ପଶ୍ଚାତ୍ତାପ
ପଶ୍ଚାତ୍ତାପ
ଜଣେ ଯୁବକ ନିଜ ବୃଦ୍ଧ ପିତାଙ୍କୁ ବୃଦ୍ଧାଶ୍ରମରେ ଛାଡି ଫେରୁଥିଲେ । ହଠାତ୍ ଯୁବକର ସ୍ତ୍ରୀ ଫୋନ୍ କରି ନିଶ୍ଚିତ କଲେ ଯେ ବାପାଙ୍କୁ କୁହନ୍ତୁ ପର୍ବପର୍ବାଣିରେ ବି ଘରକୁ ଫେରିବେ ନାହିଁ ।
ସେହିଠାରେ ରହି ପର୍ବପର୍ବାଣି ପାଳନ କରିବେ ।
ଯୁବକ ବୃଦ୍ଧାଶ୍ରମକୁ ଫେରି ଦେଖିଲା ତାର ବାପା ବୃଦ୍ଧାଶ୍ରମର ମୁଖ୍ୟଙ୍କ ସହିତ ପୁର୍ଣ୍ଣ ପରିଚିତ ବ୍ୟକ୍ତି ପରି କଥା ହେଉଛନ୍ତି । ଯେପରି ସେ ତାଙ୍କୁ ବର୍ଷ ବର୍ଷ ପୁର୍ବରୁ ଜାଣିଛନ୍ତି ।
ଯୁବକ ମନରେ କିଛି ଆଶଙ୍କା ହେଲା । ସେ ବୃଦ୍ଧାଶ୍ରମ ମୁଖ୍ୟଙ୍କୁ ଏକତ୍ର ଭେଟି ପଚାରିଲେ ଆପଣ ମୋ ପିତାଙ୍କୁ ପୂର୍ବରୁ ଜାଣନ୍ତି ?
ବୃଦ୍ଧାଶ୍ରମ ମୁଖ୍ୟ କହିଲେ ତୁମ ପିତାଙ୍କୁ ମୁଁ ଦୀର୍ଘ ତିରିଶି ବର୍ଷ ପୂର୍ବରୁ ଜାଣିଛି । ପୂର୍ବେ ମୁଁ ଏକ ଅନାଥ ଆଶ୍ରମର ମୁଖ୍ୟ ଥିଲି ଓ ସେ ଆସିଥିଲେ ଏକ ଅନାଥ ଶିଶୁକୁ ନିଜ ପୁତ୍ର ସନ୍ତାନ ରୁପେ ଗ୍ରହଣ କରିବା ପାଇଁ ।
ଏତିକି ଶୁଣିବା ମାତ୍ରେ ଯୁବକ ଆଖିରୁ ପଶ୍ଚାତ୍ତାପର ଧାର ଧାର ଲୁହ ଗଡୁଥିଲା ।