STORYMIRROR

JITURAM SAHU

Abstract Romance Inspirational

3  

JITURAM SAHU

Abstract Romance Inspirational

"ଧନ୍ୟବାଦ ତୁମକୁ "

"ଧନ୍ୟବାଦ ତୁମକୁ "

2 mins
223


    ତୁମେ ମୋ ଜୀବନରେ କିଛି ତ' ଜାଗା ସଂଚାରିତ କରି ରଖିଥିଲ ମୋ ହୃଦୟରେ । ଯାହା ମୋ ଜୀବନର ଦିଗ କୁ ଏକ ନୂତନ ଭାବରେ ଗଢିଥିଲ । ମୁଁ ଜାଣେନା ତୁମର ମୋ ଭଲପାଇବା ଉପରେ ବିଶ୍ୱାସ ଥିଲା ନା ନାହିଁ କିନ୍ତୁ ମୋର ଭଲପାଇବା ତୁମ ଉପରେ ବହୁଳ ପରିମାଣରେ ରହିଥିଲା । ଆଉ ତୁମ ଭଲପାଇବା ମୋତେ ବଦଳାଇ ଦେଇଥିଲା । ତୁମେ ମୋ ଲେଖା ଗୁଡିକ ପଢ଼ ଅବା ନ ପଢ଼ ମୁଁ ଜାଣେ ନାହିଁ କିନ୍ତୁ ଏତିକି ପଢିଛ ଯେତେବେଳେ ଆଗକୁ ମଧ୍ୟ ପଢିବ ବୋଲି ମୋର ଆଶା ।


     ତୁମକୁ ପ୍ରଥମେ ଯେବେ ମୁଁ କଲେଜରେ ଦେଖିଥିଲି ସେଇଠାରୁ ହିଁ ଭଲପାଇ ବସିଥିଲି ।ଦିନ ଥିଲା ନଭେମ୍ବର ୧୧ ତାରିଖ ୨୦୧୭ । ତୁମେ ମୋ ଜୀବନର ପ୍ରଥମ ପ୍ରେମ । ମୁଁ ତୁମକୁ ଦେଖିବା ପାଇଁ କଲେଜ କୁ ଆସୁଥିଲି । ପ୍ରଥମ ବର୍ଷର ପରୀକ୍ଷା ଚାଲୁଥାଏ ତୁମର ଆସିବା ଦେଖି ବହୁତ ଭଲ ଲାଗୁଥାଏ । ଏମିତି ତୁମ ସହ ସମ୍ପର୍କରେ ଥାଇ ମଧ୍ୟ ତୁମକୁ ମୋ ଭଲପାଇବା ବିଷୟରେ ହୃଦୟର କଥା କହିପାରି ନଥିଲି । କାହିଁକି କେଜାଣି ତୁମ କଲେଜ ନଆସିବାର ଜାଣି ତୁମ ଘର ଆଡକୁ ମୋ ସାଙ୍ଗ ସହିତ ଏମିତି ତୁମକୁ ଦେଖିବାକୁ ଯାଉଥିଲୁ ।।


    ମୋ ଭଲପାଇବା ବିଷୟରେ ହୃଦୟର କଥାକୁ ତୁମକୁ କହିବା ପରେ ତୁମେ ମୋ ଭଲପାଇବା କୁ ରୋକଠୋକ ଭାବରେ ମନା କରିଦେଇଥିଲ । ଆଉ ତାପରେ ମୁଁ ତୁମ ସଂଷ୍ପର୍ଶରେ ରହିଲି ନାହିଁ ମୋତେ ବହୁତ ଡର ଲାଗିଯାଇଥିଲା କି ଆଉ ତୁମ ସହ କଥା ହବା ପାଇଁ ମଧ୍ୟ ମନ ଲାଗି ନଥିଲା । ମୋ ହୃଦୟକୁ ବହୁତ ଆଘାତ ଲାଗିଥିଲା ସେହି ଦିନ ଠାରୁ ମୁଁ ତୁମକୁ ଆଉ ଭଲପାଇବା ବିଷୟ କହିନି ଓ ସେହି ଭଲପାଇବାକୁ ତୁମେ ଦୁରେଇ ଦେଇ ଚାଲିଗଲା । ମନ ତ ବହୁତ କଷ୍ଟ ହୋଇଥିଲା । କିନ୍ତୁ

 

    ମୁଁ ତୁମକୁ ଧନ୍ୟବାଦ ଦେବାକୁ ଚାହେଁ କି ତୁମେ ମୋ ଜୀବନରେ ଆସିଲ , ମୋ ଜୀବନରେ ପରିବର୍ତ୍ତନ ଆଣିଲ ଓ ନୂଆ ନୂଆ ପରିଚୟ ଗୁଡିକ ଆରମ୍ଭ କରିଦେଲ । ଧନ୍ୟବାଦ ଏଇଥି ପାଇଁ କି ଯେ ମୁଁ ଚିତ୍ର ଆଙ୍କିବା ମଧ୍ୟ ଜାଣି ନଥିଲି, କାର୍ଯ୍ୟକଳାପ ଗୁଡିକ ମଧ୍ୟ ଜଣା ନ ଥିଲା କିନ୍ତୁ ମୁଁ ତୁମଠାରୁ ବହୁତ ପ୍ରେରଣା ପାଇ ଶିଖି ପାରିଥିଲି । ବହୁତ ଧନ୍ୟବାଦ ତୁମକୁ ଏଇଥି ପାଇଁ ଯେ ତୁମେ ମୋତେ ଦୂରେଇ ଦେବାପରେ ମୋ ଜୀବନ ର ପ୍ରଥମ କବିତା ମୋ କଲମ ମୁନରୁ ଝରିଆସିଥିଲା ""ଅଭୂଲା ପ୍ରେମ"" କବିତା ମୋ ଜୀବନର ପ୍ରଥମ କବିତା ଲେଖା । ଧୀରେ ଧୀରେ ତୁମ ଠାରୁ ଆରମ୍ଭ ହୋଇଥିବା କବିତା ଲେଖା ନୂତନ ନୂତନ କବିତା ମାଧ୍ୟମରେ ପରିଚୟ ସୃଷ୍ଟି ସମାଜରେ ମୋତେ ଏକ ପରିଚୟ ପ୍ରଦାନ କଲା । ମୋ ଭଲପାଇବାକୁ ଦୁରେଇ ଦେଇ ଭଲ କଲ । ଏବେ ମୁଁ ଏକ ଇ-ପତ୍ରିକାର ସହ ସମ୍ପାଦକ ଅଛି । ବହୁତ ଆନନ୍ଦ ଲାଗୁଛି ଲୋକେ ଏବେ ଦୂରଦୂରାନ୍ତରୁ ନୂଆ ନୁଆ ଲୋକଙ୍କ ସହ କଥା ହୋଇ ମୋ ପରିଚୟ ମିଳୁଛି ।


    ତୁମକୁ ମୋର ଅଶେଷ ଅଶେଷ ଧନ୍ୟବାଦ । ମୋ ଜୀବନରେ ଆସି ମୋତେ ହିଁ କିଛି ଶିଖେଇ ଦେଇଗଲ । ଦୁନିଆରେ ଉଡ଼ିଜାଣି ନଥିବା ପକ୍ଷୀକୁ ଉଡେଇବା ଶିଖେଇଲ ।

     ବହୁତ୍ ବହୁତ୍ ଧନ୍ୟବାଦ - ଝାଂସିରାଣୀ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract