Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JITURAM SAHU

Romance

3  

JITURAM SAHU

Romance

ଏକ ଅଭୂଲା ପ୍ରେମ କାହାଣୀର ସମ୍ପୂର୍

ଏକ ଅଭୂଲା ପ୍ରେମ କାହାଣୀର ସମ୍ପୂର୍

7 mins
220



   ( ଏହି ପ୍ରେମ କାହାଣୀଟି କୌଣସି ବ୍ୟକ୍ତି ଓ ଘଟଣା ସହ ସଂଯୋଗ ହେଲେ ଆକସ୍ମିକତା )

  

     ହେରାମ ନାମକ ବୋଲି କଲେଜ ଛାତ୍ରଟିଏ । ସେ ଭାରି ଶାନ୍ତ ,ସରଳ ମନୋଭାବର ପିଲା । ସେ ନିଜ କାମ ଉପରେ ହିଁ ଭରସା ରଖୁଥିଲା , ଭଲପାଠ ପଢୁଥିଲା । ଜେ. ଆର କଲେଜ , ରାମନଗର ରେ ଯୁକ୍ତ ଦୁଇ କଳା ଅଧ୍ୟୟନ କରି ତାହାର ୨୦୧୭ ରେ ପାଠ ସରିଲା । ନୂତନ ହୋଇ ତାହାର ଯୁକ୍ତ ତିନି କଳାରେ ପଢିବାର ଇଛା ଜୁଲାଇ ମାସ ୭ ତାରିଖ ଦିନ P.S କଲେଜ, ରାଧାନଗର ରେ ଆଡ୍ମିସନ ନେଲା । ହେରାମ ହନର୍ସ ରଖିଥାଏ ପାଲିଟିକାଲ ସାଇନ୍ସ। ତା' ଗାଁ ଠାରୁ ପାଠପଢିବା ପାଇଁ ୧୦ କି.ମି ସାଇକେଲରେ ଏମିତି ସବୁଦିନ ପଢିଯାଏ । ତା ପାଠ ପଢାରେ ଭାରି ମନ । ନୂତନ ସାଙ୍ଗସାଥିଙ୍କ ସହିତ ମିଶି ଭଲ ଚାଲିଥାଏ ତା' ପାଠପଢା । ( ଏଇଠୁ ଆରମ୍ଭ ହେବ ତା' ଅଭୁଲା ପ୍ରେମ କାହାଣୀର ସମ୍ପୂର୍ଣ୍ଣ ପ୍ରେମ କାହାଣୀ )


              ଯୁକ୍ତ ତିନି ପ୍ରଥମ ସେମିଷ୍ଟର ପରୀକ୍ଷା ପାଇଁ ଫୋର୍ମଫିଳଫ ଆରମ୍ଭ ହେଲା । ପରୀକ୍ଷା କେତେଦିନ ପୂର୍ବରୁ ଆଡ଼ମିଟ କାର୍ଡ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥାଏ ! ଆଡ଼ମିଟ କାର୍ଡ ନେବା ପାଇଁ ସମସ୍ତେ ଗୋଟେ ଶ୍ରେଣୀ ହଲରେ ବସିଥାନ୍ତି । ସେ(ହେରାମ) ମଧ୍ୟ ତା ସାଙ୍ଗସାଥୀ ମେଳରେ ବସିଥାଏ । ସେହି ସମୟରେ ତାହାର ନଜର ପଡିଥିଲା ସେହି( ଝାଂସି )ଝିଅ ଉପରେ , ଝାଂସି ଝିଅଟି ଦେଖିବାକୁ ବହୁତ ସୁନ୍ଦର ! ହସରେ ତାହାର ଲାଜକୁଳି ଲତା ପରି ହସ । ପ୍ରଥମ ଥର ତା ହୃଦୟରେ ଏକ ପ୍ରେମର ମହକ ଜାଗି ଉଠିଥିଲା । ତାହାକୁ ଅନାଇ ବସିଥାଏ । ହେରାମ କିଏ ବୋଲି ସାରମାନେ ତାହାର ନାମ ଦ୍ବିଥର ଡକାଯାଇଥାଏ ଆଡ଼ମିଟ କାର୍ଡ ଆଣିବା ପାଇଁ ହଠାତ୍ ଶୁଣିଲା ପରେ ଆଣିବାକୁ ଗଲା । ସେହି ଝିଅଟିର ସାଥି ମାନଙ୍କୁ ମଧ୍ୟ ହେରାମ ଜାଣିନଥାଏ ସେମାନେ କୋଉ ବିଭାଗର ଛାତ୍ରୀ । ଏମିତିରେ ଯଉଦିନଠୁ ଝାଂସି କୁ ଦେଖିଛି ସେହି ଦିନଠୁ ତା ମନ ବହୁତ ଆନନ୍ଦ ତା ଜୀବନରେ ସ୍ୱର୍ଗର ପରୀ ଆସିଯାଇଛି ଓ ସେ ବହୁତ ଆନନ୍ଦରେ ରହୁଛି ଏମିତି ତା ଭାବନା ଆସୁଥାଏ । ଯୁଆଡେ ଗଲେ ମଧ୍ୟ ତା ଚେହେରା ଦେଖା ଯାଉଥାଏ ଓ ମନେ ମନେ ଭାବୁଥାଏ ସେ ମୋ ଜୀବନ ସାଥିଟେ ହେଲେ ମୁଁ ସାରା ଜୀବନ ଖୁସିରେ ରଖିବି ।(ଏମିତି ହେରାମ ର ପାଠ ପଢା ଚାଲୁଥାଏ )

