ଅଧିକ ପ୍ରେମ ନୁହଁ ଉତ୍ତମ
ଅଧିକ ପ୍ରେମ ନୁହଁ ଉତ୍ତମ
ସପ୍ତମ ଶ୍ରେଣୀରେ ପଢୁଥାଏ ।ମୋ ନନା ବୋଉ ମୋ ପାଖରେ ରହୁନଥାନ୍ତି । ସେମାନେ ଗାଁରେ ଚାଷଜମି କଥା ବୁଝନ୍ତି, ଆଉ ଯାହା ଆଦାୟ ହେଉଥିଲା ତାକୁ ନେଇ ସହରକୁ ଆସୁଥିଲେ ।ବଡ ବାପା ମାନେ ସେସବୁ ବିକ୍ରୟ କରନ୍ତି ଆଉ କିଛି ନିଜ ନାମରେ ଫାଇନାନ୍ସ କରି ବଳକା ତକ ବିକ୍ରୟ ର ଲାଭ ବୋଲି କହି ଅଧା ରଖନ୍ତି ଅଧା ନନାଙ୍କୁ ଦିଅନ୍ତି । ଆମେ ଏଠି ଦୁଇ ଭଉଣୀ ଆଉ ସାନ ଭାଇ ତିନିଜଣ ରହୁଥିଲୁ ।ଏଣୁ ଅଧିକ ଖର୍ଚ୍ଚ ହେଉଛି କହି ନନାଙ୍କୁ ମୁର୍ଖରେ ଗଣିତ କରି ବହୁତ ଠକୁଥିଲେ ।ନନାଙ୍କ ଚାରିଭାଇ ତିନୋଟି ଭଉଣୀ ଅର୍ଥାତ୍ ସାତଜଣଙ୍କୁ ନେଇ ପାର୍ବତୀ ଗଛର ଡାଳ ଭାବେ ଝୁଲୁଥିଲେ ।ତିନି ଭଉଣୀର ବାହାଘର ହୋଇଗଲା ।ସେସବୁ ନନା ସମ୍ଭାଳିଥିଲେ। ଭାଇମାନଙ୍କ ବାହାଘର ବି କଲେ । ନିଜ ବାହାଘର କଥା ପଡିବାରୁ କହିଲେ ଗରିବ ଝିଅଟିକୁ ବାହା ହେବେ ତାହା ହେଲେ ସେ ମୋ ସହ ଆଡଜଷ୍ଟ କରିପାରିବ ଆଉ ମୋ ଘର କଥା ବୁଝିପାରିବ ।ଗରୀବ ଝିଅଟିକୁ ବାହା ହେବାରୁ ଭାଇମାନଙ୍କ ରାଗ ବଢିଚାଲିଲା ।ମୋ ବୋଉ ପାଠ ପଢିନଥିଲା ।ଏଣୂ ସମସ୍ତଙ୍କ ଘୄୄୄଣା ସହିଯାଉଥିଲା ଆଉ ଆଜିଯାଏଁ ବି ସହୁଛି ।ମୋ ନନା ବାପା ମାନଙ୍କୁ ଏତେ ଭଲ ପାଉଥିଲେ ଯେ ଦିନେ ବି ହିସାବ ଖାତା କଲେନି କେତେ ଦେଲି ଆଉ କେତେ ନେଲି ।କେତେ ଲାଭ ଆଉ କେତେ କ୍ଷତି ହିସାବ ରଖୁନଥିଲେ ।ବହୁତ କଷ୍ଟ କରୁଥିଲେ ଦିନେ ମୋ ପିଲାମାନେ ମୋ ଭାଇର ପିଲାମାନେ ବଡ ଚାକିରି କରିବେ ଆମର ନାଁ ରଖିବେ ଭାବି ମୁଣ୍ତ ଝାଳ ପିଇ ଦିନ ସରେଇଲେ ।ସବୁ ଯାହା ହେଉ ଠିକ୍ ଠାକ୍ ଚାଲିଥିଲା ।
