଲା - ମୋ ନମ୍ବର ସେଭ କରିଦେଇଛି ଠିକ ଅଛି l ସିନିଅର ଗାର୍ଲ ପ୍ରିୟଙ୍କା କଥା ସବୁ ମତେ ସ୍ବପ୍ନ ସ୍ବପ୍ନ ଲାଗୁଥିଲା l ମୁଁ ମନେ ମନେ ଭାବୁଥିଲି ଏହି ଝିଅ ମାନଙ୍କ ହାବ ଭାବ ଜାଣିବା ସତରେ ଭାରି କଷ୍ଟ ନୁହେଁ କି ? l
କିନ୍ତୁ ଏହା ପର ଠାରୁ ପ୍ରିୟଙ୍କା ମତେ ଅନେକ ସମୟ ରେ ଫୋନ କରେ l ଆଉ ଆମେ ଅନେକ ସମୟ ପର୍ଯ୍ୟନ୍ତ ଗପୁ l
କଲେଜ ହଷ୍ଟେଲ ରେ ଅଭିନାଶ ର କାମ ଥିଲା ସିନିଅର ପିଲା ଙ୍କ ପୋଷାକ ଧୋଇବା ଆଉ ମୋର ଥିଲା ସିଗାରେଟ ଆଣି ଦେବା l ହଷ୍ଟେଲ ରେ କେଂଟିନ ଖାଇବା ମଜା ସବୁଠାରୁ ଅଲଗା ଥିଲା l ଡାଲମା ରେ ଯଦିବି ଯେବେ ଗୋଟିଏ ଆଳୁ ଆସିଗଲା ସେ ସେଦିନ ନିଜକୁ ସୁଖୀ ମନେ କରୁଥିଲା l ବୋଧେ ସେ ଖୁସି ମୋର ଆଉ ଅଭିନାଶ ଭାଗ୍ୟ ରେ ନ ଥିଲା l ଆମେ ଅନେକ ସମୟ ରେ ଡାଲି ପାଣି ହିଁ ମିଳୁଥିଲା l କେବେ ଯଦି ହଷ୍ଟେଲ କୁ ଘର ଖାଦ୍ୟ ଆସେ ତା ବି ଆମ ଭାଗ୍ୟ ରେ ନ ଥିଲା l ଖାଦ୍ୟ ସବୁ ଯାଉଥିଲା ସିନିଅର ଭାଇ ପାଖକୁ l ସିନିଅର ଭାଇ ଙ୍କ ଜୀବନଶୈଳୀ ଦେଖିଲେ ତାଙ୍କ ପରି ବଞ୍ଚିବାକୁ ଇଛା ହୁଏ l ବୋଧେ ସେଇଟା ବି ଆମ ଭାଗ୍ୟ ରେ ନ ଥିଲା l ହଷ୍ଟେଲ ରେ ଅଭିନାଶ ଆଉ ମୁ ଅନେକ ସମୟରେ ନାଇଟ ୱାଚମେନ କୁ ମିଛ କହି ନାଇଟ ସୋ ଦେଖିବାକୁ ଯାଉ l କେବେ କେବେ ତ ଏଥିପାଇଁ ପାଉଣା ଦେବାକୁ ବି ପଡୁଥିଲା l ନାଇଟ ସୋ ଦେଖିବା ମଜା ଗୋଟେ ଅଲଗା ଥିଲା l କେବେ କେବେ ତ ମୁଁ ପ୍ରିୟଙ୍କା କୁ ବି ସାଥିରେ ନେଇଯାଏ l ହେଲେ ସେ କେବେ ମତେ ଏଇଥି ପାଇଁ ମନା କରିନି l କଲେଜ ରେ ସିନିଅର ଝିଅ ଙ୍କ ସହ ମିଶିଲେ କେତେ ମଜା ଲାଗେ ପ୍ରିୟଙ୍କା ସହ ମିଶିଲା ପରେ ଜାଣିଲି l
ମତେ କଲେଜ ର ସୁସ୍ଥ ସବଳ ଛାତ୍ର ମୟଙ୍କ କୁ ଦେଖିଲେ ଭାରି ଇର୍ଷା ହୁଏ l ଏହି ଇର୍ଷା କୌଣସି ଶତ୍ରୁତା ରୁ ନୁହେଁ ବାସ ତା ସୁସ୍ଥ ସବଳ ଶରୀର ପାଇଁ l ସେ ଦିନେ ଜଣେ ସିନିଅର ପିଲା କୁ ଏତେ ଜୋର ରେ ପିଟି ଯେ ସେବେଠୁ ପିଲା ତାକୁ ଖାତିର କରନ୍ତି l ମୁ ବି ତା ପରି ହେବାକୁ ଚାହେଁ ହେଲେ ଏହି ଦୁର୍ବଳ ଶରୀର ରେ କିଛି କରିପାରେନା l ଅଭିନାଶ ମୟଙ୍କ ସହ ସହ ସାଙ୍ଗ ହେବାକୁ ଅନେକ ଚେଷ୍ଟା କରିଛି , ହେଲେ ତାକୁ କେବେ ପାଖ ମାଡି ଦେଇନି l କଲେଜ ରେ ଈଶାନ କୁ ସମସ୍ତ ପିଲା ସମ୍ନାନ କରନ୍ତି କାହିଁକି ନା ଈଶାନ ଭଲ ପଢୁଥିଲା l ପରୀକ୍ଷା ପାଖେଇ ଆସିଲେ ତାରି ପାଖରେ ଭିଡ ଜମେ l ତାରି ପାଖରୁ ପାଠ ଶିଖିବା ପାଇଁ ଅନେକ ଉପହାର ଦେବାକୁ ପଡୁଥିଲା l
