Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhakanta Sahu

Drama Others

3  

Subhakanta Sahu

Drama Others

ପ୍ରକୃତ ପ୍ରେମ

ପ୍ରକୃତ ପ୍ରେମ

2 mins
7.7K


ରାଗରେ ଲାଲ୍ ପଡିଯାଇଥିଲା ଝିଅଟିର ମୁଁହ । ଇଛା ହେଉଥିଲା ପୁଅଟିକୁ ଦୁଇ ଚଟକଣା ଦିଅନ୍ତା କି ! ସେ ଯେଉଁ କଡା ଗାଳି ଶୁଣାଦେଇଛି, ପୁଅଟିର ମୋହ ଭଗ୍ନ ହେବା ନିଶ୍ଚିତ । ଫ୍ରେଣ୍ଡ୍ସିପ୍ ଡେ ତ ଏକ ବାହାନା ମାତ୍ର । ଗୋଲାପ ଦେଇ ଫ୍ରେଣ୍ଡ୍ସିପ୍, ତା’ପରେ ମୋବାଇଲ୍ ନଂ ମାଗିବା, ମେସେଜ୍ ଦେବା ଡେଟିଙ୍ଗ୍ ଆଉ ଶେଷରେ ଭାଲେଣ୍ଟାଇନ୍ ଡେ ! କଲେଜ୍ ପଢାରେ ପ୍ରେମ କ’ଣ ଏକ ଅତ୍ୟାବଶ୍ୟକୀୟ ବିଷୟ ! ସାଙ୍ଗମାନଙ୍କ ଆଗରେ ଏମିତି ଅନେକ ଆଣ୍ଟିଲଭ୍ ଭାଷଣ ବାଢ଼ୁଥିଲା ଝିଅଟି । ଅବଶ୍ୟ ତା’ର କେହିକେହି ବାନ୍ଧବୀ ଏ ରୁକ୍ଷ ବ୍ୟବହାରକୁ ନାପସନ୍ଦ କରିଥିଲେ । ସେ ସରଳ ଭାବରେ କହିପାରିଥାନ୍ତା ଯେ ତା’ର ଏ ବନ୍ଧୁତାରେ କୌଣସି ଆଗ୍ରହ ନାହିଁ । ଏମିତି ତ ସେମାନେ ସମସ୍ତେ ସାଙ୍ଗ ହିଁ ସାଙ୍ଗ ନା ? ସମସ୍ତଙ୍କ ସାମ୍ନାରେ ତା’ର ନାକନିଶ ପତନ କରିବା କ’ଣ ଆବଶ୍ୟକ ଥିଲା ? ପୁଅଟିକୁ ତ ଧନ୍ୟ ହିଁ କହିବାକୁ ପଡିବ । ସେ ଆଦୌ ବିଚଳିତ ନ ହୋଇ ବରଂ କହିଲା “ତୁମେ ମୋତେ ଫ୍ରେଣ୍ଡ୍ ମାନିବା ନ ମାନିବା ମୋପାଇଁ ଇମ୍ପୋର୍ଟାଣ୍ଟ ନୁହେଁ; ମୁଁ ତୁମକୁ ଫ୍ରେଣ୍ଡ୍ ଭାବି ନେଇଛି, ଦେଇଟା ମୋ ପାଇଁ ଇମ୍ପୋର୍ଟାଣ୍ଟ ।