୨୦୦୪ମସିହାରେ ପାର୍ବତୀ ନାମକ ବିଶାଳ ବୄୄୄକ୍ଷ ଟି ଚିରଦିନ ପାଇଁ ଆଖି ବୁଜିଦେଲା ।ଡାଳ ମାନେ ବି ଅଲଗା ହେବାକୁ ଲାଗିଲେ ।ପ୍ରଶାଖାମାନେ ଅଧିକ ଭାଙ୍ଗିପଡିଲୁ ।ଡାଳ ପ୍ରଶାଖାର ସମ୍ମିଶ୍ରଣରେ ନୁଆ ନୁଆ ଗଛର ଜନ୍ମ କାହାଣୀ ଆରମ୍ଭ ହେଲା ।
ପୈତୄୄୄୄକ ସଂପତ୍ତି ପାଈଁ ଆସ୍ତେ ଆସ୍ତେ ଝଗଡା ହେବାକୁ ଲାଗିଲା ।କିଛି ମନ୍ଦ ପ୍ରଶାଖା ଶାଖା ଠାରୁ ଶାଖା ଅଲଗା କରିବା ଯୋଜନାରେ ସଫଳ ହେଲେ ।ମୋ ନନା ବୋଉ ସେତେବେଳେ ଗାଁ ଘର ଦୁଇଟି ବିକାବିକି କରି ଜଙ୍ଗଲ ଭିତରେ ଘର କରି ରହିଥିଲେ ।ଅଧିକ ଶସ୍ୟ ଆଦାୟ ହେଲେ ଅଧିକ ଉନ୍ନତଧରଣର କାମ ହେବ କହି ଜଙ୍ଗଲରେ ମିଲ୍ ,ପଥର ଗ୍ରାଇଣ୍ଡର୍ ,ନାନା ପ୍ରକାରର ଫୁଲଗଛ ,ଫଳଗଛ ଏମିତି ଯୋଜନା ତିଆରି କରି ନନା ବୋଉ ଙ୍କୁ ଚାକର ଭଳି ଖଟେଇଲେ ନିଜେ ଆସି ଆରାମରେ ସହରରେ ରହିଲେ ।ତଥାପି ସେ ଦୁହେଁ କିଛି ନ ଭାବି କର୍ମ କରିଚାଲିଥିଲେ । ମୁଁ ଥିଲି ଘରର ବଡ ଝିଅ ।ମୋ ବାହାଘର ମ୍ଯାଟ୍ରିକ୍ ପିଲା ସହ ହିଁ ଠିକ୍ କରୁଥାନ୍ତି ।ଅବଶ୍ୟ ଜମିଜମା ର ସୁନାରୁପିର ଭଣ୍ତାର ଥିଲା କିନ୍ତୁ ଯୋଗ୍ୟତା ନଥୀବା ଯୋଗୁଁ ମୁଁ କେବେ ବି ରାଜି ହେଉନଥିଲି ।ସମୟବଶତଃ ମୁଁ ପ୍ରେମରୋଗୀ ହୋଇଗଲି ।କିନ୍ତୁ ମୋ ବଡ ବାପା ମାଆ ଭାଇ ଭଉଣୀ କେହି ରାଜି ହେଲେନି ।ମୋ ଭାଇ ଭଉଣୀ ନନା ବୋଉ କିନ୍ତୁ ରାଜିହେଲେ ।ସେମାନେ ବୁଝିପାରିଥିଲେ ମୋ ମନର ବ୍ୟଥା ।ମୋ ଯୋଗ୍ଯତା ଅନୁସାରେ ବର ମିଳାଥିବାରୁ ସବୁ ଖୁସି ଥିଲେ ।ଦୁଃଖ ଏତିକି କି ମୋ ବାହାଘର ପାଈଁ ବାପା ବଡମା କେହୀ ସାହାଯ୍ୟ କଲେନି ।ନନା ଘର ବିକି ଟଙ୍କା ଆଣିଥିଲେ ।ସେତିକି ବି ସ୍ବାହା କରିଦେଲେ ସିନା ମୋ ପାଇଁ ଖର୍ଚ୍ଚ କଲେନି ।