              

            ଝାଂସି କୁ ଦେଖିବା ପାଇଁ ପ୍ରତୌକ ଦିନ କଲେଜକୁ ଯାଉଥାଏ ହେରାମ । ପରୀକ୍ଷା ଦିନ ମାନଙ୍କରେ ସେହି(ଝାଂସି)ଟିକୁ ଥରୁଟିଏ ହେଲେ ଦେଖିବାକୁ ଭଲ ଲାଗୁଥାଏ । ଝାଂସି ଯୋଉ ହନର୍ସ ରେ ପଢୁଛି ସେହି ଇକୋନୋମିସ ହନର୍ସ ରେ ହେରାମ ର ମଧ୍ୟ ତା'ର ଦୁଇ ସାଙ୍ଗ(ବିଶ୍ୱ ଓ ନରେନ୍ଦ୍ର )ପଢୁଥାନ୍ତି । ତା' ଦୁଇ ସାଙ୍ଗକୁ କିଛି ମଧ୍ୟ ସେହି ଝିଅଟି ବିଷୟରେ ସେ ଭଲପାଏ ବୋଲି କହିନଥିଲା । ପରୀକ୍ଷା ସରିବା ପରେ ଝାଂସି ଆଉ କଲେଜକୁ ଆସିଲା ନାହିଁ କେଜାଣି ? ତା ସାଙ୍ଗ ଦୁହିଁଙ୍କୁ ସେହି(ଝାଂସି) ଝିଅଟି ବିଷୟରେ ପଚାରିଲା ତା' ସାଙ୍ଗମାନେ ମଧ୍ୟ ଆମେ ଜାଣିନୁ କଉଥି ପାଇଁ ସେ କ୍ଲାସ କରିବାପାଇଁ କଲେଜ ଆସୁନାହିଁ ବୋଲି କହିଲେ ! ଏମିତି କେତେଦିନ ଗଲାପରେ ଝାଂସି କଲେଜକୁ ଆସିଲା ଦେଖିଲାପରେ ନିଜକୁ ବହୁତ ଖୁସି ଅନୁଭବ କଲା । ତା' ଦୁଇସାଙ୍ଗ ବିଶ୍ୱ ଓ ନରେନ୍ଦ୍ର ଝାଂସି ସହିତ ମିଶିଲେ । ଏମିତିରେ ଦିନେ ବିଶ୍ୱ ଓ ନରେନ୍ଦ୍ରକୁ,ହେରାମ କହିଲା ମୁଁ ଝାଂସି କୁ ଭଲ ପାଉଛି ବୋଲି, ତା' ସାଙ୍ଗ ବିଶ୍ୱ ଉତ୍ତରରେ କହିଲା ଝାଂସି ବହୁତ ଭଲ ପଢେ ଆମଠୁ ଭି ବହୁତ ଭଲ ସେ ତୋ ପ୍ରେମରେ ପଡିବ ନାହିଁ । ତା'(ହେରାମ) ମନ ବହୁତ ଦୁଃଖ ଅନୁଭବ କଲା । ( ତାପରେ ହେରାମ ମନେ ମନେ ଭାବିଲା ସେ ମୋତେ ଭଲ ପାଇଲେ ନପାଉଁ ମୁଁ ତ ତାକୁ ଭଲ ପାଉଛି )