ଜନ୍ମଦିନ ପାଳନ କରିବା କାହାର ବା ଇଛା ନୁହେଁ l କିନ୍ତୁ ଏହି କଲେଜ ରେ ଜନ୍ମଦିନ ପାଳନ କରିବାକୁ କାହିଁକି ଡରନ୍ତି ମୁ ଅଭିନାଶ ର ଜନ୍ମଦିନ ରେ ଜାଣି ପାରିଲି l ସେଦିନ ଅଭିନାଶ କୁ ଜନ୍ମଦିନ ଶୁଭେଚ୍ଛା ବାବଦ ରେ ଏତେ ପିଟା ହୋଇଥିଲା ଯେ ସେ କେକ୍ ବି କାଟି ପାରିନ ଥିଲା l ମତେ ତ ପ୍ରିୟଙ୍କା ମୋ ଜନ୍ମ ତାରିଖ ଅନେକ ଥର ପଚାରିଛି , ହେଲେ ମୁ ବାହାନା କରି କୁହେ ଯେ ମୋର ଜାତକ ନାହିଁ l ପ୍ରିୟଙ୍କା ଆଉ ମୋର ମିଳାମିଶା ଅଭିନାଶ କୁ ଅଜବ ଲାଗୁଥିଲା ବୋଧେ l ସେ ମୋର ପେଟ କୁ ଚିମୁଟି କରି କହେ - କଣ ସିନିଅର ଝିଅ ସହ ଚକର ଚାଲିଛି ?
ଅଭିନାଶ ର ଏମିତି କଥା ମତେ ଅନେକ ସମୟ ରେ ଦ୍ଵନ୍ଦ ରେ ପକେଇ ଦିଏ l କେଜାଣି ପ୍ରିୟଙ୍କା ସିନିଅର ଝିଅ ହେଲେ ବି ପ୍ରାୟତଃ ମୋ ସହ ରହେ l ତାର ପ୍ରତ୍ୟେକ କଥା ସବୁ ଶୁଣିବାକୁ ଏତେ ଭଲ ଲାଗୁଥିଲା ଯେ ମୁଁ ତାକୁ ସେମିତି ଚାହିଁ ରହିଯାଏ l ସେ ମତେ ଦେଖି ହସେ ଆଉ ମୋ ଧ୍ୟାନ ଭଙ୍ଗ କରି କୁହେ କଣ ସାର ଦିନରେ ବି ସ୍ବପ୍ନ ଦେଖୁଛନ୍ତି ? l ହେଲେ ମୁଁ ସିଧା ସିଧା କହି ପାରେନା ଯେ ମୁଁ ତୁମକୁ ପସନ୍ଦ କରେ ବୋଲି ତେଣୁ ମୁଁ କିଛି ଗୋଟେ ବାହାନା କରି କୁହେ କିଛି ନୁହେଁ l
କଲେଜ ରେ ଅନୁଆଲ ଫଙ୍ଗସନ ଆରମ୍ଭ ହୋଇଯାଇଥିଲା l ପିଲା ସବୁ କିଏ କୋଉଥିରେ ଭାଗ ନେଵେ ତାଲିକା ଦିଆ ସରି ଥିଲା l ପ୍ରିୟଙ୍କା ତ ନାଚ , ଗୀତ ଆଉ ଅନେକ ପ୍ରତିଯୋଗିତା ରେ ଭାଗ ନେଇଥିଲା l ସେଦିନ ମୁଁ ଆଉ ଅଭିନାଶ କୋଉ ଥିରେ ଭାଗ ନେଇ ନ ଥିଲେ ବି ଖୁବ ମସ୍ତି କରିଥିଲୁ l ସେଦିନ ଗୀତ ପାଇଁ ପ୍ରିୟଙ୍କା ପ୍ରଥମ ପୁରସ୍କାର ପାଇଥିଲା l ମୁଁ ତ ପୁରା କର ତାଳି ରେ ହଲ କମ୍ପାଇ ଦେଇଥିଲି l ହେଲେ ଯେତେବେଳେ ସେ ମତେ ଚାହିଁ ଗୋଟିଏ ଲାଜୁଆ ହସଟେ ହସିଲା ମୋ ଦେହରେ ସେ ହସର ଲାଜୁଆ ପଣ ଭରି ଗଲା l ସେ ଷ୍ଟେଜ ରୁ ଓଲ୍ଲାଇ ଆସି ମତେ କହିଲା - ଆରେ ତମେ ତ କୋଉ ଥିରେ ଭାଗ ନେଇ ନ ଯେ ?
