Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Tragedy

4  

Pratap Chandra Mishra

Tragedy

ସମର୍ପିତ ଜୀବନ

ସମର୍ପିତ ଜୀବନ

6 mins
262



ଗୌରହରି ନିହାତି ସରଳ। ତା ଦେଇ କୌଣସି ଗୁପ୍ତ/ମିଛ କଥା କହି ହୁଏନି କି ରଖି ହୁଏନି। ଗାଁ ଛକ ରେ ପାନ ଦୋକାନ ଟିଏ ଦେଇ ବେଶ୍ ଦି ପଇସା ରୋଜଗାର କରି ବିଧବା ମା କୁ ନେଇ ଜୀବନ ବିତାଉଛି।ଘର ଖଣ୍ଡିକ ଚାଳ ଥିଲା କିନ୍ତୁ ରୋଜଗାର ଭଲ ଥିବା ରୁ ଏବେ ଏବେ କଂକ୍ରିଟ ଛପର କରି ଦେଇଛି। ମା ର ଏବେ ଖାଲି ଚିନ୍ତା କେମିତି ପୁଅ କୁ ବାହା କରାଇ ଦେଲେ ଟିକେ ଶାନ୍ତି ରେ ନିଶ୍ବାସ ନେବା ସହ ବୋହୂ ରାନ୍ଧଣା ଚାଖି ବ। ଜୀବନ ସାରା ଗୌରା ବାପା ଚାଲିଗଲା ପରେ ୟା ଘରେ ତା ଘରେ କାମ କରି ଥକି ପଡ଼ିଛି। ଗୌରା ବୁଦ୍ଧି ଜାଣି ବେପାର କରିବା ରେ ମନ ଦେଲା ପରେ ତା ର କାରବାର ତାଗିଦ୍ ଯୋଗୁଁ ଆଉ କାମ କୁ ଯାଉନି।

ଗଉରା ବି ମାର କଷ୍ଟ ସହିଁ ପାରୁନି।ବୟସ ଅଧିକ ଯୋଗୁଁ ଦୁଇ ପ୍ରାଣୀ ଙ୍କ ଦୈନ ନ୍ଦିନ ଖାଦ୍ୟ ଯୋଗାଡ଼ କରିବା କୁ ରୋଷେଇ ଓ ତତ୍ ସମ୍ବନ୍ଧିତ କାର୍ଯ୍ୟ ଯୋଗାଡ଼ କରିବା କୁ ବିଶେଷ ଅସୁବିଧା ହେଉଛି। ପୁଅ ଖାଇ ଦୋକାନ କୁ ଗଲେ ଘର ଚାଲିବ । ତେଣୁ ମା ମଧ୍ୟ ଯେତେ କଷ୍ଟ ହେଉ ପଛେ ପୁଅ ର ଅସୁବିଧା ଦୂର କରିବା ପାଇଁ ଲାଗି ପଡ଼ିଛି। ଏବଂ ଗୌରାକୁ ବି ଝିଅ ଦେଖା ଆରମ୍ଭ କରି ବା କୁ କହି ଦେଇଛି।ସେ କହିଛି ତୋର ବୟସ ଏବେ ପଚିଶି,ମୁଁ ଆଉ ପାରୁନି ତେଣୁ ଶୀଘ୍ର ବୋହୂ ଆସିବା ଦରକାର। ମଳୁ ଲୋଡିଥିଲା କାକର ପାଣି ବଇଦ କହିଲା ଦେ ତୋରାଣି, ତେଣୁ ଗଉରା ନାରାଜ ନ ହୋଇ ହଁ ଭରିଲା,ହେଲେ ସେ ତ ପାଠ ସାଠ ବିଶେଷ କିଛି ପଢ଼ିନି ।ଆଧୁନିକ ଯୁଗରେ ଫେଶନ ବଳବତ୍ତର।ଝିଅ ଦେବ କିଏ? ତା ଉପରେ ଚାକିରୀ ନାହିଁ ,ପାନ ଦୋକାନ! ତଥାପି ସୃଷ୍ଟି କୁ ଭଗବାନ ଆଣି ଛନ୍ତି ଯେତେବେଳେ ତା ପାଇଁ ବି କିଏ ଜଣେ ନିଶ୍ଚୟ ଏ ସୃଷ୍ଟି କି ଭଗବାନ ଆଣିଥିବେ ବୋଲି ଗଉରା ର ଦାଦା ବୁଝାଇ ମନବଳ ଟାଣ କରି ପ୍ରସ୍ତାବ ଦେଖିବା କୁ ପ୍ରତିଶ୍ରୁତି ଦେଇଛନ୍ତି। ଗଉରା ମଧ୍ୟ ଖୁସି ରେ ତା ନିଜ ବ୍ୟବସାୟରେ ମନ ନିବେଶ କରି ଦିନ ବିତାଉ ଥାଏ।

