Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Inspirational

5.0  

Pallabi Das

Inspirational

ଝଡ ପରେ ଖୁସି

ଝଡ ପରେ ଖୁସି

9 mins
811


ଆଜି ଅଚାନକ ଝଡ଼ ଉଠିଛି, ତାକୁ "ପେଥାଇ" ନାମ ଦିଆ ହେଇଚି | କେତେ ଧନ ଜୀବନ ନଷ୍ଟ ହୋଇଗଲାଣି ବାତ୍ୟା ର ତାଣ୍ଡବ ଲୀଳା ରେ | ସୁଜାତା ମନରେ ବି ଆଜି ଝଡ଼ ଉଠୁଛି ନିଜ ଘର ଲୋକମାନଙ୍କ ପାଇଁ , ବିଦ୍ୱେଷ ଆଉ ଘୃଣା ତାକୁ ଗ୍ରାସ କରିଛି | ଭାଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି -'ହେ ଭଗବାନ, ମୋ ଗର୍ଭରେ ଥିବା ଶିଶୁଟି ପୁଅ ହେଇଥାଉ , ନହେଲେ କେହି ତାକୁ ଭଲ ପାଇବେନି "| ସମିର୍ ଆସି ବାରମ୍ବାର କହି ଗଲେଣି-" ଚାଲ ଖାଇବା ଆଉ କେତେ ଟାଇମ ଏମିତି ଝରକା ପାଖରେ ବସି ଝଡ଼ ତୋଫାନ କୁ ଦେଖୁଥିବ , ଥଣ୍ଡା ପବନରେ ଯଦି ତମକୁ ଥଣ୍ଡା ହେଇଯିବ ତେବେ ମୋ ଛୁଆ ଅବସ୍ତା କ' ଣ ହବ , ତମେ ଟିକେ ନିଜର ଯତ୍ନ ନିଅ "| ସୁଜାତା, ସମିର୍ ର ମୁହଁ କୁ ଚାହିଁବାକୁ ବି ଚାହୁଁନି , ତା ମନରେ ଆଜି ସମିର୍ ପାଇଁ ଥିବା ସବୁ ଭଲ ପାଇବା ଗୋଟେ ଥର ରେ ମରିଯାଇଛି ଯେତେବେଳେ ସମିର୍ କହିଲା "ମୋର ପୁଅ ଦରକାର" | ସୁଜାତା ଭାବୁଛି କ' ଣ ହବ ଆହୁରି ଚାରିମାସ ରହିଲା ଡେଲିଭରି କୁ | ଏତିକି ବେଳେ ସମିର୍ ଆସି ସୁଜାତା ର ହାତଟାକୁ ଧରି କହିଲେ -"କ' ଣ ଭାବୁଛ ?, ଚାଲ ଖାଇବ "| ସୁଜାତା କିଂକର୍ତ୍ତବ୍ୟମୂଢ ପରି ଚାଲିଗଲା ଖାଇବାକୁ | ଶାଶୁ ତାର କେତେ କ'ଣ ବନେଇ ଦେଇଥିଲେ ତା ପାଇଁ | ବଳେଇ ବଳେଇ ଖୁଆଇ ଦଉଥିଲେ ଆଉ ବେଳେ ବେଳେ କହୁଥିଲେ-" ମନ ଦୁଃଖ କରନି ତୋର ପୁଅ ହିଁ ହବ, ମୁଁ ତୋ ପୁଅ ହବା ପାଇଁ ଔଷଧ ଆଣିଛି ଜଣେ ବାବାଜୀଙ୍କ ପାଖରୁ "| ସୁଜାତା ବଲ ବଲ କରି ଚାହୁଁଥିଲା ତା ଶାଶୁଙ୍କୁ , ଯାହା କୁ ସେ ଏତେ ଦିନ ହେଲା ନିଜ ମାଆ ଠାରୁ ବି ଅଧିକ ଭଲ ପାଉଥିଲା , ତାଙ୍କ ମୁହଁ ରୁ ବି ଏମିତି କଥା ଶେଷରେ ସେ ଶୁଣିବ ବୋଲି ଆଶା କରିନଥିଲା | ତହିଁ ଆରଦିନ ପେଥାଇ ର ତାଣ୍ଡବ ଟିକେ କମି ଯାଇଥିଲା , ଛାତ ଉପରକୁ କଷ୍ଟେ ମଷ୍ଟେ ଯାଇ ଭଲ କରି ଟିକେ କାନ୍ଦି ଦେଲା ସୁଜାତା | ପୁଣି ତଳକୁ ଆସି ନିଜକୁ ରୋଷେଇ ଆଉ ଘର ର ଅନ୍ୟ କାମରେ ବ୍ୟସ୍ତ କରିଦେଲା | ସମସ୍ତଙ୍କ ହସ ଖୁସିରେ ସାମିଲ୍ ହେଲା, ନିଜ ମନରେ ଥିବା ଦୁଃଖ କୁ କାହା ସହ ବାଣ୍ଟି ପାରିଲାନି ଏମିତି କି ନିଜ ସ୍ୱାମୀ ସମିର୍ ବି ଆଜି ତାକୁ ନିଜର ଲାଗିଲେନି | ବାହାଘର କୁ ପ୍ରାୟ ଆଠ ବର୍ଷ ବିତି ଯାଇଥିଲା ଭଲ ପାଇ ବିବାହ ସେଥିରେ ପୁଣି ନୀଚ କୁଳ ରେ ବିବାହ କରିଥିବାରୁ , ସୁଜାତା ର ଘର ଲୋକ ତା ସହ ସବୁ ସମ୍ପର୍କ କାଟି ଦେଇଥିଲେ | ନିଜର କହିବାକୁ ଗଲେ ତାର କିଛି ନଥିଲା ବାସ୍ ନିଜ ଶାଶୁଘର ଛଡା | ସୁଜାତାର ମନେ ପଡୁଛି କେମିତି ତାର ବାହାଘର ହୋଇଥିଲା | ଚାରି ବର୍ଷ ର ଭଲପାଇବା ସମିରଙ୍କ ସହ ତାପରେ ବାହାଘର ପାଇଁ ସମିର୍ ର ଘର ଲୋକଙ୍କ ଜିଦି ଆଉ ତା ଘର ଲୋକଙ୍କ ରାଜି ନ ହବା | ଏଇୟା ନୁହେଁ କି, ତା ପରିବାର ଜାତି କୁ ସବୁଠୁ ଅଧିକା ମାନ୍ୟତା ଦଉଥିଲେ , କିନ୍ତୁ ତାଙ୍କ ମନରେ ଗୋଟେ କଥା ଥିଲା ନୀଚ ଜାତି ର ଲୋକଙ୍କ ମୁଣ୍ଡ ସବୁ ବେଳେ ନୀଚ ଥାଏ ଆଉ ସେଠି ସୁଜାତା କେମିତି ନିଜକୁ ଚଳେଇବ | ସେଥିପାଇଁ ଛାନିଆ ହୋଇ ସୁଜାତା ର ବାପା ତା ପାଇଁ ତାଙ୍କ ସାଙ୍ଗ ର ପୁଅ ସହ ବାହାଘର ଠିକ୍ କରିଦେଇଥିଲେ , ଯିଏ କି ସବୁଠୁ ବଡ଼ ବାତେରା ଆଉ ଘୋଡ଼ା ମଦୁଆ ଥିଲା | ଦୁହିଁଙ୍କ ପରିବାର ଉଚ ବ୍ରାହ୍ମଣ ପରିବାର ଥିଲା ସେଥିପାଇଁ ତା ବାପା ନଜର ଅନ୍ଦାଜ୍ କରିଦେଲେ ସେ ପିଲା ର ମଦୁଆ ସ୍ଵଭାବ କୁ | ସେ ପିଲା ଆସିଲା, ଟାଙ୍କିଏ ମଦ ପିଇ ସୁଜାତା କୁ ଦେଖିବାକୁ ଆଉ ସୁଜାତା ସେଦିନ ତା ବାପା ଙ୍କୁ ବୋହୁତ୍ ବୁଝେଇବାକୁ ଚେଷ୍ଟା କଲା ,ଶେଷରେ ପାରିଲାନି | ସେଦିନ ରାତିରେ ସେ ନିଷ୍ପତ୍ତି ନେଇଥିଲା ଘର ଛାଡ଼ି ପଳେଇବାକୁ | ଆଉ ତାକୁ ତା ମାଆ ସାହାଯ୍ୟ କଲେ ପଳେଇବାରେ , ଗଲା ବେଳେ କହିଥିଲେ- "ଏଇ ଘରକୁ କେବେ ବି ଫେରିବୁନି ନହଲେ ତୋ ବାପା ତତେ ମାରିଦେବେ" | ସୁଜାତା ଚାଲିଗଲା ସମିର୍ ସାଥିରେ , ହସ ଖୁସିରେ ତା ପରିବାର ଚାଲିଥିଲା, ଦୁଇ ଥର ଛୁଆ ନଷ୍ଟ ହେଇଯିବାର ଦୁଃଖ ସମୟରେ ବି ତାକୁ ତା ଶାଶୁଘର ଲୋକ ବୋହୁତ୍ ସାହାସ ଦେଇଥିଲେ ଭାଙ୍ଗି ନ ପଡ଼ିବାକୁ ହିମତ ଦେଇଥିଲେ | ବାହାଘର ର ଆଠ ବର୍ଷ ପରେ ସେ ପୁଣି ଥରେ ମାଆ ହବାକୁ ଯାଉଛି ଆଉ ତା ଘର ଲୋକ ପୁଅ ଚାହୁଁଛନ୍ତି, ଏମିତି କି ସବୁଠୁ ଅଧିକ ବିଶ୍ବାସ କରୁଥିବା ସ୍ଵାମୀ ବି ତାକୁ ବୁଝି ପାରିଲେନି | ସୁଜାତା ଭାବୁଛି ଘର ଛାଡ଼ି କୁଆଡ଼େ ପଳେଇବ ବୋଲି କିନ୍ତୁ ଏମିତି ଅବସ୍ତାରେ ସେ କୁଆଡ଼େ ଯିବ ବୁଝି ପାରୁନି | ଡାକ୍ତର ପାଖକୁ ଯିବାକୁ ପଡୁଛି ସବୁ ମାସରେ, ତା ଖର୍ଚ ଆଉ ତା ଚେକ୍ ଅପ୍ ଖର୍ଚ କୋଉଠୁ ସେ ଆଣିବ ଏମିତି ଭାବୁ ଭାବୁ ତାର ରାତି ପାହି ଯାଉଛି |

ଦିନେ ସାହସ କରି ତା ବାପାଙ୍କୁ ଫୋନ କରି କହିଲା ମୁଁ ତମ ସହ ଦେଖା କରିବାକୁ ଚାହୁଁଛି, ତା ବାପା ମିଛ ଅଭିମାନରେ କହିଲେ-"ମୁଁ ଦେଖା କରିବାକୁ ଚାହୁଁନି ମୋ ଝିଅ ମରିଯାଇଛି "| ସୁଜାତା ଆଉ କିଛି ନକହି ଫୋନ କାଟି ଦେଇଥିଲା |

ସୁଜାତା ଆଜି ଚେକ୍ ଅପ୍ ପାଇଁ ନିଜେ ଏକା ଯାଇଥିଲା, ସମିର୍ କୋଉ ଏକ ଅଫିସ୍ କାମରେ ବ୍ୟସ୍ତ ରହି ଯାଇଥିଲେ, ସେଠୁ ଫେରି ସେ ବୋହୁତ୍ ବଦଳି ଯାଇଥିଲା ମନେ ମନେ ସ୍ଥିର କରିଦେଇଥିଲା ପୁଅ ହଉ କିମ୍ବା ଝିଅ ତାକୁ ସେ ଏ ଅମାନୁଷିକ ମନୋବୃତ୍ତି ଲୋକମାନଙ୍କ ଠାରୁ ବୋହୁତ୍ ଦୂରକୁ ନେଇ ଯିବ, କାହାର ଛାଇ ବି ପଡ଼ିବାକୁ ଦବନି | ପୂର୍ବରୁ ଯୋଉ ଦୁଇ ଥର ତାର ଗର୍ଭପାତ ହୋଇଥିଲା ସେ ସବୁ ସେ ଭାଗ୍ୟ ର ବିଡ଼ମ୍ବନା ଭାବୁଥିଲା | କିନ୍ତୁ ସେ ସବୁ ଭାଗ୍ୟର ବିଡ଼ମ୍ବନା ନଥିଲା | ପ୍ରତି ଥର ସମିର୍ ଅଲଟ୍ରାସାଉଣ୍ଡ କରି ଜାଣିବାକୁ ପାଉଥିଲେ ସୁଜାତା ଝିଅର ମାଆ ହବାକୁ ଯାଉଛି, ତେଣୁ ଗର୍ଭ ନିପାତ ପାଇଁ ସୁଜାତା ର ଅଜାଣତରେ ତାକୁ ଔଷଧ ଦିଅନ୍ତି ଖାଇବାକୁ ଆଉ ସୁଜାତା ଅତି ବିଶ୍ବାସ ର ସହ ତାକୁ ଖାଇ କୋଳ ଶୂନ୍ୟ ହୁଏ ଆଉ ସେଥିରେ ସମିର୍ ବୋହୁତ୍ ଦୁଃଖ ଦେଖାନ୍ତି | ସରକାରଙ୍କ କଠିନ ଦଣ୍ଡ ଆଉ ଆଇନ୍ କାନୁନ୍ କୁ ଡରି ଏପାଳି ଡକ୍ଟର କହିଲାନି ତା ଗର୍ଭରେ ପୁଅ ଅଛି କି ଝିଅ ଅଛି ବୋଲି ସେଥିପାଇଁ ଶିଶୁଟି ବଞ୍ଚି ଗଲା | ସୁଜାତା ଡ୍ରେସିଂ ଟେବୁଲ୍ ଆଗରେ ବସି ବାରମ୍ବାର ଭାବୁଛି ୟା ପରେ କଣ ହବ ତାକୁ କଣ କରିବା ଉଚିତ୍ |

