Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଛିଣ୍ଡା ଗଣିତ
ଅଛିଣ୍ଡା ଗଣିତ
★★★★★

© Pramod Kumar Jena

Tragedy

3 Minutes   14.4K    18


Content Ranking

: ଏ ପ୍ରକାଶ ! ତୁ ମରୁନୁ l ତତେ ବାଡି ଖାଉନି, ତତେ ସାପ ଖାଉନି l କାନ୍ଦି କାନ୍ଦି ଘରୁ ପାଟି କରି ହରିଆଦା' ଆସୁଛନ୍ତି l ପଛେ ପଛେ ତାଙ୍କ ପୁଅ ପ୍ରକାଶ l ସାର୍ଟ୍ ବୋତାମ୍ ଅଧା ଖୋଲା l ଯେମିତି ମହାଭାରତ ଯୁଦ୍ଧରୁ ବାପା ପୁଅ ଫେରୁଛନ୍ତି l ଘରୁ ଖୁଡି ମଧ୍ୟ ପାଟି କରି ସେହି ସ୍ୱରରେ ଗାଳି

ଦେଉଛନ୍ତି l ଏତେ ଗାଡି ମଟର ଯାଉଛି l ତତେ ମାଡି ଯାଉନି ? ଯେମିତି ତାଙ୍କ ମନ ଶାନ୍ତ ହେଉ ନ ଥିଲା ସେ ଦିନ l ଆହୁରି ଗାଳି ଦେଇଥାନ୍ତେ l କ’ଣ କରିବେ ? ଗୋଟିଏ ବୋଲି ପୁଅ l କେତେ ଆଶା କରିଥିଲେ, ବଡ ଦିନେ ସାହାରା ହେବ l ଏମିତି ଯେ ଏଇଟା ପୁରା ଅପଦାର୍ଥ ହେବ, କେବେ ସେ ଚିନ୍ତା କରି ନ ଥିଲେ l ପାଠ ପଢା ଅଧାରୁ ଛାଡିଲା l ବାପାଙ୍କ କାମରେ ହାତ ବଟେଇବ କ’ଣ ଓଲଟି ବୋଝ ହୋଇଗଲା l କାମଧନ୍ଦା ବୋଲି କିଛି ନାହିଁ l ଘରୁ ପଇସା ନେଇ ସିନେମା ଦେଖିବା, ଯାତ୍ରା ଦେଖିବା, ହୋଟେଲରେ ଖାଇବା, ଯେତେ ପ୍ରକାରେ ପଇସା ଉଡା ଯାଇପାରେ, ଖାଲି ମଦପାଣିକୁ ଛାଡି l ଭାବିଲେ ବାହା କରେଇ ଦେଲେ କିଛିଟା ସୁଧୁରି ଯିବ l କିନ୍ତୁ ଫଳ ବିପରୀତ ହେଲା l ଭାଗ୍ୟ ଏତେ ଖରାପ ଯେ, ଅପଙ୍ଗ ଝିଅଟିଏ ଜନ୍ମ କଲା ବୋହୁ l କେତେ ଡାକ୍ତର, କେତେ ବୈଦ୍ୟ ଦେଖାଇଲେ l କିଛି ଫଲ ହେଲାନି l କଟକ ଠାରୁ ଆରମ୍ଭ କରି ଓଲଟପୁର ପର୍ଯ୍ୟନ୍ତ ଧାଇଁଲେ l ସମ୍ବଳ ବା କାହିଁ ? ଥକିଗଲେ l ବୋଝ ଉପରେ ନଳିତା ବିଡା l ପୁଅ ଅପଦାର୍ଥ, ନାତୁଣୀ ଅପଙ୍ଗ l ପାଳି ପଡିଲା ବୋହୁର l ଏ ପରି ପୁଅମାନଙ୍କୁ ସ୍ତ୍ରୀମାନଙ୍କ ଉପରେ ପୁରୁଷପଣିଆ ଦେଖେଇବାର ଗୋଟେ ପ୍ରଶସ୍ତ ସୁଯୋଗ ମିଳିଯାଏ l ଯେତେ ସବୁ ଗାଳି ଶ୍ୱଶୁର ଘର କିମ୍ବା ସ୍ତ୍ରୀ ଉପରେ l ହାତ କୁଣ୍ଡେଇ ହେଲେ ସ୍ତ୍ରୀର ପିଠି ତ ଅଛି l ଦୁର୍ବିସହ ହେବାରୁ ବୋହୁ ଝିଅକୁ ନେଇ ପଳେଇଲା ବାପଘରକୁ l ହରିଆଦା' ଆଉ ଖୁଡୀ, ଦୁହେଁ ସମୁଧି ଘରକୁ ଯାଇ ବୁଝେଇ ଶୁଝେଇ ଆଣିଲେ l କିନ୍ତୁ କେତେ ଦିନ ପାଇଁ ? ସେଦିନ ତ ସୀମା ଟପି ଗଲା l ବୋହୁକୁ ପଇସା ମାଗିଲା l ସିଏ ବା ପଇସା କୋଉଠୁ ଆଣିବ ? ମନା କରିବାରୁ ପ୍ରକାଶର ରାଗ ପଞ୍ଚମକୁ ଉଠିଗଲା l ବୋହୁ ଆଣିଥିବା ଜିନିଷକୁ ପିଟିବା ଆରମ୍ଭ କଲା l ସେତିକିରେ ରାଗ ଶାନ୍ତ ହେଲାନି l ଟି.ଭି.ଟାକୁ ତଳେ ଢୋ କରି ପିଟି ଦେଇ ବୀର ଭଳିଆ ବାହାରି ଆସିଲା l ସେଥିପାଇଁ ରାଗ, ଦୁଃଖ ଓ ନିରାଶରେ ଦାଦା-ଖୁଡୀଙ୍କର ମୁହଁରେ ବାଡ ବତା ନ ଥିଲା l