ବହୁତ୍ ନୟାନ୍ତ ହେଲା ପରେ ଦୂର ଗାଆଁ ରେ ପ୍ରସ୍ତାବ ଟିଏ ସ୍ତିର ହେଲା। ଗଉରା ବିଷୟ ବସ୍ତୁ କିଛି ଲୁଚା ଛପା ନ ଥାଏ। ଝିଅ ଘର ବି ସବୁ ବୁଝି ପ୍ରସ୍ତାବ ରେ ରାଜି ହୋଇ ବାହା ଘର ହୋଇଗଲା। ଗଉରା ମା ର ଖୁସୀ କହିଲେ ନ ସରେ। କିନ୍ତୁ ଗଉରା ଖୁସି ନ ଥାଏ।ବାହା ଘର ହେଉ ନି ବୋଲି ସମସ୍ତେ ବ୍ୟସ୍ତ ଥିଲେ।ଝିଅ ଘର ଓ ଝିଅ ବିଷୟ ରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ନେଇ ଦାଦା ,ଅବାନ୍ତର କଥା କୁହନ୍ତି। ପୁଣି ଝିଅ ପାଠ ପଢ଼ିଛି ଓ ଦେଖିବାକୁ ସୁନ୍ଦର ମଧ୍ୟ। ଗଉରା ନିଜ ବିବାହିତା ସ୍ତ୍ରୀ ତୁଳନା ରେ ନିମ୍ନ ରେ ରହିବ।ସେ ଯାହା ହଉ କିଛି ଦ୍ଵନ୍ଦ,କିଛି ଖୁସୀ,କିଛି ସମ୍ପର୍କ ର ଆଦେଖା ବନ୍ଧନ ଓ ଯୌବନ ର ସ୍ପର୍ଶ ରେ ଦାମ୍ପତ୍ୟ ଜୀବନ କାଳାତିପାତ ହେବାକୁ ଲାଗିଲା।

ବାପା ଘରୁ ଝିଅ ପାଖକୁ ଫୋନ୍ ଆସୁଥାଏ। ଝିଅ ବି ଶାଶୁ ଘରେ ବିଲକୁଲ ନିଜକୁ ଖାପ ଖୁଆଇ ଚାଲିବା ଆରମ୍ଭ କରିବା ଦେଇଥାଏ। ବିବାହ ର କେତେମାସ ଗଲାପରେ ଅଚାନକ ଗଉରା ସ୍ତ୍ରୀ ପାଖକୁ କାହାର ଫୋନ୍ ଆସିଲା। ଗୌରା ସ୍ତ୍ରୀ , ସମସ୍ତ ଙ୍କ ନଜର ଆଢ଼ୁଆଳ ରୁ ଛପି କାହା ସହ କ୍ଷୀଣ ଶବ୍ଦ ରେ ଘଣ୍ଟା ଘଣ୍ଟା ଧରି କଥା ହେଲା ସେଦିନ।ଏବଂ ଏହି ପ୍ରକ୍ରିୟା ଗଉରା ଦୋକାନ ଚାଲି ଗଲା ପରେ ଦିନ ତମାମ ଚାଲେ। ମା ଗର ଗର ହେଲେ ଜବାବ ଦେବା ଆରମ୍ଭ ହେଲାଣି। ଘର କାମ ରେ ଆଉ ଗଉରା ସ୍ତ୍ରୀ ର ମନ ନାହିଁ। ଗଉରା ବି ଏସବୁ ଦେଖି ବିରକ୍ତ ହେଲାଣି। କିନ୍ତୁ କାରଣ କିଛି ବୁଝା ପଡୁନି। ଗଉରା ତା ସ୍ତ୍ରୀ ଉପରେ ତୀକ୍ଷ୍ଣ ନଜର ରଖି ,ଜାଣି ଗଲା ,ଅସଲ ରହସ୍ୟ। ତା ସ୍ତ୍ରୀ ନିଜ ଗାଁ ର କଲେଜ ପଢୁଆ ପୁଅ ସହ ବିବାହ ପୂର୍ବ ରୁ ପ୍ରେମ ରେ ମଜ୍ଜି ରହିଥିଲା। ଏବଂ ସ୍ତ୍ରୀ ଙ୍କ ପରିବାର ଏସବୁ ଜାଣି ଝିଅ କୁ ବୁଝାଇ ଦୂର ଗାଆଁ ରେ ବାହା କରାଇ ଦେଇଛନ୍ତି। କିଛି ଦିନ ଚୁପ୍ ରହିଲା ପରେ ପୁଣି ସେ ପୁରୁଣା କାହାଣୀ ଆରମ୍ଭ ହୋଇଯାଇଛି।କିନ୍ତୁ ଗଉରା କରିବ କଣ?