ପୁଣି ନିଜ ନାଁରେ ଥିବା ଜାଗା ବିକି ମୋ ବାହାଘର କଲେ ।ନନା ସେବେଠୁ ବୁଝିଯାଇଥିଲେ କି ଅଧିକ ଭଲପାଇବାର ଫଳ କଣ ହୋଇପାରେ ?ତଥାପି ରକ୍ତ ସଂପର୍କ ସହଜରେ ଭୂଲିହୁଏନା ।ସମସ୍ତେ ଆଜି ବି କଥା ବାର୍ତ୍ତା ହେଉଛନ୍ତି କିନ୍ତୁ ପାଖରେ କେହି ରହୁନାହାଁନ୍ତି ।ଅରକ୍ଷୀତକୁ ଦଇବ ସାହା ..ଠିକ୍ ଯେମୀତି ନନା ବୋଉ ଙ୍କୁ ବି ପ୍ରଭୂ ମଲ୍ଲିକେଶ୍ବରଙ୍କ ଦୟା । ହୋଲି ଭଳି ଦିନରେ ଆମେ ସହରରେ ରହି କଥା ହେଊଥିଲୁ କି ନନା ବୋଉ ପାଈଁ ଖେଳ ,ପର୍ବପର୍ବାଣୀ ର ମାହୋଲ କେବେ ବି ଆସେନି ।କିନ୍ତୁ ଦୁର୍ଭାଗ୍ୟବଶତଃ ହୋଲି ଦିନ ଲାଲ୍ ରକ୍ତରେ ଜୁଡୂବୁଡୁ ହୋଇ ଘରକୁ ଆସିଲେ ॥ଆଜି ବି ଭାଇ ମାନେ ଯାଉନାହାଁନ୍ତି ସାନ ଭାଇଟାର କଣ ହୋଇଛି ଦେଖୀବାକୁା ହଳ କରିବା କେତେ କଷ୍ଟ,,ଧାନମୁଗ ଆଦାୟ କରିବା କେତେ କଷ୍ଟ,ଚୌକିରେ ବସିଲେ ଜଣାପଡିବନି ।ଥରେ ତ ବୁଝିବା ଦରକାର ଯେ ସାନଭାଇ ଟା
ଆଜିଯାଏଁ କଣ ନ କରିଛି ତୁମ ମାନଙ୍କ ପାଈଁ ।ମୁଣ୍ତକୁ ହାତ ପାଇଯିବାରୁ ଆଜି ସବୁ ବଡ ବଡ କଥା କହୁଛନ୍ତି ସିନା ହୄୄୄୄଦୟଙ୍ଗମ କରୁନାହାଁନ୍ତି ଭାଙ୍ଗିଯାଇଥିବା ଗଛ ଗୂଡିକୁ କିଏ ବଂଚେଇଥିଲା ?କିଏ ଏତେ ଯତ୍ନ ନେଇ ନିଜ ସୁଖକୁ ଜାଳି ଅନ୍ଧାରରୁ ଆଲୁଅ ଦେଖାଇଥୀଲା ?ଧିକ୍କାର ସେ ମଣିଷପଣିଆ କୁ ଯେଉଁମାନେ ମନ୍ଦ ପ୍ରଶାଖାର କଥାରେ ଛାରଖାର କରିଦେଲେ ବିଶାଳ ବୄୄୄକ୍ଷକୁ ।ତେଣୁ କଥାରେ କହନ୍ତି ଅତି ଲେମ୍ବୁ ଚିପୁଡିଲେ ପିତା ଲାଗିବ ,ଠିକ୍ ସେହିପରି ଷାଠିଏ ବରଷରେ ପାଦ ଦେବା ପରେ ବି ଅତି ବିଶ୍ବାସ ଆଉ ଭଲ ପାଇବା ରକ୍ତ ସଂପର୍କ କୁ ଭାରୀ ଖରାପ ।
ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର