Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପତ୍ରଝଡା
ପତ୍ରଝଡା
★★★★★

© Amiya Bej

Inspirational Abstract Others

5 Minutes   14.3K    6


Content Ranking

{୧}

ଏ ଋତୁର ଗୋଟେ ଚଚଂଳପଣ ଥାଏ । ମଳୟ ଛୁଆଁରେ , ସଁବାଳୁଆର ରୁକ୍ଷ ଆବରଣ ଭିତରୁ , ମନଲୋଭା ତିତ଼ଲି ଟିଏ ବାହାରି ଆସେ । 

କାଲିର କୁନି କୁନମୁନିଟେ ବନିଯାଏ ହରରଙ୍ଗି ପ୍ରଜାପତି । ଧୀରେଧୀରେ ଫୁଲରୁ ଫୁଲ ଡେଇଁଡାଇଁ ଉଡିବା ଶିଖେ । ସୁରବେସୁରରେ ଗୁଣୁଗୁଣୁ ହୁଏ । ଆନମନା ହୋଇ କଥାଅକଥାରେ ଖିଲିଖିଲି ହସେ । ସରଳସହଜରେ ସବୁଙ୍କୁ ବିଶ୍ବାସରେ ନିଏ । ଦେହ ଆଞ୍ଚୁଡ଼ି ନେଲେ , ଆଉ କାନ୍ଦେନି ! ବରଂ ସହିବା ଶିଖିନିଏ ।

ବଢିଲାଝିଅର ଏ ବଦଳାପଣ , ମା' ଆଖିରେ ବେଶ୍ ଧରାପଡିଯାଏ । ପ୍ରଜାପତିର ନରମ କୋମଳ ଡେଣାଯେ ତୁଚ୍ଛା ପାଗଳ ପବନରେ ଛିଡିଯାଏ , ଏ ଅନୁଭବ ଦୁନିଆଯାକର ମା' ମାନଙ୍କ ଠାରେ ଥାଏ । ସେମାନେ ସେଇ ସମାନ ରାସ୍ତାପାରି ଆସିଥାନ୍ତି । ତେଣୁ ସତର୍କ ହୋଇ କୁନି ପ୍ରଜାପତି ପାଇଁ ଉଡିବାର ସୀମା ନିର୍ଦ୍ଧାରଣ କରିଦେଇଥାନ୍ତି ।

ଆଃ! ବିଚାରୀ ତିତ଼ଲି ! ସାଁବାଳୁଆରୁ ପ୍ରଜାପତି ହେବାର ଅବସୋସ ରେ ଦିନକାଟୁଥାନ୍ତି !!!

{୨}

- ଆଜିକାଲି ମାମୁନି ଉପରେ ଧ୍ୟାନଦେବା ବୋଧେ ଛାଡିଦେଲଣି ?

- କାଇଁ ! କିଛି ଅଡୁଆ ଦେଖିଲକି ?

- ନାଇଁଯେ , ଲାଗୁଛି ସେ ଭାରି ଅନ୍ୟମନସ୍କ ରହୁଛି । ସବୁବେଳେ ମୋବାଇଲ୍ ଟା ଧରି ...

- ଓଃ! ହଅଁଅଁ ! ଠିକ୍ କହୁଛ । ମୁଁ ବୁଝୁଛି ତା'କଥା । ବ୍ୟସ୍ତ ହୁଅନା , ଶୋଇପଡ ।

ସ୍ୱାମୀଙ୍କୁ ଭରସା ଦେଇ ଶୁଆଇଦେଲା ସୌମ୍ୟା , ନିଜେ କେଉଁ ଶୋଇପାରିଲା ଯେ ? ବଢିଲାଝିଅଙ୍କ ମା ମାନଙ୍କ ନିଦ ତୁହାକୁତୁହା ଭାଙ୍ଗୁଥାଏ ! ସ୍ୱାମୀଙ୍କ ଚିନ୍ତା ଅମୁଳକ ହୋଇନପାରେ । ସେ ବାପା ।