ତା ଅକଲ ଗୁଡମ। କିଛି ବି ନିଷ୍ପତ୍ତି ନେବା ପୂର୍ବ ରୁ ଭାବି ଚିନ୍ତି ନିଷ୍ପତ୍ତି ନ ହେଲେ ବଦନାମ ସହ କୂଳ କୁଟୁମ୍ବ କୁ ଲାଞ୍ଛନା, ମା ବି ସହ୍ୟ କରିପାରିବ ନାହିଁ।ତେଣୁ ଗଉରା ଦାଦା କୁ କହି ଝିଅ ର ବାପା କୁ ଡକାଇ ଏ ବିଷୟ ରେ ତର୍ଜମା ଓ ଜୀବନ ଚାଲିବା ମାର୍ଗ ଅନ୍ୱେଷଣ ରେ ଲାଗି ପଡ଼ିଥିଲେ। 

ବୁଦ୍ଧି ବିବେକ ଶୂନ୍ୟ ଗୌରା ଯୌବନ ର ସ୍ଵାଦ  ଉପଲବ୍ଧ କରି ନବୀନ ଚିନ୍ତା ଧାରା ର ଉନ୍ନତି ପଥେ ଅଗ୍ରସର ହେବା ଆଗରୁ ଅଟକି ଯାଇ ଭବିଷ୍ୟତ ର ଅଲୋଡା ପାହାଚ ଚଢି ସାରିଥିଲା। ନିଜ ଲୋକ ତାଙ୍କ ମଥା ରୁ ଦୋଷ ହଟାଇବା ପାଇଁ ଗୌରା ଜୀବନ ବରବାଦ କରି ଦେଇଛନ୍ତି ଏହାର ଅନ୍ୟ କୌଣସି ଦ୍ୱିଧା ନାହିଁ।ସରଳ ,ନିଷ୍କପଟ ଗଉରା ଜୀବନ ଓ ମାନସ ର ଦୋ ଛକି ରେ ଧିମେଇ ଯାଇଛି। ଦୋକାନ ରେ ମନ ଲାଗୁ ନାହିଁ।ମା ର ମମତା ବି ଫିକା । ଭଦ୍ର ଲୋକ ମାନେ ମିଥ୍ୟା ଆଶ୍ଵାସନା ଦେଇ ଚାଲିଗଲେ ସିନା, ଗଉରା ସ୍ତ୍ରୀ କୁ ତା ମନ କଥା କ'ଣ ପଚାରି ବୁଝିଲା। ସେ କହିଲା ମୋର ତିଳେ ମାତ୍ର ଏଠାରେ ରହିବା ଇଚ୍ଛା ନାହିଁ।ମୁଁ ଯାହାକୁ ଭଲ ପାଉଛି ତା ସହ ଘର ସଂସାର କରିବା ଚାହୁଁଛି।