        ଏମିତି ହେରାମ କଲେଜକୁ ପଢିବା ପାଇଁ ଯାଏ ତା' ଦୁଇ ସାଙ୍ଗମାନଙ୍କ ସହିତ ମିଶି ଦିନେ ସେହି ଝିଅ (ଝାଂସି) ସହିତ ମଧ୍ୟ କଥା ହୋଇଥିଲା ,ପଦୁଟିଏ କଥା ଲାଗିବାରେ ତା' ଛାତି ଭିତରେ ଧକ୍ ଧକ୍ ବହୁତ ଜୋରରେ କମ୍ପନ ହେଲା ତା'ର ପ୍ରଥମ କଥାଟିଏ ହେବାରେ ସେ ଡରି ଯାଇଥିଲା ଏବଂ ସେଠାରୁ ସେ ଫେରି ଆସିଲା । ଯେବେ ବି ମଧ୍ୟ କାହିଁକି କେଜାଣି ଝାଂସିର ପାଖକୁ ଗଲେ ତା' ଛାତି ଭିତରେ ଧକ୍ ଧକ୍ ହୋଇ କମ୍ପନ ହୋଉଥାଏ । ଏହା ଥିଲା ତା' ଜୀବନର ପ୍ରଥମ ପ୍ରେମ । ଝାଂସି ସହିତ ମିଶିଲା ପରେ ତା' ସଂସ୍ପର୍ଶର ମଧ୍ୟରେ ରହି ପାଠଶାଠ ବିଷୟରେ ଏମିତି କଥାବାର୍ତା ହୋଇ ଦିନ ଚାଲୁଥାଏ । ଝାଂସି ସହିତ ମିଶି ସାରିଲା ପରଠାରୁ ତା' ଜୀବନରେ ଅନେକ ପରିବର୍ତ୍ତନ ହୋଇ ଆସିଥିଲା । ନିଜକୁ ସେ ବହୁତ ପରିବର୍ତ୍ତନ ହେବାର ଅନୁଭବ କରୁଥିଲା । ( ଏମିତି ପ୍ରଥମ ସେମିଷ୍ଟାର, ଦ୍ୱିତୀୟ ସେମିଷ୍ଟାର, ତୃତୀୟ ସେମିଷ୍ଟାର ଓ ଚତୁର୍ଥ ସେମିଷ୍ଟାର,ସରିଗଲା ପରେ ମଧ୍ୟ ହେରାମ କେବେହେଲେ ତା' ଭଲପାଇବା ବିଷୟରେ ଝାଂସିକୁ କହିବା ପାଇଁ ସାହସ କରିପାରୁନଥିଲା ।)


        ଦିନକର କଥା ତା' ସାଙ୍ଗ ବିଶ୍ୱ ଝାଂସି କୁ ହେରାମର ଭଲପାଇବା ବିଷୟରେ ସବୁ କହିଦେଲେ । ସେହି( ଝାଂସି ) ଝିଅଟି ବିଶ୍ୱକୁ ଭଲ ଉତ୍ତର ଦେଇ କହିଥିଲା । ସେମାନେ ଏ ପ୍ରେମରେ କ'ଣ ରଖିଛନ୍ତି , ଭଲ ସେ ପଢି ଆଗକୁ ବଢନ୍ତୁ । ଏବେ ତ ମୋର କ୍ୟାରିଅର ଅଛି, ମୁଁ ଏସବୁ ପ୍ରେମରେ ବିଶ୍ୱାସ ରଖେନି ବୋଲି କହିଦେବ ତୁମ ସାଙ୍ଗଙ୍କୁ ବୋଲି ବିଶ୍ୱଙ୍କ ଠାରୁ ଉତ୍ତର ହେରାମ ପାଖକୁ ଆସିଥିଲା । ଏହା ଶୁଣି ସାରିଲା ପରେ ହେରାମର ମନ ବହୁତ ଦୁଃଖ ହୋଇଥିଲା ( ଏହିକଥା ବିଶ୍ୱଠୁ ଶୁଣିଲା ପରେ )ସେହି ଝିଅଟି(ଝାଂସି) ସହିତ କଥା ହେବା ପାଇଁ ଚେଷ୍ଟା କଲା ହେଲେ ସେ (ଝାଂସି) ତା' ଫୋନ କଲକୁ ଗ୍ରହଣ କଲା ନାହିଁ , ଆଉ ବାର୍ତ୍ତାରେ(message) ଆସିଥିଲା ଯେ - ଆଗକୁ ଆମର ଭବିଷ୍ୟତ ଅଛି । ଆମେ ଏହି ପ୍ରେମ ଉପରେ ବିଶ୍ୱାସ ନରଖି ଆଗକୁ ବଢିବା ହେଉଛି ଆମ କର୍ତ୍ତବ୍ୟ।