ଅଯଥାରେ ନିଜ ସନ୍ତାନକୁ ସନ୍ଦେହ କରିବା ମୁର୍ଖାମୀ , କିନ୍ତୁ ନହୁଲୀ ବୟସକୁ ? ରାସ୍ତାସାରା ଶିଉଳି । ପାଦ ଥୋଉଥୋଉ ଖସିଯିବା ଥୟ । ସେମାନଙ୍କ ସ୍ନେହଶ୍ରଦ୍ଧାରେ ଆଦୌ ତ୍ରୁଟି ହୋଇନି , ବଦଳରେ ସୁନାଝିଅ ତାଙ୍କୁ ସମ୍ମାନ ଫେରାଇବାକୁ ବାଧ୍ୟ !

ଚାରାଟିଏ ପୋତାହୋଇଛି ସଯତ୍ନରେ । ଗଛଟି ବଢିବାଢି ଏବେ କଢ ଦେଇଛି । ଫୁଲ ଫୁଟିବାର ଉତ୍ସାହ ଆନନ୍ଦ ଛାଡି , ବୃନ୍ତଚ୍ୟୁତ ହେବାର ଏକ ଅଜଣା ଭୟରେ ମଣିଷ ପୀଡ଼ା ଭୋଗୁଛି !

ମଣିଷକୁ ଅନ୍ୟ ପଶୁଙ୍କଠୁଁ ପୃଥକ୍ ବନାଇବାପାଇଁ ଗଢାହୋଇଥିଲା ସମାଜ ! କିନ୍ତୁ ତା' ଏବେ ସତରେ କି ପଥଭ୍ରଷ୍ଟ ! ସ୍ୱଛନ୍ଦରେ ବଞ୍ଚିରହିବାର ଅଧିକାର ଟିକକ ବି ଯେମିତି ଆଉକାହା ଦୟାରେ !

{୩}

ନିଜକୁ ସଜାଡୁଥିଲା ସୌମ୍ୟା । କାଲି ସକାଳେ ଲକ୍ଷେ ପ୍ରଶ୍ନ ନେଇ ମାମୁନିକୁ ସାମ୍ନା କରିବାକୁ ହେବ । ବୁଝାଇ , ଆକଟି କୌଣସିମତେ ସତର୍କ ରହିବାକୁ ନିୟମଟେ ଥୋପିଦେବାକୁ ହେବ । ଆଖି ଲାଗିଯାଇଥିଲା । ମଣିଷ , ଘୋର ଚିନ୍ତାରେ ଡୁବିଗଲେ , ସେଇ ଚିନ୍ତା ସବୁ ସ୍ୱପ୍ନ ହୋଇ ଆସି , ଦିନେ ସମାଧାନର ବାଟ କାଢିଦେଇ ଯା'ନ୍ତି !!

ମାମୁନି ପାଖକୁ ଲାଗିଆସିଲା । ପଛପଟୁ ଲାଉ ହୋଇ ଝୁଲିପଡ଼ିଲା । ମୁହଁସାରା ବୋକ ଦେଇ , ଆଖିରେ ଆଖି ମିଶାଇ , ପଚାରିଲା -

- ମାମା ! ମୋତେ ନେଇ ତୁମେ ଦୁହେଁଯାକ ଚିନ୍ତାରେ ?? ମୁଁ ତୁମ ସୁନାଝିଅ । ତୁମ ପ୍ରତିରୂପ । ତୁମ ବିନା ମୁଁ ନିଃସ୍ୱ । ମୋ' ଜୀବନର ଭୁଲ ନିଷ୍ପତ୍ତି ବି ତୁମ ବିନା ନେବାରେ ମୁଁ ଅସମର୍ଥ । ଭରସା ରଖ । ମୁଁ କେଉଁ ରାକ୍ଷସର ଜାଲରେ ଛନ୍ଦି ହୋଇ ନୁହେଁ , ଏଇ ଗଛ ଆକାଶ, ପାଣି ପବନ, ତୁମ ଆଖପାଖରେ ଉଡିବାକୁ ଚାହେଁ । ସେଇତକ ଅଧିକାର ମୋତେ ଦିଅ ମାମା । ବ୍ୟସ୍ତ ହୁଅନା । ମୁଁ ତୁମ ସୁନାଝିଅ ।