ଏମିତି ସମୟ ରେ ତାର ତା ମାଆ କଥା ବୋହୁତ୍ ମନେ ପଡ଼େ ବୋହୁତ୍ ଦିନ ପରେ ସେ ତା ମାଆ କୁ ଫୋନ କରି ସବୁ ଏକା ନିଶ୍ଵାସ ରେ କହିଗଲା | ତହିଁ ଆର ଦିନ ଶାଶୁ ମନ୍ଦିର ଯିବା ପରେ ସୁଜାତା ସମସ୍ତ ଙ୍କ ନାମରେ ଗୋଟେ ଚିଠି ଛାଡ଼ିଦେଇ ଚାଲିଲା ଷ୍ଟେସନ ଅଭିମୁଖେ, ସେଠି ଯାଇ ଦେଖେ ତ ତା ବାପା ଆଉ ମାଆ ପୂର୍ବରୁ ତାକୁ ଅପେକ୍ଷା କରି ରହିଛନ୍ତି | ବାପାଙ୍କୁ ଦେଖି ସୁଜାତା ଟିକେ ଆଶ୍ଚର୍ଯ୍ୟ ହେଲା କିନ୍ତୁ ମାଆ ତାର ବୁଝେଇ ଦେଲା କେମିତି ତା ଗର୍ଭପାତ କଥା ଶୁଣି ତା ବାପା କାନ୍ଦି ପକେଇ ଥିଲେ ଆଉ ତାକୁ ଆଣିବାକୁ ସାଙ୍ଗରେ ଆସିଥିଲେ |

ସୁଜାତା ତା ବାପ ଘରେ ରହିବା ଭିତରେ ବୋହୁତ୍ ଥର ଶାଶୁ ଆଉ ସମିର୍ ଆସିଥିଲେ ତାକୁ ନବାକୁ ଆଉ ଭୁଲ୍ ମାଗିବାକୁ କିନ୍ତୁ ବିଶ୍ବାସ ଆଉ ଭରସା ଥରେ ଭାଙ୍ଗିଲେ ସେଠି ଆଉ ଥରେ ବିଶ୍ଵାସ କରିବା ବୋହୁତ୍ କଷ୍ଟ ହୋଇପଡେ |