        ଏମିତି ଆଉ ଝାଂସି ସହିତ ଦେଖାହେଲେ ମଧ୍ୟ ହେରାମର ମୁହଁ ତଳକୁ ହୋଇଯାଉଥିଲା ଓ ହେରାମର ତା' ସାଙ୍ଗ ଦୁହେଁ ଝାଂସି ସହିତ ବର୍ତ୍ତାଳାପ କରୁଥିବା ସମୟରେ ସେ ଜାଗା ଛାଡି ଅନ୍ୟ ସ୍ଥାନକୁ ଛାଡି ଚାଲିଯାଉଥିଲା ।

        

  ( ଆଉ ତାପରେ - ଅଧାରେ ରହିଗଲା ହେରାମର ପ୍ରେମ । ଏବେବି ମଧ୍ୟ ଝାଂସି ଉପରେ ତା'ର ଉଡାଚଢ଼େଇର ପ୍ରେମର ବସା ବାନ୍ଧି ହୋଇ ରହିଛି । ଏହାଥିଲା ସେହି ହେରାମର ଅଭୁଲା ପ୍ରେମ କାହାଣୀ । )

                     (କିଛି ମାସର ବ୍ୟବଧାନ ପରେ)

          ( ଏମିତି ଦିନକର କଥା Whatsaap ବାର୍ତ୍ତାରେ କିଛି ଭୁଲ ହୋଇଯାଇଥିଲା କିନ୍ତୁ ହେରାମ ର ତ୍ରୁଟି ନଥିଲା ଆସନ୍ତୁ ଜାଣିବା କଣ ହୋଇଥିଲା )

          

       ଜୀବନରେ କାହାକୁ ଭଲପାଇବା ଆଉ ଦୁରେଇଦେବା ତା(ହେରାମ) ପକ୍ଷେ ସମ୍ଭପର ନଥିଲା କିନ୍ତୁ ଗୋଟେ ଭୁଲ ତା ଠାରୁ ସଂପର୍କ ଭିନ୍ନ ହୋଇଗଲା(ହେରାମ ଦ୍ୱାରା ଭୁଲ ହୋଇନଥିଲା ଅନ୍ୟ କାହା ପାଇଁ ) । ସେହି ଭୁଲ କରିଥିବା ସମ୍ପର୍କଟିକୁ ସ୍ୱୀକାର କରିବା ମୋ ପାଇଁ ବାଧ୍ୟତାମୂଳକ ହୋଇଗଲା ବୋଲି ସେ(ହେରାମ) ଭାବୁଥିଲା ।

ମୁଁ ମୋର ଅହଂଭାବକୁ ନ ଦେଖି ଅନ୍ୟ କାହାକୁ ଖୁସିମିଳୁଛୁ ବା ମୋ ଦ୍ୱାରା ଅନ୍ୟ କାହାର ସମ୍ପର୍କ ଗଢି ହୋଇ ଉଠୁଛି । ସେହି ଭୁଲ ଟିକୁ ସ୍ୱୀକାର କରିନେବା ନିଃସଙ୍କୋଚରେ ତାହା ମୋ ପାଇଁ ସଠିକ ଅନୁଭବ କୁ ଆଦରିନେବା ମୋ ପାଇଁ ଉଚିତ ମନେ କଲା ।।

  ମୋ ଜୀବନରେ ସେ(ଝାଂସି) କିଛିତ ଜାଗା ସଂଚାରିତ କରିଥିଲା ଯାହା ମୋର ପ୍ରଥମ ଭାଗରେ (ଅଭୂଲା ପ୍ରେମ କାହାଣୀ)ଲେଖା ଥିଲା ଆଉ ତାପରେ - ଅଧାରେ ରହିଗଲା ହେରାମର ପ୍ରେମ | ଏବେବି ମଧ୍ୟ ଝାଂସି ଉପରେ ତା'ର ଉଡାଚଢ଼େଇର ପ୍ରେମର ବସା ବାନ୍ଧି ହୋଇ ରହିଛି ।

 

   ସେହି ଉଡାଚଢ଼େଇର ପ୍ରେମ ଆଜି ଅଧା ବାଟରେ କାହିଁ ଉଡି ଉଭେଇଗଲା ଜଣାପଡିଲା ନାହିଁ ଓ ଅନ୍ୟ ଏକ ସମ୍ପର୍କ ଡୋରୀରେ ବନ୍ଧା ହୋଇରହିଗଲା । ଏହା ବୋଧେ ସେହି ପରଦେଶୀ ଉଡା ଚଢେଇ ଭାଗ୍ୟରେ ଲେଖା ଥିଲା ।

ଯାହା କୁ ସେ ଆଜି ପର୍ଯ୍ୟନ୍ତ ଭଲପାଇଆସୁଥିଲା ଅଜାଣନତୟ ଭାବରେ.....। ଆଉ ସେ(ହେରାମ)ଏବେ ଭାବେ ଏମିତି ମୋ ଜୀବନରେ କାହିଁକି ହେଲା..... ?

              (କିଛି ମାସପରର କଥା )

   ଏମିତିରେ ଝାଂସି ସହିତ ହେରାମ କଥା ହେବା ଛାଡି ଦେଇଥିଲା ମଝି ମଝିରେ କଲେଜର ପରୀକ୍ଷାଗୁଡାକ ବିଷୟରେ ସନ୍ଦେଶ ମାଧ୍ୟମରେ ହୋଉଥିଲା ।।

     ଏମିତି କେତେଦିନ ପର୍ଯ୍ୟନ୍ତ ଝାଂସିର ବିଷୟରେ ହିଁ ତା ମନରେ ଆସୁଥାଏ ତା ପାଠ ପଢ଼ାରେ ମନ ଲାଗୁ ନଥାଏ ତା କଥା ହିଁ ସବୁବେଳେ ମନେପଡି ଯାଉଥାଏ । ତା ସାଙ୍ଗ ବିଶ୍ୱକୁ ପଚାରିଲା ଏମିତି କାହିଁକି ହେଉଛି ତା ଜୀବନରେ ଯିଏ ଭୂଲି ଗଲା ତା କଥା କାହିଁକି ମନେ ପଡୁଛି । ବିଶ୍ୱ କହିଥିଲା ଏହା ବୋଧେ ତା(ଝାଂସି) ପାଇଁ ତୁମ ଅଜସ୍ର ଭଲପାଇବା । (ତାକୁ ଭୂଲି ଯାଆରେ ମନ ସେ ଆଉ କାହାର ହୋଇଯାଇଛି ସେ ତୋତେ ତା ଜୀବନରୁ ଦୂରେଇ ଦେଇଛି )

      ଝାଂସି କୁ ସେ(ହେରାମ) ମନର କଥା ଖୋଲି କହିବା ପାଇଁ ସେ ଏକ ବାର୍ତ୍ତା ମାଧ୍ୟମରେ ତା ଜୀବନରେ ସେ(ଝାଂସି)ଆସିଲା ପରଠାରୁ ଓ ଗଲା ପରଠାରୁ ତା ଜୀବନରେ ଅନେକ ପରିବର୍ତ୍ତନ ଘଟିଛି ସେ ସବୁ whatsaap(ବାର୍ତା) ମାଧ୍ୟମରେ ପଠାଇ ଦେଇଥିଲା ।।(କଣ ଲେଖିକି ପଠାଇ ଥିଲା ଆସନ୍ତୁ ହେରାମର ବାର୍ତା ପଢିବା )

