Subhakanta Sahu

Others

2  

Subhakanta Sahu

Others

କୃପଣ ନନା

କୃପଣ ନନା

1 min
7.7K


ଏକ୍ସପୋଜର୍ ଟ୍ରିପ୍ ପାଇଁ ପିଲାଙ୍କୁ ନେଇ ପହଞ୍ଚିଯାଇଥିଲୁ ବଗ୍‌ଦେବୀ ଦେବୀ ମନ୍ଦିରରେ । ରୋଷେଇ , ମନ୍ଦିର ଉନ୍ନୟନ ଇତ୍ୟାଦି ବାବଦକୁ ପୂଜକ ନନା ବିଲ୍ ବଢେଇଦେଲେ ତିନିଶହ ଏକ ଟଙ୍କା । ପଚାଶ ଟଙ୍କା ଦକ୍ଷିଣା ଦାବି କରୁଥିବା ନନା କୌଣସି ମତେ ପଚିଶି ଟଙ୍କାରେ ସନ୍ତୁଷ୍ଟ ହେଲେ । ଚୁଲି ଲାଗିବା ପାଇଁ ଦିଆସିଲି ଖୋଜିବାରୁ ଜଣାଗଲା ଯେ ଦିଆସିଲି ଅଣାଯାଇନାହିଁ । ଦାୟିତ୍ୱହୀନତା ପାଇଁ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗା ଚାଲିଲା । ଭୋଗ ରନ୍ଧନ ପାଇଁ ମାଚିସ୍ ଖଡଖଡ କରୁଥିବା ନନାଙ୍କୁ ଦେଖି ଆଶା ଉଜ୍ଜଳ ହେଲା । ହେଲେ ନନା ରୋକ୍ଠୋକ୍ ନାସ୍ତି ବାଣୀ ଶୁଣାଇଲେ । ନିରାଶ ବିଷାଦ ହେଲା । ପିଲାଙ୍କ ଭ୍ରମଣ ସୁଖ ପାଣିଚିଆ ହେବାକୁ ବସିଲା । ୟା ପରେ ପରସ୍ପର ଦୋଷ ରୋପ ଆହୁରି ବଢିଗଲା । ମନ୍ଦିର ଦ୍ୱାରରେ ବସିଥିବା ବୃଦ୍ଧ ଭିକାରୀଟିଏ ସବୁ ଦେଖି କହିଲା,”ଆଜ୍ଞା ମାଚିସ୍ ଖୋଳରେ ଦୁଇଟି କାଠି ଅଛି, ଯଦି କାମରେ ଆସିବ ନିଅ” । ଚିରା ଦେହରେ ପୁଙ୍ଗୁଳା ଦେହକୁ ସଂପୂର୍ଣ୍ଣ ଆବୃତ କରିପାରୁନଥିବା ବୃଦ୍ଧ ଭିକାରୀଟି ଶୀତରେ ଥରି ଥରି ମାଚିସ୍ ଟି ବଢାଇଦେଲା । ମୁଁ ପଚାଶ ଟଙ୍କିଆଟିଏ ତା’ ହାତକୁ ବଢାଇଦେଲି ।“ଟଙ୍କାଟିଏ ଦିଅ ବାବୁ ଏତେ ଟଙ୍କାର ରେଜା ନାହିଁ ”, ଭିକାରୀ ଥରିଥରି କହିଲା । ମୁଁ କହିଲ, “ତୁମର କିଛି ଦେବା ଦରକାର ନାହିଁ ସବୁ ଟଙ୍କା ତୁମର” । ଦୂରରୁ ଏସବୁ ଲକ୍ଷ୍ୟ କରୁଥିବା ନନାଙ୍କ ମୁହଁ ଶୁଖିଯାଇଥିଲା । ସେ ନିଜକୁ ଲଜ୍ଜିତ ମନେ କରୁଥିଲେ କି ଭାଗ୍ୟକୁ ନିନ୍ଦୁଥିଲେ କେଜାଣି ?

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ୍, , ପୋଲସରା ଗଂଜାମ,


Rate this content
Log in