ପୁଅ ଜନ୍ମ ନେଲା | ପୁଅଟିଏ ବୋଲି ଶୁଣି ପୁଣି ଦୌଡ଼ି ଆସିଥିଲେ ଶାଶୁ ଘର ଲୋକ ମାଆ ଛୁଆ ଙ୍କୁ ସାଙ୍ଗରେ ନବାକୁ କିନ୍ତୁ ସୁଜାତା ଗଲାନି | କିଛି ଦିନ ଭିତରେ ବିବାହ ବିଚ୍ଛେଦ ହୋଇଗଲା ସମିର୍ ଆଉ ସୁଜାତାଙ୍କର | ସୁଜାତା ବୋହୁତ୍ ଛୋଟ ଥିଲା ଯେବେ ତା ବାହାଘର ହୋଇଥିଲା ଏବେ ସେ ସତେଇଶି ବର୍ଷର ହୋଇଯାଇଥିଲା ସେଥିପାଇଁ ତା ବାପା ତାକୁ ଏପାଳି ପାଠ ପଢ଼ି ନିଜ ଗୋଡ଼ ରେ ଠିଆ ହବାକୁ ପ୍ରୋତ୍ସାହନ ଦେଇଥିଲେ | ସୁଜାତା ଖୁବ୍ କମ୍ ସମୟ ରେ ନିଜର ଆଉ ନିଜ ଛୁଆ ର ଭବିଷ୍ୟତ ପାଇଁ ଉଚିତ୍ ପଦକ୍ଷେପ ନେଇ ଆଗକୁ ବଢ଼ିଗଲା | ସୁରୁଖୁରୁ ରେ ତା ଜୀବନ ଚାଲିଥିଲା, ସମିର୍ ର ଘର ଲୋକ ବାରମ୍ବାର ଆସି ନିଜ ନାତି କୁ ନବା ପାଇଁ ଜିଦ୍ ଧରି ବସୁଥିଲେ | ସୁଜାତା ନିଜ ଚାକିରୀ ଆଉ ପୁଅ ର ହେପାଜତ ବୋହୁତ୍ ଭଲ ରେ କରି ପାରୁଥିଲା ତଥାବି ସୁଜାତା ର ବାପା ତା ଦ୍ଵିତୀୟ ବିବାହ ପାଇଁ ତା ପଛରେ ଲାଗିଥାନ୍ତି | ଧୀରେ ଧୀରେ ସମିର୍ ଆଡ଼ୁ ଧମକ ଆସିବା ଆରମ୍ଭ ହେଇଯାଇଥିଲା, ସୁଜାତା ଆଉ ଟିକେ ସତର୍କତା ଅବଲମ୍ବନ କରିବାକୁ ବାଧ୍ୟ ହଉଥିଲା | କିନ୍ତୁ ଏମିତି କେତେ ଦିନ, ଦିନେ ହଠାତ୍ ସୁଜାତା ଘରେ ତା ବାପା ଙ୍କ ସାଙ୍ଗ ଆସି ପହଞ୍ଚିଲେ ତାଙ୍କ ପରିବାର ସହ ଆଉ ପୁଣି ଥରେ ସେଇ ପିଲା ମାନେ ଶ୍ରୀକାନ୍ତ ଆସିଥିଲା ଯାହାକୁ ସେ ମଦୁଆ ମାତାଲ୍ ଅବସ୍ତାରେ ଦେଖିଥିଲା ଆଉ ତାକୁ ଛାଡ଼ି ସମିର୍ ସହ ଚାଲି ଯାଇଥିଲେ | ସୁଜାତା କୁ ଦେଖି ସେମାନେ ପୁଣି ଥରେ ବିବାହ ପ୍ରସ୍ତାବ ଦେଇଥିଲେ, ସୁଜାତା ର ପୁଅ ଆଉ ଶ୍ରୀକାନ୍ତ ବୋହୁତ୍ ଖେଳିଥିଲେ ସେଦିନ | ଗଲା ବେଳେ ସୁଜାତା ର ହାତ ଦିଟା ଧରି ଶ୍ରୀକାନ୍ତ ର ମାଆ କହିଥିଲେ - "ମାଆ ଲୋ ତୋ ଯୋଗୁ ମୋ ପୁଅ ପରିବର୍ତ୍ତନ ହେଇଚି, ମାଦକ ଦ୍ରବ୍ଯ ସବୁ ଛାଡ଼ି ଦେଇଚି କିନ୍ତୁ ସେ ଏଯାଏ ବାହା ହଉନି ତାକୁ ତୁ ହିଁ ପସନ୍ଦ, ତତେ ଆମେ ଜୋର୍ କରିବାକୁ ଚାହୁଁନୁ, ତୁ ଭାବିଚିନ୍ତି ନିଷ୍ପତ୍ତି ନେବୁ" | ଶ୍ରୀକାନ୍ତ ଯ ସେଇ ମଦୁଆ ପିଲା ଯାହାକୁ ସେ ଛାଡ଼ି ରାତାରାତି ସମିର୍ ସହ ପଳେଇ ଥିଲା ସେ କଥା ସୁଜାତା ଭାବୁଥିଲା ବସି | ତା ବାପା ମାଆ ଆସି ତାକୁ ପୁଣି ଥରେ ଶ୍ରୀକାନ୍ତ ର ପରିବର୍ତ୍ତନ କଥା କହିବା ଆରମ୍ଭ କରି ଦେଇଥିଲେ, କେମିତି ସୁଜାତା ଚାଲି ଯିବା ପରେ ଶ୍ରୀକାନ୍ତ କୁ ବୋହୁତ୍ ଖରାପ ଲାଗିଥିଲା ଆଉ ସେ ଚାଲି ଯାଇଥିଲା ନିଶା ମୁକ୍ତ କେନ୍ଦ୍ର ସେଠି ସାତ ମାସ ପରେ ଫେରି ନିଜ ବାଣିଜ୍ଯ କାରବାର ଆରମ୍ଭ କରିଥିଲା, ଏବେ ସେ ଓଡ଼ିଶା ର ଏକ ଜଣା