         ଆଜି ସେହି ଦାଦା କାନ୍ଦୁଛନ୍ତି ଭୋ ଭୋ ହୋଇ l ଖୁଡୀକୁ ଦେଖିଲେ ପଥର ବି ପାଣି

ହୋଇଯିବ l ସବୁ ସରିଯାଇଛି l ଘରେ... ବାହାରେ...... ସବୁଠି ଛିଃ ଛାକର ଶୁଣି ଶେଷରେ ରସି ଲଗେଇ ଦେଲା ପ୍ରକାଶ l ସାଇ ପଡିଶା ସମସ୍ତେ ଘେରି ଠିଆ ହୋଇଛନ୍ତି l କାହା ମୁହଁରେ କିଛି କଥା ନାହିଁ l ମୁଁ ଗୋଟିଏ କୋଣରେ ଠିଆ ହୋଇଥିଲି l ପାଖରେ ଠିଆ ହୋଇଥିଲା ମୋ ଝିଆରୀ ଲିଜା l ଛୋଟ ପିଲା l କ’ଣ ଜାଣେ ସେ ? ଧିରେ ପଚାରିଲା, ଏମାନେ ସବୁ ତା’କୁ ମରିଯା’ କହୁଥିଲେ l ଆଜି କାନ୍ଦୁଛନ୍ତି କାହିଁକି ? ଖୁସି ହେବା କଥା l ତା’କୁ ଚୁପ୍ ରହିବାକୁ ଇଶାରା ଦେଲି l ଘରକୁ ଫେରିବେ ବେଳେ ଲିଜା ପୁଣି ଦୋହରେଇଲା l ତାଙ୍କ ଜେଜେମା’ କ’ଣ କମ୍ ଗାଳି ଦେଉଥିଲେ l ଆଜି କାନ୍ଦୁଛନ୍ତି

କାହିଁକି ? ମୁଁ ତା’କୁ ବୁଝେଇବାକୁ ଚେଷ୍ଟା କଲି l

: ଆରେ ମାଆ ! ପୁଅ ଝିଅ ଯେତେ ଖରାପ ହେଲେ ବି କୌଣସି ବାପା ମାଆ ସେମାନଙ୍କ ଅମଙ୍ଗଳ ଚିନ୍ତା କରନ୍ତି ନାହିଁ l ମରିବା କାମନା କରିବା ତ ଦୂରର କଥା l ଆମେ ସବୁ ମଣିଷ l ରାଗ ସମୟରେ ମୁହଁରେ ବାଡ ବତା ନ ଥାଏ l ସେହି କଥା ତାଙ୍କ ହୃଦୟର କଥା ନ ଥିଲା l ଏ ଏମିତି ଏକ ଅଛିଣ୍ଡା ଗଣିତ, ତୁ ଛୋଟ ପିଲା ବୁଝି ପାରିବୁ ନାହିଁ l

ପ୍ରମୋଦ କୁମାର ଜେନା ©

ଅପଦାର୍ଥ ନିରାଶ ରାଗ

Rate the content


Originality
Flow
Language
Cover design

Comments

Post

Some text some message..