Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Das

Tragedy

5.0  

Pratima Das

Tragedy

ରେବ ବଦଳିନି

ରେବ ବଦଳିନି

2 mins
670


ପ୍ରତିମା ଦାସ।

ନିଦାଘର ସୂର୍ଯ୍ୟ ସେଦିନ ରଜଦୋଳି, ତୋଟାର ଦୃଶ୍ୟ କୁଆଁରୀ ଝିଅ ବୋହୂ ମେଳରେ ରହିବ ବୋଲି ତରବରରେ ଆସୁଥିଲା। ବାଟରେ ହାଇଜାକ୍ ହୋଇ ଯାଇଥିଲା । ବାଦଲ ଖଣ୍ଡର ଶୃଙ୍ଖଳ ଭିତରେ ଘେରେଉ ହୋଇ ପଡିଥିଲା । ଗୁଳୁମୁଳିଆ ଭରି ଯାଇଥିଲା, ତୋଟା ଅପେକ୍ଷାକୃତ ଥଣ୍ଡା ଥିଲା । ପହିଲି ଆଷାଢ଼ର ଅନୁଭବ ଠାଏଁ ଠାଏଁ ବାରି ହୋଇ ପଡୁଥିଲା । ସାଂଗସାଥି ଅଧିକ ପୋଡପିଠା ଖାଉ ଥିଲେ କି ଶେଷ ରଜରେ ଆଉ ଏକ ଜୋଡା ଜାମା ପଟା ପାଇଁ ମା ସାଂଗେ ହଟ କରୁଥିଲେ । କେହି ଆସି ନଥିଲେ ତୋଟା ବାରି ଖାଁ ଖାଁ ଡାକୁଥିଲା । ରେବ ଏକା ଏକା ରଜଦୋଳି କଟମଟ ସହ ତାଜା ତାଜା ମନରେ ଭାଇ ମୁଣ୍ଡରେ ସୁନାମୁକୁଟ ଭିଡୁଥିଲା । ଏକ ଖିଆଲି ଦୁନିଆରେ ଭାସୁଥିଲା । ରେବ ଆଜିଯାଏଁ ଚାଲାଖ ହେଲାନି । ଉଦ୍ଧତ ସମାଜ ରେବ ଚାଲାଖିର ଅନ୍ତରାୟ ଥିଲା । ଅଳପ ଦିନର ଚିହ୍ନା ବଦଳି ଯାଉଥିବା ବାସୁଦେବ ପ୍ରବଚଂନାର ଜାଲ ପକାଇ ରେବକୁ ଫସାଇ ଦେଇଥିଲା । ସେ ବି କେଉଁ ରେବର ଭାଇ ଥିଲା। ବୁଦୁବୁଦୁକିଆ କିଆବୁଦା ଆଢୁଆଳରେ ବିଶ୍ବାସଘାତୀ ବାସୁଦେବ ଦାମୀ ଦେହଲଗା, ମୁଣ୍ଡ ବନ୍ଧା ସହ ଏକ ପୋଷକ ଦେଇ ଗରମ ଗରମ ଗୁଲୁଗୁଲା ଖୁଆଇ ନେଟରେ ଅଶ୍ଳୀଳ ଛଵି ଦେଖାଇ ଚାଲିଥିଲା । ବିଞାନ ବରଦାନ ନ ହୋଇ ଅଭିଶାପ ପାଲଟୁଥିଲା । ବୋକି ରେବର ଅଣାୟତ ଶରୀରରୁ ଏକ ପରେ ଏକ ବସ୍ତ୍ର ଉତ୍ତୁରୁଥିଲା । କିଛି ବୁଝିବା ଆଗରୁ ପାନୀୟ ଲୋଭରେ ରେବ ବେହୋସ୍ ପଡିଥିଲା । ତୋଟା ବାରି ଖାଁ ଖାଁ ଡାକୁଥିଲା । ବିଶ୍ବାସଘାତୀ ବାସୁଦେବ ସଖା ସହୋଦରଙ୍କୁ ଦେଇଥିବା ଜବାବରେ ଟିକି ରହିଥିଲା । ସଖା ସହୋଦର ଶାଗୁଣାଦଳ ପାଲଟି ନେଟର ଛବି ଦେଖି ଦେଖି .......ଅଣ-ନିଶ୍ବାସି । ମୁଁ ହିଆ ନ ଥିବା ବାସୁଦେବ, ବୁଦା ସେପଟେ ବସି ନାଲି ପାଣି ସହ ଭଜା-ମଟର ମଡ଼ମଡ଼ କରୁଥିଲା । ସମସ୍ତଙ୍କୁ ଦେଖି ପାରୁଥିବା ସବୁଠି ପଂହଚି ପାରୁଥିବା ସୂର୍ଯ୍ୟ ବାଦଲର ଶୃଙ୍ଖଳ ଭିତରେ ଥାଇ ମୁଣ୍ଡ ପିଟୁଥିଲା । ଈଶ୍ବର ଗଢ଼ା ସଂସାର ଏତ ନୁହେଁ ନ ହେଲେ ଏପରି କଣ ହୁଅନ୍ତା । ନିଜକୁ ନିଜେ ପଚାରୁଥିଲା ବୁଢ଼ା ସୂର୍ଯ୍ୟର ଭୂଲିବା ରୋଗ ଆରମ୍ଭ ହୋଇଯାଇଥିଲା । ଏପରି ସବୁଦିନେ ସବୁ ପ୍ରହରରେ ଆଉ ନିଜ ନାକତଳେ ଦେଖି ଦେଖି କାଲିଠୁ ଆଉ ଆସିବିନି କି ଏ ଦୃଶ୍ୟ ଦେଖିବିନି । (ଯାହା ମୁଁ ପାରିନି କହି )କହି ପ୍ରତିଜ୍ଞା କରୁଥିଲା । ନିୟମରେ ବନ୍ଧା ,ଭୂଲି ଯାଉଥିବା ବୁଢ଼ା ସୂର୍ଯ୍ୟ ନାଚାର ଥିଲା ପୁଣି ଆସୁଥିଲା । ରକ୍ତ, ମାଂସ, କ୍ଷୁଧା, ତୃଷ୍ଣା, ଚମର ଖେଳ ଏ ଦୁନିଆଁ । ରେବର ଭାଇ ଆଜି ବସୁମାତା ଗାଧୁଆ ଆଇଁଷ ବାରି ବୋଲି ଖାସି ମାଂସ ଖୋଜୁଥିଲା ।