ଶୁଣା ବିଜନେସ ମ୍ୟାନ | ସୁଜାତା ଦେଖିବାକୁ ପାଇଲା ତା ପୁଅ ଯେବେଠୁ ଶ୍ରୀକାନ୍ତ ସହ ଭେଟିଛି ସେବେଠୁ ଅଧା ଟାଇମ ଶ୍ରୀକାନ୍ତ ସହ ରହୁଚି କେବେ କେବେ ତାଙ୍କ ଘରେ ଶ୍ରୀକାନ୍ତ ସହ ଶୋଇ ଯାଉଛି | ତା ଠୁକୁ ଠୁକୁ ଚାଲି ଆଉ ଖନେଇ ଖନେଇ କଥା ଶ୍ରୀକାନ୍ତ କୁ ଭାରି ଭଲ ଲାଗୁଥିଲା ସେଥିପାଇଁ ସେ ସମୟ ବାହାର କରି ଆସିଯାଉଥିଲେ ସୁଜାତା ଘରକୁ, ଏଇ ବାହାନାରେ ସୁଜାତା ବି ଶ୍ରୀକାନ୍ତ କୁ ଧୀରେ ଧୀରେ ଜାଣିଯାଇଥିଲା | ସୁଜାତା ଆଉ ତା ପରିବାର ଡରୁଥିଲେ ପୁଣି ଥରେ କିଛି ଅଘଟଣା ନଘଟୁ ସେଥିପାଇଁ ଜଲଦି ରାଜି ହଉନଥିଲେ ବିବାହ ପାଇଁ | ଦିନେ ହଠାତ୍ ଶ୍ରୀକାନ୍ତ ର ପରିବାର ଆଉ ସୁଜାତା ର ପରିବାର ସହର ଠାରୁ ଦୂରକୁ ବୁଲି ଯିବାକୁ ବାହାରି ପଡିଲେ ଦୁଇଟି ଗାଡ଼ିରେ, ଗୋଟେ ଥିରେ ଜୋର୍ କରି ସୁଜାତା କୁ ଶ୍ରୀକାନ୍ତ ସାଥିରେ ବସେଇ ଦେଇଥିଲେ ଆଉ ଗୋଟେ ଥିରେ ସୁଜାତା ର ବାପା ମାଆ ଆଉ ଶ୍ରୀକାନ୍ତ ର ବାପା ମାଆ ତା ପୁଅ କୁ ଧରି ବସିଥିଲେ | ଯେବେଠୁ ଶ୍ରୀକାନ୍ତ ର ପରିବାର ସହ ତା ପୁଅ ମିଶିଲାନି ସେବେଠୁ ଅଧାରୁ ଅଧିକ ସମୟ ସେ ଶ୍ରୀକାନ୍ତ ର ବାପା ମାଆ ଙ୍କ ସହ ରହିବାକୁ ଜିଦି କରେ ସେମାନଙ୍କୁ ଅଜା ଆଇ ଡାକେ | ସେଦିନ ଶ୍ରୀକାନ୍ତ ନିଜେ ଡ୍ରାଇଭ କରୁଥିଲା ଆଉ ପଛ ସିଟରେ ସବୁ ଜିନିଷପତ୍ର ରଖି ଦେଇଥିଲେ ଯେମିତି କି ସୁଜାତା ଆଗ ସିଟରେ ତାଙ୍କ ପାଖରେ ବସିବ ଠିକ୍ ସେମିତି ହେଲା ସୁଜାତା ଆସି ଆଗ ସିଟ ରେ ବସିଲା ଆଉ ବସୁ ବସୁ ଢଳେଇବା ଆରମ୍ଭ କରିଦେଲା | ସାତ ଘଣ୍ଟା ଡ୍ରାଇଭ କରିବାର ଥିଲା | ମଝିରେ ମଝିରେ ଦୋକାନ ବଜାର ଦେଖି ଗାଡି ରଖେ ଶ୍ରୀକାନ୍ତ ସମସ୍ତଙ୍କୁ କିଛି କିଛି ଖାଇବାକୁ ଦବାକୁ, ଦିଟାଙ୍କ ଗାଡି ରୁହେ ସମସ୍ତେ ଗାଡିରୁ ଓହ୍ଲାଇ ଖାଇ ପିଇ ପୁଣି ବସି ପଡ଼ନ୍ତି କିନ୍ତୁ ସୁଜାତା ନିଘୋଡ଼ ନିଦରେ ସେମିତି ଶୋଇଥାଏ | ଅଧା ରାତିରେ ସୁଜାତା କୁ ଭୋକ ଜୋରେ ଲାଗିବାରୁ ସେ ଉଠିଲା ଖାଇବାକୁ, କିନ୍ତୁ କିଛି କହିପାରିଲାନି ଶ୍ରୀକାନ୍ତ କୁ ତଥାବି ଶ୍ରୀକାନ୍ତ ବୁଝି ଯାଇଥିଲା ଆଉ କହିଥିଲା ପଛ ସିଟରେ ଖାଇବା ଅଛି ଆଣି ଖାଇ ଦିଅ | ସୁଜାତା କିଛି ସମୟ ତାକୁ ଚାହିଁଲା ତା ପରେ ପଛ ସିଟ ରୁ ଖାଇବା ଆଣି ଖାଇଲା | ଖାଇବା ପରେ ସେ ଭାବିଥିଲା ପୁଣି ଶୋଇବା ଅଭିନୟ କରିବ କିନ୍ତୁ ଶ୍ରୀକାନ୍ତ କୁ ବୋହୁତ୍ ବେଳୁ ଚୁପ୍ ଚାପ୍ ଦେଖି ସେ ଟିକେ କଥା ବାର୍ତ୍ତା ଆରମ୍ଭ କରିବ ବୋଲି ସ୍ଥିର କଲା | ଶ୍ରୀକାନ୍ତ ରାସ୍ତା କୁ ଅନେଇ ସୁଜାତା କୁ ପଚାରିଲା - ଆଉ ନିଦ ଲାଗୁନି କି?

