Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହାତକୁ ନାତ
ହାତକୁ ନାତ
★★★★★

© Narayan chandra Senapati

Classics

3 Minutes   417    30


Content Ranking


 ସେଦିନ ଶ୍ରୀମନ୍ଦିରରୁ ଜଗା ଦର୍ଶନ ସାରି ଆନନ୍ଦ ମନରେ ଫେରୁଥାନ୍ତି ଡାକ୍ତର ମହେନ୍ଦ୍ର ପ୍ରସାଦ ଦାସ। ଜଣେ ମଣିଷ ପରି ମଣିଷ ଜଣେ ସେ। ଜ୍ଞାନୀ,ମାନୀ,ଦାନୀ ଓ ସ୍ୱାଭିମାନୀ ହିସାବରେ ସେ ଖୁବ୍ ଜଣାଶୁଣା। ଦୁଃଖୀରଙ୍କିଙ୍କୁ ଦେଖିଲେ ତାଙ୍କ ହୃଦୟ ତରଳିଯାଏ। ହଠାତ୍ ଦୃଷ୍ଟି ପଡିଲା ବଡଦାଣ୍ଡର ଦୁଇପାଶ୍ୱରେ ବସିଥିବା ଅସହାୟ ଭିକ୍ଷୁକଙ୍କ ଉପରେ। ସେହି ଭିଡ଼ ଭିତରେ ଜଣେ କୁଷ୍ଠରୋଗୀଙ୍କ ଉପରେ କାହିଁକି କେଜାଣି ତାଙ୍କ ଆଖି ଲାଖିଗଲା। ପାଖକୁ ଯାଇ ଯାହା ଦେଖିଲେ ଆଖିକୁ ଵିଶ୍ଵାସ କରିପାରିଲେ ନାହିଁ।ସେ ହେଉଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀର ବାରମ୍ବାର ବିଜେତା ନେତା ଭାନୁପ୍ରତାପ ବାବୁ। ଆଶ୍ଚର୍ଯ୍ୟ ହୋଇ ପାଖକୁ ଗଲେ। ଭାନୁ ପ୍ରତାପଙ୍କ ଶରୀରରେ ଆଉ ନ ଥିଲା ପ୍ରତାପ,କେବଳ ଆଖିରୁ କେଇଟୋପା ଲୁହ ଆଉ ମୁଖମଣ୍ଡଳରେ ଦୁଃଖର କରୁଣ ପ୍ରତିଛବି। ମହେନ୍ଦ୍ର ବାବୁ କିଛି କହିବା ଆଗରୁ ସେ କହିଲେ,ମୋତେ କଣ ଚିହ୍ନି ପାରୁନାହାନ୍ତି କି ଡାକ୍ତର ବାବୁ। ଆପଣଙ୍କର ଏ ଅବସ୍ଥା?ଡାକ୍ତର ବାବୁଙ୍କ ପ୍ରଶ୍ନର ଉତ୍ତରରେ କହିଲେ,ସବୁ ଭାଗ୍ୟର ଖେଳ ଆଜ୍ଞା। ଖଣ୍ଡିଆହାତରେ କିଛି ମାଗିବାର ଦେଖି ତାଙ୍କ ଆଖିରୁ ଦିଟୋପା ଲୁହ ଝରିଗଲା। ପକେଟରୁ ପଚାଶ ଟଙ୍କିଆ ନୋଟ୍ ଟିଏ ଦେଇ ମନକୁ ମନ କହୁଥିଲେ,ବିଚିତ୍ର ଏ ଦୁନିଆର ଖେଳ! ଏ କଣ ଭାନୁ ବାବୁଙ୍କର ସେ ଟାଣୁଆ ହାତ, ଯେଉଁ ହାତକୁ ଦେଖିଲେ ଗର୍ଭଣୀ ଗାଈ ବି ଛାନିଆରେ ବାଟ ଛାଡିଦିଏ। ଟଙ୍କାକୁ ଆଗ୍ରହରେ ଦେଇ ମୁଁ ଆସୁଛି କହି ଫେରିଆସିଲେ ଗାଡି ପାଖକୁ। ଗାଡ଼ିରେ ବସି ଚିନ୍ତା କଲେ ପୁରୁଣାଦିନର ନିଜ ଅଞ୍ଚଳର ଇତିହାସ ପୃଷ୍ଠା ଗୁଡିକୁ।