ତେବେ ଗଉରା ଅନ୍ୟ ଉପାୟ ନ ପାଇ ପୁଣି ଭଦ୍ର ଲୋକଙ୍କୁ ଡକାଇ ଏ ବିଷୟ ସମାଧାନ କରିବା କୁ ନିବେଦନ କଲା। କିନ୍ତୁ ଝିଅ ର ବାପା ବହୁତ୍ ନାରାଜ ଏବଂ ନିଜ ଝିଅ ର ଜିଦ୍ ଆଗରେ ସେ କିପରି ବନ୍ଧୁ ଘରେ ମୁଣ୍ଡ ନୁଆଁଇ ଠିଆ ହେବେ? ଗଉରା ମା ଙ୍କ ରୁକ୍ଷ ବଚନ ତାଙ୍କୁ ଅସ୍ତ ବ୍ୟସ୍ତ କରିଦେଇଥାଏ। ଶେଷ ରେ ସେ ଝିଅ କୁ ଫେରାଇ ନେବା କୁ ଉଚିତ୍ ଭାବି ଲେ । ଗାଆଁ କୁ ଫେରି ନିଜ ସମ୍ପ୍ରଦାୟ ରେ ସବୁ କହି କ'ଣ କରାଯିବ ସେ ନେଇ ବିଚାର ବିମର୍ଶ କଲେ ।ଏସବୁ ଘଟଣା ପାଇଁ ଭଲ ପାଉ ଥିବା ପୁଅ କୁ ଦୋଷୀ କଲେ,କିନ୍ତୁ କିଛି ନିଷ୍କର୍ଷ ବାହାରିବା ପୂର୍ବ ରୁ ଗଉରା ସ୍ତ୍ରୀ ର ଭାଇ ପ୍ରତିଶୋଧ ନେବା ପାଇଁ ଗଉରା ସ୍ତ୍ରୀ ଭଲ ପାଉଥିବା ପୁଅ କୁ ସୁଯୋଗ ଦେଖି ହତ୍ୟା କରି ଦେଇଥିଲା।ଏବଂ ଗାଆଁ ର ଦୂର କୁ ନେଇ ଶବ ଫୋପାଡି ଦେଇ ପ୍ରମାଣ ଘୋଡାଇ ଦେଇଥିଲା।

ଗୌରା ମାନସିକ ସନ୍ତୁଳନ ହରାଇବା ଅବସ୍ଥା ଦେଇ ଗତି କରୁଥାଏ ଧୀରେ ଧୀରେ । କିଛି ବି ସମାଧାନ ପନ୍ଥା ବାହାରୁ ନାହିଁ।ତେଣୁ ସେ ଭାରି ବ୍ୟସ୍ତ।ଏମିତି ହଠାତ୍ ଦିନେ ଟି,ଭି ରେ ଅଜଣା ମୃତ ଦେହ ଉଦ୍ଧାର ହେବା ଦର୍ଶା ଗଲା କିଏ ସେ ମୃତ ବ୍ୟକ୍ତି ଜଣାପଡିନାହିଁ। ଗୁଇନ୍ଦା ସଂସ୍ଥା ମୃତକ ପରିଚୟ ଯୋଗାଡ଼ ପାଇଁ ଲାଗିଛନ୍ତି । ସ୍ଥାନୀୟ ବାସିନ୍ଦା ଓ ସି,ସି,ଟି,ଭି,ଫୁଟେଜ କୁ ଆଧାର କରି ମୃତକ ର ପରିଚୟ ଜଣା ପଡ଼ିଗଲା ।ଏହା ଟି,ଭି,ରେ ବିଜୁଳି ବେଗ ରେ ପ୍ରସାରିତ ହେବାରେ ଲାଗିଲା। ଏ ବିଷୟରେ ଗଉରା ସ୍ତ୍ରୀ କୁ ବି ଅଛପା ରହିଲା ନାହିଁ।ତେଣୁ ଗଉରା ର ଅଶାନ୍ତି ଭିତରେ ଆଉ ଗୋଟେ ଫର୍ଦ୍ଦ ଯୋଡ଼ି ହୋଇଗଲା। ଯେଉଁ ଦିନ ଗଉରା ସ୍ତ୍ରୀ ସବିଶେଷ ତଥ୍ୟ ଜାଣିଲା ତାର ପ୍ରେମିକ ଆଉ ନାହିଁ ତହିଁ ପରଦିନ ରାତି ରେ ସମସ୍ତେ ସୋଇ ଥିବା ବେଳେ ସେ ଚୁପ୍ ଚାପ୍ ତା ଶାଶୁ ଘ ରୁ ବାହାରି ଗାଆଁ ରୁ ସ୍ଵଳ୍ପ ଦୂରରେ ଥିବା ନଦୀ କୁ ଡେଇଁ ଆତ୍ମା ହତ୍ୟା କରିଦେଲା। 