ପ୍ରେମକୁ କଲେଜପଢାର ବିଷୟ ମନେ କରୁନଥିବା ଝିଅଟି ଦିନେ ପ୍ରେମପାଠକୁ ମୁଖ୍ୟ ବିଷୟ ଧରିନେଲା । କିମିଆଁ ପରିବର୍ତ୍ତନ ହେଲା କେଜାଣି ସେ ବୁଡି ରହିଲା ପ୍ରେମନଈରେ । ପ୍ରେମିକ ସାଜିଥିବା ଟୋକାଟାସେଦିନ ତା’ସହ କି ବ୍ୟବହାର କଲା କେଜାଣି ଝିଅଟି ତା’କୁ ସହଜରେ ଗ୍ରହଣ କରିପାରୁୁନଥିଲା । ଶେଷରେ ମାନସିକ ଭାରସାମ୍ୟ ହରାଇ ବିଷପାନ ପୂର୍ବକ ଆତ୍ମହତ୍ୟା ଉଦ୍ୟମ କଲା । କିନ୍ତୁ ହାୟ ! ଯମ ତ ତା’କୁ ନେଲାନାହିଁ ବିଚାରି ମେଡିକାଲ୍ ଶଜ୍ୟାରେ ନର୍କ ଯନ୍ତ୍ରଣା ଭୋଗିଲା । ସେଦିନ ବି ନର୍କ ଭିତରେ ଦେବଦୂତ ହୋଇ ଆବିର୍ଭାବ ହେଲା ସେଇ ପୁଅଟିର ; ଯାହାକୁ ସେ ବନ୍ଧୁତା ପାଇଁ ପ୍ରତ୍ୟାଖ୍ୟାନ କରି ଅପମାନିତ କରିଥିଲା । ଆଜି ବି ଥିଲା ଏକ ସଦ୍ୟପ୍ରସ୍ଫୁଟିତ ଫୁଲତୋଡା, ଆଉ ଫ୍ରେଣ୍ଡ୍ସିପ ଗ୍ରୀଟିଙ୍ଗ୍ । ହୁଏତ ଏଇ ଜଣକ ହିଁ ତା’କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଏହି ମେଡିକାଲ୍ କୁ ନେଇଆସିଛି । ଲଜ୍ଜ୍ୟା ଓ ଅପମାନର ଆତ୍ମଗ୍ଲାନିରେ ଦୁଇଧାର ଲୁହ ଗଡାଇ ପ୍ରଶ୍ନ କଲା ଯେ ତା’କୁ ଅପମାନିତ କରିଥିବା ଝିଅଟିକୁ ବଞ୍ଚାଇବାକୁ ସେ କାହିଁକି ସତତ ଚେଷ୍ଟିତ ? ହସିହସି ପୁଅଟି ଉତ୍ତର ଦେଇଥିଲା ବନ୍ଧୁତା ଜୀବନ ନେବାପାଇଁ ନୁହଁ, ଜୀବନ ଦେବାପାଇଁ । ଦୁଇଧାର ଲୁହକୁ ନିଜ ହାତରେ ପୋଛୁପୋଛୁ କହିଲା ,“ସୁଖ ବାଣ୍ଟିଲେ ବଢେ ଆଉ ଦୁଃଖ ବାଣ୍ଟିଲେ କମେ ” । ଝିଅଟି କହିଲା ,“ଯାହା ଅବ୍ୟକ୍ତ, ଯାହା ତା’ର ଏକାନ୍ତ ବ୍ୟକ୍ତିଗତ ସେ ବିଷକୁ ପାନ କରି ସେ କ’ଣ ନୀଳକଣ୍ଠ ସାଜିବ?” କିନ୍ତୁ ପୁଅଟି କହିଲା ଯେ ନୀଳକଣ୍ଠ ନହେଲେ କ’ଣ ହେଲା ,ସେ ତ ସବୁଦିନ ପାଇଁ ଏକ ସାଥିର ବିଷଜ୍ୱାଳାକୁ ସହିପାରିବ । ବାଟବଣା ହୋଇଯାଇଥିବା ଝିଅଟି ଜୀବନ ପଥ ପାଇ ଏକ ନିର୍ଭରଯୋଗ୍ୟ ବାଟ ପାଇଗଲା । ଅନ୍ତଃତ ଏଥର ସେ ମଣିଷ ଚିହ୍ନିବା ଭୁଲ୍ କରିବନି । ବୋଧହୁଏ ଏଇଠୁ ହିଁ ଆରମ୍ଭ ହେଲା ତା’ର ପ୍ରକୃତ ପ୍ରେମ ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ୍.

ପୋଲସରା, ଗଞ୍ଜାମ

ପିନ୍-୭୬୧୧୦୫ ।

ମୋବାଇଲ୍-୯୮୬୧୭୩୨୨୬୫

E-mail: sahusubhakanta@gmail.com


Rate this content
Log in

Similar oriya story from Drama