ବାର୍ତାଟି - ଧନ୍ୟବାଦ ତୁମକୁ


ପ୍ରିୟ ଝାଂସିରାଣୀ,

       ତୁମେ ମୋ ଜୀବନରେ କିଛି ତ' ଜାଗା ସଂଚାରିତ କରି ରଖିଥିଲ ମୋ ହୃଦୟରେ । ଯାହା ମୋ ଜୀବନର ଦିଗ କୁ ଏକ ନୂତନ ଭାବରେ ଗଢିଥିଲ । ମୁଁ ଜାଣେନା ତୁମର ମୋ ଭଲପାଇବା ଉପରେ ବିଶ୍ୱାସ ଥିଲା ନା ନାହିଁ କିନ୍ତୁ ମୋର ଭଲପାଇବା ତୁମ ଉପରେ ବହୁଳ ପରିମାଣରେ ରହିଥିଲା । ଆଉ ତୁମ ଭଲପାଇବା ମୋତେ ବଦଳାଇ ଦେଇଥିଲା । ତୁମେ ମୋ ଲେଖା ଗୁଡିକ ପଢ଼ ଅବା ନ ପଢ଼ ମୁଁ ଜାଣେ ନାହିଁ କିନ୍ତୁ ଏତିକି ପଢିଛ ଯେତେବେଳେ ଆଗକୁ ମଧ୍ୟ ପଢିବ ବୋଲି ମୋର ଆଶା ।

        ତୁମକୁ ପ୍ରଥମେ ଯେବେ ମୁଁ କଲେଜରେ ଦେଖିଥିଲି ସେଇଠାରୁ ହିଁ ଭଲପାଇ ବସିଥିଲି ।ଦିନ ଥିଲା ଜାନୁଆରୀ ୧୧ ତାରିଖ ୨୦୧୮ । ତୁମେ ମୋ ଜୀବନର ପ୍ରଥମ ପ୍ରେମ । ମୁଁ ତୁମକୁ ଦେଖିବା ପାଇଁ କଲେଜ କୁ ଆସୁଥିଲି । ପ୍ରଥମ ବର୍ଷର ପରୀକ୍ଷା ଚାଲୁଥାଏ ତୁମର ଆସିବା ଦେଖି ବହୁତ ଭଲ ଲାଗୁଥାଏ । ଏମିତି ତୁମ ସହ ସମ୍ପର୍କରେ ଥାଇ ମଧ୍ୟ ତୁମକୁ ମୋ ଭଲପାଇବା ବିଷୟରେ ହୃଦୟର କଥା କହିପାରି ନଥିଲି । କାହିଁକି କେଜାଣି ତୁମ କଲେଜ ନଆସିବାର ଜାଣି ତୁମ ଘର ଆଡକୁ ମୋ ସାଙ୍ଗ ସହିତ ଏମିତି ତୁମକୁ ଦେଖିବାକୁ ଯାଉଥିଲୁ ।।

      ମୋ ଭଲପାଇବା ବିଷୟରେ ହୃଦୟର କଥାକୁ ତୁମକୁ କହିବା ପରେ ତୁମେ ମୋ ଭଲପାଇବା କୁ ରୋକଠୋକ ଭାବରେ ମନା କରିଦେଇଥିଲ । ଆଉ ତାପରେ ମୁଁ ତୁମ ସଂଷ୍ପରରେ ରହିଲି ନାହିଁ ମୋତେ ବହୁତ ଡର ଲାଗିଯାଇଥିଲା କି ଆଉ ତୁମ ସହ କଥା ହବା ପାଇଁ ମଧ୍ୟ ମନ ଲାଗି ନଥିଲା । ମୋ ହୃଦୟକୁ ବହୁତ ଆଘାତ ଲାଗିଥିଲା ସେହି ଦିନ ଠାରୁ ମୁଁ ତୁମକୁ ଆଉ ଭଲପାଇବା ବିଷୟରେ କହିନୀ ଓ ସେହି ଭଲପାଇବାକୁ ତୁମେ ଦୂରେଇ ଦେଇ ଚାଲିଗଲ । ମନ ତ ବହୁତ କଷ୍ଟ ହୋଇଥିଲା । କିନ୍ତୁ

      ମୁଁ ତୁମକୁ ଧନ୍ୟବାଦ ଦେବାକୁ ଚାହେଁ କି ତୁମେ ମୋ ଜୀବନରେ ଆସିଲ , ମୋ ଜୀବନରେ ପରିବର୍ତ୍ତନ ଆଣିଲ ଓ ନୂଆ ନୂଆ ପରିଚୟ ଗୁଡିକ ଆରମ୍ଭ କରିଦେଲ । ଧନ୍ୟବାଦ ଏଇଥି ପାଇଁ କି ଯେ ମୁଁ ଚିତ୍ର ଆଙ୍କିବା ମଧ୍ୟ ଜାଣି ନଥିଲି, କାର୍ଯ୍ୟକଳାପ ଗୁଡିକ ମଧ୍ୟ ଜଣା ନ ଥିଲା କିନ୍ତୁ ମୁଁ ତୁମଠାରୁ ବହୁତ ପ୍ରେରଣା ପାଇ ଶିଖି ପାରିଥିଲି । ବହୁତ୍ ବହୁତ୍ ଧନ୍ୟବାଦ ତୁମକୁ ଏଇଥି ପାଇଁ ଯେ ତୁମେ ମୋତେ ଦୂରେଇ ଦେବାପରେ ମୋ ଜୀବନ ର ପ୍ରଥମ କବିତା ମୋ କଲମ ମୁନରୁ ଝରିଆସିଥିଲା ""ପ୍ରଥମ ପ୍ରେମ"" କବିତା ମୋ ଜୀବନର ପ୍ରଥମ କବିତା ଲେଖା । ଧୀରେ ଧୀରେ ତୁମ ଠାରୁ ଆରମ୍ଭ ହୋଇଥିବା କବିତା ଲେଖା ନୂତନ ନୂତନ କବିତା ମାଧ୍ୟମରେ ପରିଚୟ ସୃଷ୍ଟି କରିଥିଲା ଓ ସମାଜରେ ମୋତେ ଏକ ପରିଚୟ ପ୍ରଦାନ କଲା । ମୋ ଭଲପାଇବାକୁ ଦୂରେଇ ଦେଇ ଭଲ କଲ । ଏବେ ମୁଁ ଏକ ଇ-ପତ୍ରିକାର ସହ ସମ୍ପାଦକ ଅଛି । ବହୁତ ଆନନ୍ଦ ଲାଗୁଛି ଲୋକେ ଏବେ ଦୂରଦୂରାନ୍ତରୁ ନୂଆ ନୁଆ ଲୋକଙ୍କ ସହ କଥା ହୋଇ ମୋ ପରିଚୟ ମିଳୁଛି ।

      ତୁମକୁ ମୋର ଅଶେଷ ଅଶେଷ ଧନ୍ୟବାଦ । ମୋ ଜୀବନରେ ଆସି ମୋତେ ହିଁ କିଛି ଶିଖେଇ ଦେଇଗଲ । ଦୁନିଆରେ ଉଡ଼ିଜାଣି ନଥିବା ପକ୍ଷୀକୁ ଉଡେଇବା ଶିଖେଇଲ ।

        ବହୁତ୍ ବହୁତ୍ ଧନ୍ୟବାଦ - ଝାଂସିରାଣୀ,

 ତା ମନର କଥା ବା କୋହ କୁ ଏହା ଲେଖି ସାରିବା ପର ଠାରୁ ସେ ଆଉ ଭଲପାଇବା ବିଷୟରେ ଦୂରେଇ ଦେଇଛି । କିନ୍ତୁ ଗୋଟେ କଥା ଭୂଲି ପାରୀ ନାହିଁ ପରିବର୍ତ୍ତନ ।

     ଆଜି ବି ଉଡା ଚଢ଼େଇର ପ୍ରେମ ବସା ବାନ୍ଧି ହୋଇ ରହିଛି କିନ୍ତୁ ଆଶ୍ରୟ ଆଉ ତାକୁ ଦେଇପାରିବନି ।

( ପ୍ରେମ ଯେ ଏକ ଉଡା ଚଢେଇ ବସା ବାନ୍ଧେ ହୃଦୟର,

  ତୁମ ପ୍ରେମକୁ ମୋ ପ୍ରେମ କରିନେଇଥିଲା ନିଜର,

  ସମ୍ପର୍କର ଯୋଡି ଅଟକି ରହିଗଲା ଅଧାବାଟରେ,

  ତୁମ ପ୍ରେମ ମୋତେ ଗ୍ରହଣ କଲା ନୀ କରିଦେଲା ହତାଦର )

   ଏହା ଥିଲା ସେହି ହେରାମର " ଏକ ଅଭୂଲା ପ୍ରେମ କାହାଣୀର ସମ୍ପୂର୍ଣ୍ଣ ପ୍ରେମ କାହାଣୀ "

  


Rate this content
Log in

More oriya story from JITURAM SAHU

Similar oriya story from Romance