କଥା ଚାରିଆଡ଼େ ପ୍ରଘଟ ହେଲା। ପୋଲିସ ତର୍ଜମା କଲା। ଗଉରା ବିଚରା କରିବ କଣ? ତା ଶଶୁର ଓଲଟାଇ ଗଉରା ବିରୁଦ୍ଧରେ ତାଙ୍କ ଝିଅ କୁ ନିର୍ଯ୍ୟାତନା ଦେଇ ଆତ୍ମହତ୍ୟା କରାଇ ଥିବା କେଶ୍ କରିଥିଲେ। ଗଉରା ଅବାକ୍ ହୋଇ ପାଟିରୁ କଥା ବାହାରୁ ନଥାଏ।ମାର କଷ୍ଟ ବହୁ ଗୁଣ ବଢ଼ି ଯାଇଥିଲା ।ହେଲେ ଗଉରା ଜେଲ ରେ ବିନା କାରଣ ରେ ବନ୍ଦୀ ହୋଇ ଥାଏ।

ମା ବା କରିବ କଣ?ତଥାପି କୋର୍ଟ କଚେରି ଯାଇ ପୁଅ କୁ ମୁକୁଳାଇ ଆଣିବା ନିଷ୍ପତ୍ତି ନେଇ ଗଉରା ଦାଦା କୁ ଆଶ୍ରୟ ଲୋଡ଼ିଲା। ସେ ଏଭଳି କାଣ୍ଡ ପାଇଁ ଦାୟୀ ମନେ 

ନ କରି ବରଂ ଭାଗ୍ୟ ର ଦୋଷ ଦେଉ ଥିଲେ। 

ଏଭଳି ସ୍ଥିତି ରେ ଗଉରା ସ୍ତ୍ରୀ ଏ ପ୍ରେମିକ କୁ କିଏ ମାରିଚି ଜଣା ପଡିଯାଇଥାଏ। ଆସାମୀ କୁ ପୋଲିସ ଗିରଫ ବି କରିଦେଇ ଜେଲ ରେ ଦଣ୍ଡ ବିଧାନ ପାଇଁ ବନ୍ଦୋବସ୍ତ କରୁଥାଏ। ପୁଣି ଗୌରା ର ମା ତା ଦାଦା କୁ ନେଇ ଓକିଲ କୁ ସବୁ ସତ କଥା କହି ପୁଅ ର ଦୁର୍ଦ୍ଦଶା ରୁ ମୁକୁଳାଇ ବା ନିବେଦନ କରିଥିଲେ।ଯେତେବେଳେ ଗଉରା ସ୍ତ୍ରୀ ର ପ୍ରେମିକ କୁ ମାରିଥିବା ଆସାମୀ ଧରା ପଡ଼ିଗଲା ପୋଲିସ ଗଉରା କୁ ନିର୍ଦ୍ଦୋଷ ନଜର ରେେଦେଖିବା  କୁ ମନ ପରିବର୍ତ୍ତନ କରିଥିଲା।ଏବଂ ଓକିଲ ବାବୁ ଙ୍କ ବଳିଷ୍ଠ ନୀତି ଯୋଗୁଁ ସେ ନିର୍ଦ୍ଦୋଷ ରେ ଖଲାସ ହୋଇ ଘରକୁ ଆସି ଥିଲା। 