ମୁଁ ତାକୁ ମଜାକ କରି କହିଲି - ସମସ୍ତେ ଯଦି ଭାଗ ନେବେ ତା ହେଲେ ତମ ପାଇଁ ତାଳି କିଏ ବଜାଇବ l
ସେ ମୋ କଥା ଶୁଣି କହିଲା - କଥା ବାନେବାରେ ତ ମାହିର ନା l
ଆମେ ଦୁହେଁ ଅନେକ ସମୟ ପର୍ଯ୍ୟନ୍ତ ହସିଥିଲୁ l
କଲେଜ ରେ ପ୍ରାୟତଃ ପିଲା କୁହନ୍ତି ପ୍ରିୟଙ୍କା କୁଆଡେ ମତେ ଭଲ ପାଏ l ମୁଁ ତ ଏ ସବୁ ବିଶ୍ୱାସ କରେନା ହେଲେ ମତେ ତା ପ୍ରତି ପ୍ରେମ ହୋଇଯାଇଥିଲା l ତା ର କଥା ସବୁ ମତେ ସିନିଅର ଭଳି ତ କେବେ ସାଙ୍ଗ ଭଳି ଲାଗୁଥିଲା l କିନ୍ତୁ ମୁଁ ତା ଠାରୁ ପ୍ରେମିକା ପଣ ବି ଦେଖିନି l ସେ କେବେ କାହା ସହ ବି ଏତେ ମିଶିବା ଦେଖିନି ଯେତିକି ମୋ ସହ ମିଶେ l ତା ପ୍ରତି ପ୍ରେମ ହେଲେ ବି ସିନିଅର ହିସାବ ରେ ମୁଁ କିଛି କହି ପାରୁ ନ ଥିଲି l
ଏମିତି ରେ ସରି ଯାଇଥିଲା ତା କଲେଜ l ପ୍ରିୟଙ୍କା ଯେ ବାହାରି ଯିବ ତା ପାଇଁ କିଛି ସ୍ପେସିଆଲ ହେବା ଦରକାର l ସେଦିନ ପ୍ରିୟଙ୍କା ଆଉ ମୁଁ ଅନେକ ଜାଗା ବୁଲିଥିଲୁ ସିନେମା, ପାର୍କ, ସପିଂ ମହଲ l ସେ ଅନେକ ଖୁସି ଥିଲା ମୁଁ ବି l ମୁଁ କୋଉ ଝିଅ ସହ ଏତେ ମସ୍ତି କରିନି ଯେତିକି ପ୍ରିୟଙ୍କା ସହ କରିଛି l ସେଦିନ ଅନେକ ସ୍ଥାନ ବୁଲିବା ପରେ ମୁଁ ମନା କରିବା ସ୍ୱତେ ସେ ମତେ ଇଭେନିଙ୍ଗ ଶୋ ଯିବା କୁ ବାଧ୍ୟ କଲା କାହିଁକି ନା ହଲ ରେ ଚାଲିଥିଲା ହରର ମୋଭି l ମତେ ହରର ମୋଭି ଦେଖିବାକୁ ଭାରି ଡର ଲାଗେ ହେଲେ ମୁଁ ତାକୁ ମନା କରି ପାରିଲିନି l ହଲ ରେ ଆମେ ଦୁହେଁ ପାଖାପାଖି ବସି ଥିଲୁ l ମୁଁ ତ ଅନ୍ଧାର ଆଉ ହରର ମୋଭି ର ପ୍ରକୋପ ରେ ଥରୁଥିଲି ହେଲେ କାହାର ଏକ ନରମ ଆଉ କୋମଳ ହାତ ସ୍ପର୍ଶ ରେ ମୁଁ ଚମକି ପଡିଲି l ଦେଖିଲି ପ୍ରିୟଙ୍କା ମୋ ହାତ ରେ ହାତ ରଖି ସେ ମତେ ଚାହିଁ ଥିଲା l ମୁଁ ସେଦିନ ଏତେ ଡରି ଯାଇଥିଲି ଯେ ଆମେ ଦୁହେଁ ଇଣ୍ଟେରଭାଲ ରୁ ଚାଲି ଆସିଥିଲୁ l ଆଉ ଚାଲି ଥିଲୁ କଲେଜ ର ସେହି ନିରୋଳା ରାସ୍ତା ରେ l ସେ ମୋର ଏହି ଡରୁଆପଣ କୁ ନେଇ ଖୁବ ହସି ଥିଲା l ଆଉ ମୁଁ ପୁଅ ହୋଇ ଡରୁଥିବାରୁ ନିଜ କୁ ଲଜ୍ୟା ମନେ କରୁଥିଲି l ଅନେକ ଚାଲିବା ପରେ ଆମେ ଏକ ବେଞ୍ଚ ରେ ବସିଗଲୁ l
ସେ ମତେ ଗମ୍ଭୀର ଭାବେ ପଚାରିଲା - ମୁଁ ଏଠାରୁ ଚାଲି ଗଲେ ତମେ ମତେ ଭୁଲି ଯିବ ବୋଧେ ? l
ମୁଁ ତାର ଏମିତି ପ୍ରଶ୍ନ ରେ କଣ ଉତ୍ତର ଦେବି ଜାଣିପାରୁନଥିଲି l ସେ ପୁଣି ମତେ ପଚାରିଲା ମୋ ପାଇଁ ପେ୍ରିୱାଲ ଗିଫ୍ଟ କଣ ଦେବ l ମୁଁ ଦେଇଦେଇ ଥିଲି ତା ପାଇଁ ଆଣିଥିବା ଗିଫ୍ଟ l ସେ ତାହା ଖୋଲି ପାଉଁଜି ଦେଖି ବହୁତ ଖୁସି ହୋଇଥିଲା l
ତା ପର ଦିନ ତାକୁ ଛାଡିବାକୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲି l ସେ ବସ ରେ ବସି ଯାଇଥିଲା ମୁଁ ତାକୁ ଅପଲକ ନୟନ ରେ ଚାହିଁ ଥିଲି l ସେ ମତେ ପାଖକୁ ଡାକି କହିଲା - ଆରେ କିଛି କହିବ l
ମୁଁ ମୋ ଆଖି ର ଲୁହ କୁ ଲୁଚାଉ ଲୁଚାଉ କହିଲି - ବାୟ l ମୋ ପାଟି ଅଠା ଅଠା ହୋଇଯାଇଥିଲା ତା ଆଖି ବି ଲୁହ ରେ ଭରି ଯାଇଥିଲା l ଆଉ ବସ ବି ଛାଡି ଦେଇଥିଲା l ବସ ଯିବା ର କିଛି ସମୟ ପରେ ଦେଖିଲି ପ୍ରିୟଙ୍କା ର ମେସେଜ ଆସିଛି l
ସେଥିରେ ସେ ଲେଖିଛି
ହାୟ ଜୁନିଅର
କେଜାଣି କାହିଁକି କେତେବେଳେ କାହାକୁ କେମିତି ପ୍ରେମ ହୋଇଯାଏ ଜାଣି ହୁଏନି l ମୁଁ ତତେ ଭଲ ପାଇ ଥରୁଟେ ବି କହିପାରିଲିନି l କଣ ବା କୁହନ୍ତି ଯେ ମୁଁ ଜଣେ ଜୁନିଅର କୁ ଭଲ ପାଏ l ନା ନ କହି ବି କିଛି ଭୁଲି ହୁଏ l ସତରେ ଆଇ ମିସ ୟୁ ୟାର l ଜଷ୍ଟ ଆଇ ଲାଇକ ୟୁ ୟାର l
ମୁଁ ଏତେକ ପଢିବା ପରେ ମୋ ଆଖିରୁ ଲୁହ ଆସିଯାଇଥିଲା l ଆଉ କଣ ବା କରିପାରିନ୍ତି l ଆଉ ମୁଁ ଆଖି ର ଲୁହ କୁ ପୋଛୁ ପୋଛୁ ଲେଖି ଦେଲି.... ମି..ଟୁ ସିନିଅର...