  ଭାନୁ ବାବୁ ଥିଲେ ଜଣେ ଉଦୀୟମାନ ଯୁବକ।ପ୍ରତିପତି ଓ ଲୋକପ୍ରିୟତାରେ ସେ ଥିଲେ ଖୁବ୍ ଆଗରେ।ନବ ନିର୍ବାଚିତ ସରପଞ୍ଚପ୍ରାର୍ଥୀ ବେଳେ ଲୋକଙ୍କୁ କହୁଥିଲେ, ମୋ ହାତରେ ହାତ ମିଳାନ୍ତୁ। ଆମ ଅଞ୍ଚଳକୁ ଶକ୍ତ ଓ ଉନ୍ନତ କରିବା। ଲୋକବି ବଢ଼ାଇଥିଲେ ବିଶ୍ୱାସର ହାତ।ବିଜୟୀ ଭାନୁ ବାବୁ ସେମିତି ଆଖିଦୃଶିଆ କାମ କରିପାରିଲେ ନାହିଁ। ତା ପରବର୍ତ୍ତୀ ସମୟରେ ତାଙ୍କୁ ମିଳିଥିଲା ବିଧାୟକ ଟିକେଟ। ଏଥର ଜାତି ଅଜାତି,ଉଚ୍ଚ ନୀଚ୍ଚ କିଛି ବାଛ ବିଚାର ନ କରି ସେ କରିଥିଲେ ତାଙ୍କ କୁଶଳୀ ପ୍ରଚାର। ହାତରେ ହାତ ମିଳେଇ,କାନ୍ଧରେ କାନ୍ଧ ମିଳେଇ,ପାଖରେ ବସି ଭାବ ବିନିମୟ କରି ବିଚରା ନିରୀହଙ୍କ ମନରେ ଆଶା ଆକାଂକ୍ଷାର ତାଜମହଲ ସୃଷ୍ଟି କରିଥିଲେ, ଯାହାଦ୍ୱାରା ସେ ହୋଇପାରିଥିଲେ ବିଧାୟକ।ଥରେ ନୁହଁ ତିନି ତିନି ଥର ବିଧାୟକ ହୋଇ ନିଜର ଭାବମୂର୍ତ୍ତିକୁ ତେଜିୟାନ କରିପାରିଥିଲେ ସେ। ମନ୍ତ୍ରୀପଦ ବି ପାଇଲେ। ହେଲେ ଯେଉଁ ହାତର ସ୍ପର୍ଶରେ ସେ ହୋଇପାରିଥିଲେ ଏତେ ଉଚ୍ଚ ଆସନର ଅଧିକାରୀ ସେହି ହାତକୁ ସେ ସମ୍ମାନ ଦେଇ ନ ଥିଲେ। ଯେଉଁ କୃଷକ ମାନଙ୍କର ମଇଳା ହାତ ତାଙ୍କ ସ୍ଥାନକୁ ଦୃଢ଼ କରିଥିଲା ସେମାନଙ୍କୁ କଲେ ଶୋଷଣ। କୃଷକମାନଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ କୁ କଲେ ବାଟମାରଣା। ଯେଉଁ କଠିନ ପରିଶ୍ରମରେ ହାତରୁ ରକ୍ତ ବୁହାଇ ଆନନ୍ଦ ବାଣ୍ଟୁଥିବା ଶ୍ରମିକର ହେଲେ ସେ ବାଇରି।ରାତିଦିନ ଉଜାଗର ରହି ବନ୍ଧୁକ ହାତରେ ଧରି ପ୍ରତିମୁହୂର୍ତ୍ତରେ ଜୀବନ ସହ ସଂଗ୍ରାମ କରୁଥିବା ସୈନିକର ଉପକାର କି ଥଇଥାନ ସେ କଲେ ନାହିଁ। ନିଜେ ଏତେ ବଡ଼ ପାହାଚକୁ ଯିବାପରେ ସେଇ ଛୋଟ ମଇଳା ହାତରେ ହାତ ମିଶାଇବା ତ ଦୂରର କଥା ସେମାନଙ୍କୁ ଘୃଣା ଓ ତୀରସ୍କାର ବି କଲେ। କାହାକୁ ଚାକିରୀ ଦେବି କହି ସରଳା ନିରୀହା ଝିଅମାନଙ୍କୁ ସହରକୁ ଡକାଇ ତାଙ୍କ ଇଜ୍ଜତ ନେଲେ ତ କାହାକୁ କପଟରେ ହତ୍ୟା ଓ ପରୋକ୍ଷରେ ଆତ୍ମହତ୍ୟା କରାଇଲେ। ଗରିବ ଅଭାବୀ ଶ୍ରମିକ,ମୂଲିଆ,କୃଷକମାନଙ୍କ ନାମରେ ଜାଲ ଦସ୍ତଖତ ଓ ଟିପଚିହ୍ନ ମାଧ୍ୟମରେ କୋଟି କୋଟି ଟଙ୍କାର ଠକେଇ କରି ଜାଗା,ବ୍ୟାଙ୍କ ବାଲାନ୍ସ,ଫ୍ଲାଟ କରି ନିଜକୁ ସମ୍ରାଟ ବୋଲାଇଲେ। ଲୋକଙ୍କୁ ବେଖାତିର ଅସମ୍ମାନ କରିବା ଏକ ମୌଳିକ ପ୍ରକୃତି ବି ହୋଇଗଲା ତାଙ୍କର। ମୋଟ ଉପରେ କହିବାକୁ ଗଲେ ଯେଉଁ ହାତ ସାଥ ଦେଇଥିଲା ସେହି ହାତକୁ ନାତ ମାରି ବୈମାନିର ପ୍ରମାଣପତ୍ର ବି ହସ୍ତଗତ କଲେ।