ନିର୍ଜନ ଘର ।ଦୁର୍ବଳ ମା ପୁଅ କୁ ପାଖରେ ପାଇ ବେଶ୍ ଉତ୍ଫୁଲ। ଦେହ ରେ ରୁମ ଚମ ନଥାଉ କିନ୍ତୁ ପୁଅ କୁ ମୁଠାଏ ଖାଇବା କୁ ଦେବା ପାଇଁ ତତ୍ପର।ହେଲେ ଏତେ ସରି ହୋଇଥିବା ଗଉରା ନିଜର ଦୁର୍ବଳ ଭାଗ୍ୟ କୁ ଖାତିର ନ କରି ମା କୁ ନିଜେ ରାନ୍ଧି ତାର ସେବା କରିବା କୁ ମନସ୍ଥ କରି ଜୀବନ ଜାପନ ଶୈଳୀ କୁ ପରିବର୍ତ୍ତନ କରି ପାରିଥିଲା। ମାଆ ପୁଅ ର ଏ ହିନକପାଳ କୁ ଦେଖି ଗୁମୁରି ଗୁମୁରି କାନ୍ଦିବା ଛଡା ଆଉ ହାତରେ କିଛି ନ ଥିଲା।ବାରମ୍ବାର ପୁଣି ଭଲ ଝିଅ ଦେଖି ବିବାହ କରାଇବ ବୋଲି ଗଉରା କୁ କହୁଥିଲା ।ହେଲେ ଗୌରା ପହିଲି ଚଉଠି ରାତି ରେ ଅଙ୍ଗେ ନିଭାଇଥିବା ଛଳନା, କପଟୀ ନାରୀ ର ବିଦ୍ରୁପ ରୂପ କୁ ମନେ ମନେ ହେଜୁଥିଲା।ବିବେକ ପଥ ରୋଧ କରୁଥିଲା ପୁଣି ବାହା ହେବାକୁ।ଭାବି ବାରେ ବାଧ୍ୟ ହୋଇଥିଲା ଏ ଆଧୁନିକତା ର ଛାପ ରେ ନାରୀ ସଶକ୍ତି କରଣ,ନାରୀ ଜାଗରଣ ଉଦ୍ୟମ ,ସରକାରୀ ଅର୍ଥ ଶ୍ରାଦ୍ଧ ଏଭଳି କୁତ୍ସିତ ବ୍ୟଭିଚାରୀ ପାଇଁ କେମିତି ହେଉଛି ? ପୁରୁଷ କୈନ୍ଦ୍ରିକ ଦୁନିଆ କୁହାଯାଉଛି କିନ୍ତୁ ସରଳ ନିଷ୍କପଟ ପୁରୁଷ ଟି ଗୋଟିଏ ବ୍ୟଭିଚାରିଣି ପାଇଁ ଅଯଥା ରେ ନିଜ ଭବିଷ୍ୟତ କଣ୍ଟକିତ କରିଦେଉ ଛି। ଅବଳା ଦୁର୍ବଳ ବୋଲି ସହାନୁଭୂତି ର ଦୁର୍ବଳ ତା ର ସୁଯୋଗ ନେଇ ମୋ ଭଳି ପୁରୁଷ ପୁରୁଷାର୍ଥ କୁ ଲେଲିହାନ କରି ବହୁ ନିର୍ଯ୍ୟାତନା ପାଉଛି ଭାବି ବିଚିତ୍ର ଦୁନିଆ ର ଅଦ୍ଭୁତ ନୀତି ଯୋଗୁଁ ହତବାକ ହୋଇପଡିଛି । ଦିନେ ତା ମା ଗଉରା ପାଇଁ ଲଢି ଥିଲା ଗଉରା ଜୀବନେ ହସ ଫୁଟାଇବା ପାଇଁ ଏବେ ତା ମାର ମୁମୂର୍ସୁ ଅବସ୍ଥା ରେ ସେ ନିଜେ ମା ଚରଣେ ନିଜକୁ ସମର୍ପି ଦେଇଛି। ଅନ୍ତତଃ ପକ୍ଷେ ପର ପୁରା କୁ ତା ମାର ସେବା କରିବା କୁ ନ ଦେଇ ନିଜେ ପଣ କରିଛି ନିଜେ ମା ର ଶେଷ ନିଃଶ୍ୱାସ ଥିବା ଯାଏଁ ଯାହା କଷ୍ଟ ଆସିବ ସେ ସେବା କରୁଥିବ।

ଦିନ ଥିଲା ଝିଅ ଜନମ ପର ଘରକୁ। ପର ଘର ଲୋକ ଙ୍କୁ ନିଜର କରି ସେମାନଙ୍କ ସେବା କରି ଆତ୍ମା ଚରିତାର୍ଥ କରି ଦେଉଥିଲେ ହେଲେ ଏବେ ଗୌରା ସେ ସବୁ ନୀତି ଓଲଟାଇ ବା ପଣ କରିଛି। ନିଜ ମା ର ସେବା ସୁସୂର୍ଷା ନିଜେ କରିବ। ସେବା ଦ୍ଵାରା ମୁକ୍ତି ର ମାର୍ଗ ଆପଣେଇ ଦେବ । ବୁଢ଼ୀ ମା ର ସେବା କରିବା କୁ କାମିନୀ କାଞ୍ଚନ ମୋହ ରେ କାହିଁକି ନିଜ ମା କୁ ଓ ନିଜକୁ ନସ୍ୱର ଦୁନିଆ ର ରଙ୍ଗ ମଞ୍ଚ ରେ ପର ପୁରା ଙ୍କୁ ଘରେ ମାରି ପୁଣି ଜୀବନ କୁ ବିଷମୟ କରିବ?


Rate this content
Log in

Similar oriya story from Tragedy