ସୁଜାତା କହିଲା - ନା

ଶ୍ରୀକାନ୍ତ ପଚାରିଲା - ଗୀତ ଶୁଣିବ କି?

ସୁଜାତା ହଁ କହିଥିଲା | ଶ୍ରୀକାନ୍ତ ଲଗେଇ ଦେଇଥିଲେ ସବୁ ତା ମନ ପସନ୍ଦ ର ଗୀତ, ସୁଜାତା ଗୋଟେ ପରେ ଗୋଟେ ସବୁ ଶୁଣି ଚାଲିଥିଲା | ସୁଜାତା ର ମନେ ପଡ଼ିଗଲା, କଲେଜ ପଢିବା ସମୟ ରେ ସମିର୍ କେମିତି ତା ମନ ପସନ୍ଦର ଗୀତ ସବୁ ଯୋଗାଡ଼ କରି ଆଣନ୍ତି | ସବୁ ଗୀତ ସହ ଥିବା ଛୋଟ ଛୋଟ ଅନୁଭୂତି ସବୁ ମନେ ପଡ଼ିବା ଆରମ୍ଭ ହୋଇଯାଇଥିଲା ତା ସହ ତା ଆଖିରୁ ଅମାନିଆ ଲୁହ ଗୁଡା ବାହାରିବା ଆରମ୍ଭ ହୋଇଥିଲା | ଶ୍ରୀକାନ୍ତ ଗାଡିକୁ ରାସ୍ତା ର ଗୋଟେ ପାଖରେ ଠିଆ କରେଇ ଚୁପ୍ ଚାପ୍ ବସି ରହିଲେ | ଟିକେ ହେଲେ ବି ତାକୁ ପ୍ରବୋଧନା ଦେଲେନି କାରଣ ସେ ଚାହୁଁଥିଲେ ଏତେ ଦିନ ଧରି ରଖିଥିବା ସବୁ ଦୁଃଖ କୁ ସୁଜାତା ଏକା ଥରେ ବାହାର କରି ଦଉ | ସୁଜାତା ବୋହୁତ୍ ସମୟ ଯାଏ ଛୁଆଙ୍କ ପରି କାନ୍ଦିବା ପରେ ନିଜକୁ ବୋହୁତ୍ କଷ୍ଟରେ ଚୁପ୍ କରେଇ ଶ୍ରୀକାନ୍ତକୁ ଗାଡି ଚଲେଇବାକୁ ନିର୍ଦ୍ଦେଶ ଦେଲା ଶ୍ରୀକାନ୍ତ ପକେଟ ରୁ ରୁମାଲ ବାହାର କରି ସୁଜାତା ହାତରେ ଧରେଇ ଦେଲା ଲୁହ ପୋଛିବାକୁ | ଗାଡି ପୁଣି ଚାଲିଲା ଗନ୍ତବ୍ୟ ସ୍ତଳ କୁ , କିଛି ସମୟ ପରେ ଗାଡି ଯାଇ ଅଟକିଲା ଗୋଟେ ସୁନ୍ଦରିଆ ଅଟ୍ଟାଳିକା ଆଗରେ | ଗାଡିରୁ ବାହାରୁ ବାହାରୁ ସୁଜାତା ଚିଲେଇବା ଆରମ୍ଭ କରିଦେଇଥାଏ ତା କୁନି ପୁଅର ଦୁଷ୍ଟାମି ଦେଖି | ବୋହୁତ୍ ସତେଜ ଆଉ ସୁନ୍ଦର ଲାଗୁଥିଲା ସୁଜାତା | ମନେ ମନେ ସ୍ଥିର କରି ସାରିଥିଲା ଶ୍ରୀକାନ୍ତ ସହ ଘର ସଂସାର କରିବାକୁ, ବାସ୍ ସମସ୍ତଙ୍କୁ ଜଣେଇବା ବାକି ଥିଲା | ଠିକ୍ ମାଆ ବାପା ଙ୍କୁ ଜଣେଇବାକୁ ଉଦ୍ୟତ ହଉ ହଉ ତା ବାପା ବୁଝିପାରି ପଚାରିଲେ- " କହ ମା, କେବେ ବାହା ହବୁ?" - "ବାପା, ଯେବେ ତମେ କହିବ " , ବାସ୍ ଏତିକି କହି ସୁଜାତା ଲାଜ ରେ ମୁଣ୍ଡ କୁ ତଳକୁ ପୋତି ଦେଇଥିଲା |

