Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Inspirational

4.0  

Dr Jharana Satapathy

Inspirational

ସାକ୍ଷାତ ଶ୍ରବଣ କୁମାର

ସାକ୍ଷାତ ଶ୍ରବଣ କୁମାର

7 mins
304


ପିଲାଟିର ବୟସ ପାଖାପାଖି ୧୩ ବର୍ଷ ହେବ । ଧାରା ଶ୍ରାବଣର ବର୍ଷାକୁ ତିଳେ ହେଲେ ଭୃକ୍ଷେପ ନ କରି, ମାନସିକ ପୂରଣ ପାଇଁ କାଉଡିଆଙ୍କ ମେଳରେ ଖାଲି ପାଦରେ ଚାଲି ଚାଲି ଯାଉଥାଏ ତା' ବାପାମାଆଙ୍କୁ କାନ୍ଧରେ ବାହୁଙ୍ଗି କରି ଆରଡି ଗ୍ରାମରେ ଅବସ୍ଥିତ ଵାଵା ଆଖଣ୍ଡଳମଣିଙ୍କ ନିକଟରେ ଜଳାଭିଷେକ କରିଵା ପାଇଁ ।ମନରେ ଅଗାଢ ଭକ୍ତି ନିଜ ପିତା ମାତା ପ୍ରତି ।

ସେ ନିଜ ପିତାମାତାଙ୍କୁ ହିଁ ସାକ୍ଷାତ ଭଗବାନ ରୂପେ ମାନିଥାଏ । ସମସ୍ତଙ୍କ ଦୃଷ୍ଟି ସେ ପିଲାଟି ପ୍ରତି ରହିଥାଏ । ସମସ୍ତଙ୍କ ମୁହଁରୁ ଖାଲି ଗୋଟିଏ କଥା ବାହାରୁଥାଏ ମାନସିକ ପୂରଣ ପାଇଁ ପିଲାଟି କେତେ କଷ୍ଟ ସହୁଛି । ମନ ଭିତରେ ତାର କି ଆନନ୍ଦ! କେତେ ଭକ୍ତି ତା ପିତାମାତା ପ୍ରତି ସାକ୍ଷାତ୍ ଏ ଯୁଗର ଶ୍ରବଣ କୁମାର । ତା ପିତା ମାତା ପ୍ରକୃତରେ ଧନ୍ୟ ସେ ପିଲାକୁ ନିଜ କୋଳରୁ ଜନ୍ମ ଦେଇଛନ୍ତି । ସନ୍ତାନ ହେବ ତ ଠିକ୍ ଏ ପିଲା ଭଳିଆ କି ଭକ୍ତି ! ଟିକେ ବି ଥକ୍କା ଅନୁଭବ କରୁନାହିଁ ପିଲାଟି । ତୁଣ୍ଡରେ ପୁଣି ଓଁ ନମଃ ଶିବାୟ ନାମ । ପାଟିରେ ବାହାରୁଥାଏ ଅନବରତ ବେଲବୋମ ଵୋଲଵୋମ । ଭୋଲା ବାବା ପାର କରେଗା ଜଟିଆ ବାବା ପାର କରେଗା । ବୋଲବମ ବୋଲବୋମ । ଓଁ ନମଃ ଶିବାୟ ।

ରାସ୍ତା ଘାଟରେ ସବୁ କଥାବାର୍ତ୍ତା କରୁଥାନ୍ତି ସେ ରିକ୍ସାବାଲାର ମାଧବର ପୁଅ ପରା ନା ତାର ଆଶୁତୋଷ । ବହୁ କଷ୍ଟରେ ସ୍ବାମୀ ସ୍ତ୍ରୀ ଦୁହେଁ କେତେ କଷ୍ଟ ସହି ଠାକୁରଙ୍କ ନିକଟକୁ ଖାଲିପାଦରେ ଯାଇ ପ୍ରତ୍ୟେକ ବର୍ଷ ଶ୍ରାବଣ ସୋମବାରେ ଜଳାଭିଷେକ କରୁଥିଲେ । ଶେଷରେ ଠାକୁର ତାଙ୍କ ଡାକଶୁଣିଲେ ସ୍ବୟଂ ଆଶୁତୋଷ ହିଁ ତାଙ୍କ ଘରକୁ ଆଶିଗଲେ । ସେ ଆଶୁତୋଷ ଆଜି ତା ବାପା ମାଆଙ୍କ ସେବା କରୁଛି ।

ଆଶୁତୋଷର ବିଶ୍ବାସ ମନରେ ଭକ୍ତିଭାବ ରଖି ନିଜ ପିତାମାତାଙ୍କୁ ଦେବତା ତୁଲ୍ୟ ଭାବି ଗରିବ ଗୁରୁବାଙ୍କୁ ସାହାର୍ଯ୍ୟକରି ସେବା ମନୋଭାବ ଜାଗୃତ କରାଇ ନିଜ ମନରୁ କ୍ରୋଧ ହିଂସା, ଇର୍ଷା ପରିତ୍ୟାଗ କରି ଶାନ୍ତ ମନରେ ବିଭୁଙ୍କ ନିକଟେ ଶରଣାପଣ୍ଣ ହେଲେ ଠାକୁର ସମସ୍ତ ଗୁହାରି ଶୁଣନ୍ତି । ତେଣୁ ସେ ସ୍ବୟମ୍ଭୁ ଶଙ୍କରଙ୍କୁ ଖୁସି କରିବାକୁ ଜଳାଭିଷେକ କରେ । ଏଥିିପାଇଁ ସେ ଭାବେ ମନ ଭିତରେ ଶ୍ରଦ୍ଧା ଭକ୍ତି,ପ୍ରେମ,ବିଶ୍ବାସ ରହିବା ନିହାତି ଜରୁରୀ । ଶ୍ରାବଣ ମାସର ସୋମବାରରେ ଶିବଙ୍କୁ ପୂଜାର୍ଚ୍ଚନା କଲେ ତାଙ୍କ ଆର୍ଶୀବାଦ ମିଳିଥାଏ ବୋଲି ତାର ବିଶ୍ୱାସ । ସେ ଜାଣେ ଶ୍ରାବଣ ମାସର ସୋମବାର ଗୁଡିକ କାଉଁଡିଆ ମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ନିଜର ପାପ ଧୋଇବା ପାଇଁ ଅର୍ଥାତ ପୂର୍ଣ୍ଣ୍ୟ ଅର୍ଜନ କରିବାପାଇଁ ଶ୍ରଦ୍ଧାଳୁ ଓ ମାନସିକ ଧାରୀମାନେ ଏହାକୁ ଆପଣେଇ ଥାଆନ୍ତି । 