ଲୁହ ଜଡସଡ ହେଉଥିଲା ସୌମ୍ୟାର ମୁହଁ । ଚାଉଁକିନା ନିଦ ଭାଙ୍ଗିଗଲାରୁ ଦେଖିଲା , ସେ ସତକୁସତ କାନ୍ଦୁଛି !!

{୪}

ଝିଅକୁ ଆଉ ମୁହଁ ଖୋଲି ଆକଟିବାର ସାହାସତକ ହରାଇ ସାରିଥିଲା ସୌମ୍ୟା । ତଥାପି ଉତ୍ତର ଫେରାଇବାକୁ ହେବ ସ୍ୱାମୀଙ୍କୁ । ଏକ ସ୍ୱାଭାବିକ୍ ବ୍ୟସ୍ତତା ତାଙ୍କ ମନ ଭିତରେ ଅଛି । ଏକ ଅଜଣା ଆତଙ୍କରେ ପ୍ରତ୍ୟେକ ଅଭିଭାବକ ପିଡିତ ! ପରୋକ୍ଷରେ ହେଉପଛେ ମାମୁନିକୁ ବତାଇବାକୁ ହେବ ଏ ଦୁନିଆଁର ଅସଲ ରୂପରେଖ କୁ । କେତେବେଳେ କେଉକଥା । ନେଡିଗୁଡ କହୁଣିକୁ ବୋହି ନଯାଉ !

ଅନେକ ହଁ ନାହିଁ ଭିତରେ , ସୌମ୍ୟା ସ୍ଥିରକଲା ସୁନାଝିଅ ଉଦ୍ଦେଶ୍ୟରେ ଏକ ଚିଠି ଲେଖିବାକୁ । ମୁହଁକଥା ପବନରେ ମିଳେଇଯିବ କିନ୍ତୁ ଚିଠି ରହିଥିବ କାଳକାଳକୁ । ନିଜ ଝିଅ ଉପରେ ଖୁବ୍ ଭରସା ବି ଥିଲା ସୌମ୍ୟାର । ବାବା ମାମାଙ୍କର ବେଦନା କୁ ନିଶ୍ଚେ ବୁଝିନେବ ପିଲାଟି !

କାଗଜ ଖୋଜୁଖୋଜୁ ହାତ ପହଞ୍ଚିଲା ସୌମ୍ୟାର ପୁରୁଣା ଡାଇରି ପାଖରେ ! ସଂଯୋଗବସତଃ ବହୁକିଛି ଘଟେ । ସାଧାରଣ କଥା ହେଲେବି , ଅସାଧାରଣ ଫଳ ଫେରାଏ !

ପୁରୁଣା ଡାଇରିରୁ ପୁରୁଣା କାଗଜ କାଢୁକାଢୁ , ଖସିପଡ଼ିଲା ବୃନ୍ତଚ୍ୟୁତ ଗୋଲାପର ଶୁଖିଲା ଡେମ୍ଫଟିଏ । ସମୟ ସହ ରଙ୍ଗହୀନ ହୋଇ ! ରୁଣୁଝୁଣୁ ହୋଇ ଭୂଇଁସାରା ଲୋଟିଗଲା , ଶୁଖିଲା ପତ୍ର ପାଖୁଡାର ଗୁଣ୍ଡସବୁ । 