ସମସ୍ତେ ହସ ଖୁସିରେ ଘର କୁ ଫେରି ବାହାଘର କାମ ରେ ଲାଗି ପଡ଼ିଥିଲେ | ବାହାଘର ଦିନ, ପୁରୁଣା ଟ୍ରଙ୍କ ଭିତରୁ ମାଆ ତାର ବାହାରକରି ଆଣିଥିଲେ ଝିଅ ପାଇଁ ସାଉଁଟିଥିବା ବନାରସି ପାଟ ଖଣ୍ଡେ ଆଉ ତା ସହ କିଛି ପୁରୁଣା ଗଢ଼ା ହୋଇଥିବା ଗହଣା ଆଉ ଝିଅ ହାତରେ ଧରେଇ ଦେଇ କହିଥିଲେ - "ନେ ମାଆ, ଏସବୁ ତୋ ପାଇଁ ସଜେଇ ରଖିଥିଲି ତୋ ଛୁଆ ଦିନୁ, ଭଲ ଲାଗିଲେ ପିନ୍ଧିବୁ ନହେଲେ ପାଖରେ ସାଇତି ରଖିବୁ" | ସୁଜାତା ଖୁସି ରେ ମାଆ ଦେଇଥିବା ନୀଳ ଆଉ ଗୋଲାପି ବନାରସି ପାଟରେ କିଛି ମ୍ଯାଚିଙ୍ଗ କରି ଗହଣା ପିନ୍ଧି ଆଇନା ଆଗରେ ନିଜକୁ ବରମ୍ବାର ନିରୀକ୍ଷେଇ ଦେଖୁଥିଲା ଆଉ ନିଜକୁ ଗାଳି ଦଉ ଥିଲା କାସ୍ କିଛି ବର୍ଷ ପୂର୍ବରୁ ସେ ଶ୍ରୀକାନ୍ତ କୁ ବାହା ହୋଇଯାଇଥାନ୍ତା କି ତେବେ ତାକୁ ଏତେ ସବୁ ଦୁଃଖ ଦେଖିବାକୁ ପଡ଼ିନଥାନ୍ତା | ଆଖିରେ ଚାଲି ଆସୁଥିବା ଲୁହକୁ ପୁଣି ଥରେ ଢ଼ୋକି ଦେଇ କଳା ମସ୍ ମସ୍ କାଜଲ ରେ ନିଜ କାନ୍ଦୁରା ଆଖିକୁ କଥା କୁହା ଆଖି ରେ ପୁଣି ଥରେ ପରିଣତ କରିଦେଲା, ଠିକ୍ ଏମିତି ତ କୁହନ୍ତି ଶ୍ରୀକାନ୍ତ - "ତମ ଆଖି ବୋହୁତ୍ କଥା କହୁଛି, ମତେ ଥରେ ମଉକା ଦିଅ ସେ ଆଖିକୁ ପଢିବାକୁ " | ଏତିକି ଭିତରେ ଶ୍ରୀକାନ୍ତ ବର ହୋଇ ଆସି ତା ଘର ଅଗଣା ରେ ପହଂଚି ଯାଇଥିଲା ଆଉ ସୁଜାତା ନିଜକୁ ପ୍ରସ୍ତୁତ କରୁଥିଲା ଶ୍ରୀକାନ୍ତ ର ଜୀବନ ସାଥୀ ହବାକୁ |


Rate this content
Log in

Similar oriya story from Inspirational