Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବୁଢା ନାଉରୀ
ବୁଢା ନାଉରୀ
★★★★★

© Seetaram Dash

Tragedy

3 Minutes   431    11


Content Ranking

ଅରୁନ୍ଧତୀ ପାହାଡ଼ର ବକ୍ଷ ଚିରି ଏକ ଚିରସ୍ବତା ନଦୀ ବହିଯାଇଛି, ନା ତାର ଅରୁଣୀମା। ନଦୀର ଉଭୟ ପାର୍ଶ୍ଵରେ ତାଳ, ତମାଳ ଭରା ଅନେକ ଗ୍ରାମ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ମନଲୋଭା ସ୍ଥାନ ଯେ କୌଣସି ପ୍ରକୃତି ପ୍ରେମୀଙ୍କ ମନକୁ ନିଶ୍ଚିତ ଆନମନା କରିବ।

ଶୀତ ଋତୁରେ ଅନେକ ଫସଲ ହୁଏ ନଦୀ ପଠାରେ। ଶରତ ଋତୁରେ କାଶତଣ୍ଡି ଫୁଲ ଢାଙ୍କିଦିଏ ରୂପାର ଚାଦର। ଅପୂର୍ବ ସୌନ୍ଦର୍ଯ୍ୟରେ ଶୋଭିତ ମନୋରମ ସ୍ଥଳ ହେଲେ ବି ଅରୁଣୀମା ନଦୀ ବାଧକ ସାଜେ ଯାତାୟାତରେ। ନଦୀର ଏ ପାରରୁ ସେ ପାରକୁ ଯିବାପାଇଁ ଏକ ମାତ୍ର ବିକଳ୍ପ ନାଆ (ଡ଼ଙ୍ଗା)। ପ୍ରାୟ ପଚାଶ ଟି ଗାଁର ଲୋକେ ନିର୍ଭର କରନ୍ତି ଡଙ୍ଗା ଉପରେ।

କିଛିଦିନ ହେଲା ପୋଲ ଟିଏ ତିଆରି ହୋଇଛି ନଦୀ ଉପରେ। ଅବଶ୍ୟ ସରକାରଙ୍କ ଉଦାସୀନତା ଏବଂ କଣ୍ଟ୍ରାକ୍ଟରଙ୍କ ଅବହେଳା ଯୋଗୁ ନିର୍ଦ୍ଧାରିତ ସମୟ ସୀମାର ପାଞ୍ଚବର୍ଷ ବିଳମ୍ବ ହୋଇଯାଇଛି। ତଥାପି ଲୋକ ମାନଙ୍କ ମନରେ ଅନେକ ଉତ୍ସାହ, ହସଖୁସିର ଲହରୀ ଖେଳିଯାଇଛି ପୁରା ଅଂଚଳରେ। ଅନେକ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଲୋକମାନଙ୍କ ପାଇଁ ପୋଲଟି ପାଲଟି ଯାଇଛି ଏକ ଦର୍ଶନୀୟ ସ୍ଥାନ। ସନ୍ଧ୍ୟାରେ ବେଶ ଭିଡ଼ ଜମୁଛି ପୋଲ ଉପରେ।

ଅପୂର୍ବ ସଂଯୋଗ, ପୋଲର ଉଦୟ ସହ ଡଙ୍ଗାର ଅସ୍ତ ଘଟିଛି। ଡଙ୍ଗାଟି ଏବେ ହୋଇଯାଇଛି ଅଲୋଡା, ଆଖୋଜା ଏବଂ ଅଦରକାରୀ। ସମସ୍ତ ହସ, ଖୁସିର ମାହୋଲ ଭିତରେ ଜଣେ କିନ୍ତୁ କାନ୍ଦୁଛି ଗୁମୁରି ଗୁମୁରି। ସମସ୍ତଙ୍କ ହସ ଖୁସିରେ ଭାଗିଦାର ହୋଇପାରିନି। ନିଜର ଏକ ମାତ୍ର ରୋଜଗାର ପନ୍ଥାକୁ ହରାଇ ବସିଛି ବୁଢା ନାଉରୀ ଜଣକ। ଦିନେ ଡଙ୍ଗାଟି ଥିଲା ତାର ଚିର ସହଚର। ହସ ଲୁହର ସାଥି। ଅନେକ ସ୍ମୁତି ଭରା କାହାଣୀ ଯୋଡି ହୋଇ ରହିଛି ଏଇ ଡଙ୍ଗାରେ। ଅନେକ ଜୋସ୍ନାବିଧୌତ ରଜନୀ କଟିଛି ଏଇ ଡଙ୍ଗାରେ। ହେଲେ ଆଜି ଡଙ୍ଗାଟି ସମସ୍ତଙ୍କ ପାଇଁ କେବଳ ଅତୀତର ମୂକସାକ୍ଷୀ।

୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟାରେ, ନିଜ ଜୀବନକୁ ପାଣି ଛଡେଇ ଏଇ ଡଙ୍ଗାରେ ଅନେକ ଧନ ଜୀବନ ରକ୍ଷା କରିଥିବାରୁ ସେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନାଉରୀର ଆକ୍ଷ୍ୟା ପାଇଥିଲେ। ତାପରେ ନିଜର କୌଳିକ ବୃତ୍ତିକୁ ନେଇ ଖୁବ ଗର୍ବ କରନ୍ତି ନାଉରୀ ମଉସା। ଆର ସାହିର ସନା ଭାଇର ଦେହ ଖରାପ ବେଳେ ବାଟ ଘାଟର ସୁବିଧା ନ ଥିବାରୁ ଡଙ୍ଗାରେ ନେଇ ପହଞ୍ଚାଇ ଥିଲେ ଡାକ୍ତରଖାନାରେ। ଭାଗ୍ଯକୁ ଡାକ୍ତରଖାନା ବି ଥିଲା ନଦୀ କୂଳରେ। ଏହିପରି ଅନେକ ଜନ ହିତକର କାର୍ଯ୍ୟ କରି ବେଶ ନା କମାଇଥିଲେ ନାଉରୀ ମାଉସା।

ନିଜର ପ୍ରାଣପ୍ରିୟାକୁ ବାସର ଦୀପର କ୍ଷୀଣ ଆଲୋକରେ କଥା ଦେଇଥିଲେ, ନିଜର ଅତି ପ୍ରିୟ ନାଆ ରେ ବୁଲାଇ ନେବାକୁ ନଦୀ ପଥରେ ଅନେକ ଦୂରକୁ। ଅରୁନ୍ଧତୀ ପାହାଡ଼ର ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାକୁ ଏକାନ୍ତରେ। ହେଲେ ବାସ୍ତବ ଜୀବନରେ ସମ୍ଭବ ହୋଇ ପାରି ନ ଥିଲା। କାରଣ ବର୍ଷକ ବାରମାସ ଡଙ୍ଗା ଘାଟ ଭିଡ଼ ଜମୁଥିଲା। ଅନେକ ଯାତ୍ରୀ ଯାତାୟାତ କରୁଥିଲେ, ଅନେକ କଥା ବ୍ୟଥାର ସାଖି ଥିଲେ ନାଉରୀ ମଉସା। ହେଲେ ନିଜର ଛୋଟିଆ ଆଶା ପୂରଣ କରିପାରି ନ ଥିଲେ ସମ୍ପୂର୍ଣ୍ଣ ଜୀବନ କାଳ ମଧ୍ୟରେ। ଏହା ଥିଲା ଜୀବନର ସବୁଠୁ ବଡ ଅବଶୋଷ।

ସକାଳ ପଞ୍ଚଟାରୁ ଡ଼ଙ୍ଗା ଘାଟ ଖୋଲୁଥିଲା ରାତି ଦଶଟା କିମ୍ବା ଏଗାରଟା ପର୍ଯ୍ୟନ୍ତ। ହାଡ଼ଭଙ୍ଗା ପରିଶ୍ରମ କରି ମଧ୍ୟ ପାରିଶ୍ରମିକ ମିଳୁଥିଲା ଖୁବ କମ। କାରଣ ପାଖାପାଖି ସମସ୍ତ ଗ୍ରାମର ଲୋକ ମାନେ ଦେଉଥିଲେ ବିଡା। ବିଡା ମାନେ ବର୍ଷକୁ ଥରେ କିଛି ଧାନ ଆଉ ନଡା। ତାହା ପୁଣି ବିଲରୁ ବିଲ ବୁଲି ବୁଲି ସଂଗ୍ରହ କରିବାକୁ ପଡୁଥିଲା। ଆଉ ଧାନ କହିଲେ ଅମଳ ହୋଇ ନ ଥିବା କିଛି ଧାନ ହଳା। ମୋଟା ମୋଟି କହିବାକୁ ଗଲେ ପରିବାର ପିଛା ୫/୬ କିଲୋ ଧାନ ମିଳୁଥିଲା। କେହି ଦୂର ଦୁରାନ୍ତ ଲୋକ ଆସିଲେ ଦେଉଥିଲେ ଟଙ୍କାଏ କିମ୍ବା ୨ ଟଙ୍କା। ସବୁ ପରେ ବି ନାଉରୀ ଜଣକ ଥିଲେ ଖୁବ ସ୍ନେହି ଆଉ ନମ୍ର। କେବେ କାହାକୁ ମୁହଁ ଖୋଲି ପଇସା ଟିଏ ମାଗନ୍ତିନି।

ସନ୍ତୋଷ ପରମ ସୁଖ। ଏହି ନ୍ୟାୟ ରେ କେବେ ବି ଉଦାସ ହୋଇ ନାହାନ୍ତି। ସବୁ ଭଗବାନଙ୍କ ଇଛା କହି ସୁଖ ଦୁଃଖକୁ ଆପଣେଇ ନିଅନ୍ତି। କେବେ କେମିତି ନଦୀର ମାଛ ବି ମିଳିଯାଏ। ଦୁଃଖ ସୁଖରେ କଟିଯାଏ ଦିନ। ବେଳେବେଳେ ସମୟ ମିଳିଲେ ରାଧାନାଥ ରାୟ ଙ୍କ "ଚିଲିକା ସାୟନ୍ତନ" କୁ ମନେ ପକାନ୍ତି...

ପ୍ରାଚୀ ମୂଳ ଏବେ ମିନଜୀବୀ ନାବେ

ଚାୟାକାରେ ଚିତ୍ର ଦିଶେ ଠାବେ ଠାବେ

ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ

ନିଜ ଗୃହ କଥା ଭାବି ଏକ ଧ୍ୟାନେ

ଭାଲେରି ଶିଖରେ ସନ୍ଧ୍ୟା ତାରା ଦେଖି

ଆସନ୍ତି ପଟିକା ମହଲ୍ଲାସେ ଟେକି।

ହେଲେ ଆଜି ଜୀବନର ଅପରାହ୍ନରେ ନାଆର ଆଦର ଅଛି ନା ନାଉରୀର। ପାଖରେ ଧନ ଅଛି ନା ରୋଜଗାରର ପନ୍ଥା। ପିଲାମାନେ କଥା କଥାରେ କହୁଛନ୍ତି କଣ ଆମ ପାଇଁ କରିଛ। ଜୀବନଟା ବୋଧେ ଏମିତି।ଯେତିକି ଧାଇଁବ ସେତିକି ପାଇବ। ଆଜି ପୁଅ ବୋହୂ କହୁଛନ୍ତି ପୁରୁଣା ଡ଼ଙ୍ଗାଟିକୁ ଭାଙ୍ଗି ଜାଳେଣି କାଠ ଭାବରେ ବିକିଦେବାକୁ। କିଛିଦିନ ପାଇଁ ଚାଉଳ ତ ହୋଇଯିବ। ଅଭାବ ଅନଟନରେ କେତେ ଦିନ ବଂଚିବା। କିନ୍ତୁ ନାଉରୀ ମଉସା ଏକ ଜିଦ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଡଙ୍ଗାରେ କାହା ହାତ ଲଗେଇ ଦେବିନି। ଏଥିପାଇଁ ଅନେକ ଥର କଳି ଝଗଡା ହେଲାଣି।

ଏବେ ନାଆଟି ପୋଲ ନିକଟରେ ଖୁଣ୍ଟ ପୋତାଯାଇ ବନ୍ଧା ହୋଇଛି। ସେଥିପ୍ରତି କାହାର ଧ୍ୟାନ ନାହିଁ। ହେଲେ ଡଙ୍ଗା ପ୍ରତି ଆପଣାପଣ ଟା କମିନି ନାଉରୀ ମଉସାଙ୍କର। ନାଉରୀ ଜଣଙ୍କ ପ୍ରତିଦିନ ଥରେ ଦୁଇ ଥର ଆସି ଅଳ୍ପ ଦୁରରୁ ଦେଖି ଚାଲି ଯାଆନ୍ତି ଡଙ୍ଗାକୁ। ପୁରା ଜୀବନ......60 ବର୍ଷର ସ୍ମୁତିକୁ ସାଉଁଟିଲେ ସବୁକିଛି ଦିଶେ ଝାପ୍ସା। କେତେ ଖରା,କେତେ ବର୍ଷା ,କେତେ ଶୀତ କାକର ଏବଂ କେତେ ତିକ୍ତ, ମଧୁର ଅନୁଭୁତିର ସାଥି ଏଇ ଅରୁଣୀମା ନଦୀ। ଆଉ ଏଇ ନାଆ। ୬୦ ବର୍ଷ.....କେତେ ଶୀଘ୍ର ଖସି ଯାଇଛି ହାତ ମୁଠାରୁ। ଏସବୁ କଣ ଭୁଲି ହେବ ନା ଅତୀତକୁ ଫେରି ହେବ? ଅତୀତକୁ ତ ଫେରି ହବନି ସତ,ସାଇତି ତ ହେବ।

ସୀତାରାମ

ସାନମୂଳାଇ, କଟକ।

ନଦୀ ବନ୍ୟା ନାଉରୀ

Rate the content


Originality
Flow
Language
Cover design

Comments

Post

Some text some message..