 କଥାରେ ପରା ଅଛି,ଚୋରପାଇଁ ସବୁରାତି ଅନ୍ଧାର ରାତି ହୁଏନା। ବିରୋଧୀ ଦଳଙ୍କ ଦ୍ୱାରା ଅଭିଯୋଗ ଓ ସି ବି ଆଇ ର ଯାଞ୍ଚରେ ଅପରାଧୀ ହୋଇ ଜେଲ ଗଲେ। ନିଜ ସ୍ତ୍ରୀଟା ହାର୍ଟ ଆଟାକରେ ମଲା। ନିଜର ଏକମାତ୍ର ପୁତ୍ର ସଡକ ଦୁର୍ଘଟଣାରେ ବି ଆରପାରିକୁ ଚାଲିଗଲା।ପ୍ରଚଣ୍ଡ ବାହୁବଳୀ ବୋଲି ନିଜକୁ ପ୍ରତିପାଦିତ କରିଥିବା ଭାନୁବାବୁ ଶେଷରେ ହେଲେ ନିଃସଙ୍ଗ ପଥିକ। ନିଲାମ ହୋଇଗଲା ସବୁ ସମ୍ପତ୍ତି। ଯାହା କିଛି ଥିଲା ବିକ୍ରି କରି ଠକାମି ଧନକୁ ପୈଠ କଲେ। ଜେଲରୁ ଫେରି ପୁନଶ୍ଚ ବ୍ୟଭିଚାରରେ ଲିପ୍ତ ରହି ନିସ୍ତୁକ ମାଡ଼ ଖାଇ ଗଲେ ଥାନାକୁ। ପୁନଶ୍ଚ ଜେଲଦଣ୍ଡ।ଜେଲରେ ତାଙ୍କୁ ହୋଇଗଲା କୁଷ୍ଠ।ଯେଉଁ ହାତ ସହସ୍ର ଲୋକଙ୍କୁ ନାତ ମାରିଥିଲା,ହାତକୁ ଗୋଇଠା ମାରିଥିଲା ଶେଷରେ ସେ ହାତକୁ ନେଇଗଲେ ଶ୍ରୀଜଗନ୍ନାଥ।


 ଗାଁରେ ପହଞ୍ଚି ଏ ସମସ୍ତ କଥା ବଖାଣି କହିଲେ ମହେନ୍ଦ୍ର ବାବୁ।ଗାଁ ଲୋକମାନେ ଜଗା ଠିକ୍ ଦଣ୍ଡ ଦେଇଛନ୍ତି କହିବା ବେଳେ ଆଉ କେତେକ ଉତକ୍ଷିପ୍ତ ହୋଇ ଠେଙ୍ଗା ବାଡି ଧରି ଜୀବନରୁ ମାରିଦେବାକୁ ବାହାରିଲେ ବଡ଼ଦାଣ୍ଡ।ମହେନ୍ଦ୍ର ବାବୁ ଯେତେ ବୁଝେଇଲେ ବି ସେମାନେ ବୁଝିଲେ ନାହିଁ। ହଠାତ୍ ଏକ ପୋଲିସ ଗାଡି ଆସି ପହଞ୍ଚିଲା ଗାଁ ସାକ୍ଷୀଗୋପାଳ ମଝିରେ।ଜଣେ ପୋଲିସ ଭାନୁ ପ୍ରତାପଙ୍କ ଘର ପଚାରୁ ପଚାରୁ ଆଶ୍ଚର୍ଯ୍ୟ ଜନତା ଅନ୍ୟ ପାଖରେ ଦେଖିଲେ କିଛି ପୋଲିସଙ୍କ ଦ୍ୱାରା ଗାଡିରୁ ଖୋଲା ଏକ ଶବ।ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଉତ୍କଣ୍ଠାରେ କୌତୁହଳରେ କାହାର ଜାଣିବାକୁ ଚାହୁଁଥିବା ବେଳେ ଜଣେ ପୋଲିସ କହିଥିଲେ,କୁଷ୍ଠରୋଗୀ ଭାନୁ ପ୍ରତାପ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି।ଠେଙ୍ଗା ବାଡି ଧରି ବାହାରିଥିବା ଲୋକ ମୁଣ୍ଡ ନୁଆଁଇ ଛିଡ଼ାହୋଇଥିବା ବେଳେ କେହି କେହି କହୁଥାନ୍ତି ବିଚରା ନିଜ କୁକର୍ମ ପାଇଁ ନିଜେ ତ ଗଲା,ବଂଶ ବୁଡାଇଦେଲା।


 ଡାକ୍ତର ମହେନ୍ଦ୍ର ବାବୁ ନିଜ ଆଖିରୁ ଲୁହ ଦୁଇଧାର ପୋଛି ଧୀରେ କହିଲେ,ହାତକୁ ନାତ ମାରିଥିବା ଲୋକ ଦେଖ କେମିତି ସବୁଦିନ ପାଇଁ ଅଚେତ ହୋଇ ପଡିରହିଛି।ଶହ ଶହ ମଇଳା ନୀଚ୍ଚ ହାତରେ ଶକ୍ତ ହୋଇଥିବା ହାତ ଯଦି ଶେଷରେ ଅବିବେକୀ ହୋଇ ନାତ ମାରେ,ତେବେ କେବଳ ଜୀବିତର ହୃଦୟ ନୁହଁ ମୃତବେଳେ ଆତ୍ମାବି ଗୁମୁରି ଗୁମୁରି କାହାକୁ କିଛି ନ କହି ଅନୁତପ୍ତ ହୋଇ କାନ୍ଦେ।


ଭାନୁ ପ୍ରତାପ ଡାକ୍ତର ମହେନ୍ଦ୍ର ବାବୁ ଗାଁ ଲୋକମାନେ

Rate the content


Originality
Flow
Language
Cover design

Comments

Post

Some text some message..