ଅଚାନକ୍ ସୌମ୍ୟା ଫେରିଗଲା ସେ ନହୁଲୀ ବୟସକୁ ! ସୌମ୍ୟା ରୁ ମାମୁନି ପାଲଟିବାର ବିପରୀତ ସମୟକୁ ! ଠିକ୍ ଏଇ ସମୟରେ , ବର୍ଦ୍ଧିତ ଛାତି ଭିତରେ , ହୃଦୟ ବୋଲି କିଛିକୁ ଦିନେ ଠାବ କରିପାରିଥିଲା ସୌମ୍ୟା । ତାକୁ ଏକ ଶୂନ୍ୟ ମନ୍ଦିର ମନେକରି , ଦେବତା ଟିଏ ଖୋଜିଆଣି ଥାପିଥିଲା ବହୁ କଷ୍ଟରେ !

କେବେ ୟାକୁ ପ୍ରେମ ବୋଲି ଅନୁଭବି ପାରିନଥିବା ଏଇ ସୁକ୍ଷ୍ମସମ୍ପର୍କକୁ ନେଇ ଅନେକ ସମୟରେ ସେ ରୋମାଞ୍ଚିତ ହୁଏ । ସାରାରାତି ସ୍ବପ୍ନ ଦେଖେ । ଦେବତୁଲ୍ୟ ପୂଜିବାକୁ ମନକରେ । ତାକୁ ଆଦର୍ଶ ଭାବି , ନିଜକୁ ମାର୍ଜିତ , ସଂଜତ କରେ । ବେଳେବେଳେ ଲୁହ ନିଗାଡେ । ବିପଦକୁ ସାମ୍ନାକରିବାର ସାହାସ ଯୋଗାଡେ ।

ପ୍ରେମର ଗୋଟେ ଅଦ୍ଭୁତ ଶକ୍ତି ଥାଏ । ଯେ' ସ୍ୱଚ୍ଛ ପ୍ରେମରେ ପଡିନି , ସେ ଅଭାଗା !

ବାସ୍ ସେତିକି । ଏଇ ବୟସରେ ଏତିକି ହିଁ ହୁଏ । ସମୟକ୍ରମେ ସିନ୍ଦୁରା ଫିଟେ । ବଢିଲା ଝିଅଟିଏ ବାସ୍ତବତାକୁ ଗ୍ରହଣ କରିନିଏ । କଣ ବା କ୍ଷତି ହୋଇଛି ସୌମ୍ୟା ଜୀବନରେ ? ସମୟକ୍ରମେ ସୁନ୍ଦର ସଜାଡି ହୋଇଛି ତା' ସୁନାସଂସାର । ଅନେକଙ୍କ ପାଇଁ ସେ ଏବେ ଏକ ଉଦାହରଣ ।

ତେବେ ?? କାହିଁକି ଏ ଆକଟ, ସନ୍ଦେହ , ବିରୋଧ ??

ଫୁଲକଢିକୁ ବଢିବାକୁ ଦିଆଯାଉ । ତା' ମହକରେ ବିମୋହିତ ହେଉ ଏ ସଂସାର । କେ�ବଳ ସ୍ନେହ ଆଦର ରହୁ , ମାନସମ୍ମାନ ସବୁକୁ ସୁଧମୂଳ କରି ଫେରାଇଦେବେ ପିଲାଏ । ଅଯଥାରେ ବ୍ୟସ୍ତତାର କିଛି କାରଣ ହିଁ ନାହିଁ ।

ବିଛୁଡି ପଡ଼ିଥିବା ପ୍ରେମଗୁଣ୍ଡ ସବୁକୁ ଚଟାଣରୁ ସାଉଁଟିବାରେ �ଲାଗିଲା ସୌମ୍ୟା , ସ୍ୱାମୀ ଉଠିପଡ଼ିବା ଆଗରୁ ...!!!

ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର

ନହୁଲି ବୟସ ଝିଅ ପରିବାର

Rate the content


Originality
Flow
Language
Cover design

Comments

Post

Some text some message..