ଲତପତ ରକ୍ତରେ ଭିଜା ଖାସି ମାଂସ ଫୋପାଡି ଦେଇ ଭାଇ ଏକ ଗଣଧର୍ଷଣ ମୃତ୍ୟୁର ଦସ୍ତାବିଜରେ ଟିପ ଚିହ୍ନ ଦେଉଥିଲା । ମା ପ୍ରତି ପାହାନ୍ତିଆ ପହରରେ ତୋଟାମାଳ ଥରାଇ ଲୋ ରେବ, ଲୋ ନୟନତାରା, କୁଆଡ଼େ ଗଲୁ, ଅଇଲୁ ବା କତିକୁ ଦେଖାଦେଲୁ ଟିକେ କହି ମୁଣ୍ଡ ପିଟୁଥିଲା । ମୁଣ୍ଡ ଆବୁ ହୋଇ ଜାଇଥିଲେ ବି ରେବ ଫେରି ନ ଥିଲା । ସବୁ ବାସୁଦେବ ବଦଳି ଯାଇଥିଲେ ରେବ ନ ବଦଳାଇ ନିଜକୁ ବୋକି ହୋଇ ରହିଥିଲା । ଫି ଦିନ ଥୋପ ଗିଳି, ତତଲା ଲୁହା କଡେଇରେ ଭାଜି ହେଉଥ।


Rate this content
Log in

Similar oriya story from Tragedy