ଆଶୁତୋଷ ଛୋଟବେଳୁ ହିଁ ଶିବଭକ୍ତ । କେତେ ବାର ବ୍ରତ ଉପାସରେ ସେ ଜନ୍ମ ହୋଇଥିଲା । ତା ବାପା ମାଆଙ୍କୁ ସେ ସର୍ବଦା ଭକ୍ତିକରେ । ଶ୍ରାବଣ ସୋମବାରେ ଜନ୍ମହୋଇଥିବା ଲାଗି ତା' ନାଆଟି ତା' ବାପା ମାଆ ଆଶୁତୋଷ ରଖିଥିଲେ ।

ଆଶୁତୋଷ ଯେତେବେଳେ ଟିକେ ବଡ ହେଲା ଜାଣିବାକୁ ପାଇଲା ତା' ବାପା ଋଗୁଣା ହେବା ସର୍ତେ ଵାପାମାଆ ମିଶି କେତେ କଷ୍ଟ ସହି ତାର ମାନସିକ ପୂରଣ ପାଇଁ ଶ୍ରାବଣ ମାସର ପ୍ରତ୍ୟକ ସୋମବାରେ ବାହାରୁଛନ୍ତି କାଉଡିଆମାନଙ୍କ ସହ ଠାକୁରଙ୍କ ନିକଟରେ ଜଳାଭିଷେକ କରିବା ପାଇଁ । ରକ୍ତହିନତା ପାଇଁ ମାସକୁ ମାସ ତା ବାପାଙ୍କୁ ରକ୍ତ ଦିଆଯାଏ । ତା ବାପା ରିକ୍ସା ଚଳାଇ ଯାହା ପଇସା ଆଣନ୍ତି ସେହି ପଇସାରେ ତାଙ୍କୁ ରକ୍ତ ଚଢାଯାଏ । ମା ତାର ବାର ଦୁଆରେ ବାସନ ମାଜେ । ମୂଲ କାମ କରେ । ସବୁବେଳେ ସିମେଣ୍ଟ ବାଲି,ଇଟା ଲାଗି ଲାଗି ହାତ ପାଦ ଦୁଇଟି କଣା କଣା ହୋଇଯାଇଥାଏ ।ଏତେ କଷ୍ଟ ସର୍ତ୍ତେ ଶ୍ରାବଣ ମାସ ଆସିଲା କ୍ଷଣି ବାହାରିପଡନ୍ତି କାଉଡିଆଙ୍କ ମେଳରେ ନିଜ ପୁଅ ଆଶୁତୋଷର ମାନସିକ ପୂରଣ ପାଇଁ । 

ଦିନେ ଆଶୁତୋଷ ତା ମାଆ ପାଖକୁ ଆସି ଦିନେ ପଚାରିଲା ମାଆ ମାଆ ତୁମେ ଏତେ କଷ୍ଟସହି ଖାଲି ପାଦରେ ଖରା,ବର୍ଷା ସର୍ତ୍ତେ ପ୍ରତ୍ୟେକ ଶ୍ରାବଣ ସୋମବାରେ ଜଳାଭିଷେକ କାହିଁକି କରୁଛ !

ମାଆ ମାଆ ତୁମ ପାଦ ତଳ ଫୋଟକା ହୋଇଗଲାଣି । ଏତେ କଷ୍ଟ କାହିଁକି ପଡୁଛ? 

ଜଳାଭିଷେକ କଲେ ଠାକୁର ସବୁ ଦୁଃଖ ଦୂରକରି ଦିଅନ୍ତି ତ ବାପା କେବେ ଠାରୁ ଭଲ ହୋଇଥାନ୍ତେ!

ଠାକୁର କାହିଁକି ଦୁଃଖ ଶୁଣୁନାହାନ୍ତି!

ଠାକୁର ଯଦି ଏମିତି ଦୁଃଖ ଦୂର କରି ଦେଇଥାନ୍ତେ ସମସ୍ତେ ତ ସୁଖରେ ଥାଆନ୍ତେ" ।

ନାଇରେ ଧନ ଠାକୁରଙ୍କୁ ଏମିତି କହିବା ଠିକ୍ ନୁହଁ ଦିନେ ନା ଦିନେ ସିଏ ଆମ ଦୁଃଖ ଶୁଣିବେ!

ତୁ ମଧ୍ୟ ବହୁ କଷ୍ଟରେ ଜନ୍ମ ହୋଇଥିଲୁ ସେହି ଶ୍ରାବଣ ମାସର ସୋମବାରେ । ତୋ ପାଇଁ ମାନସିକ କରିଥିଲୁ ତୋ ବାପା ଏବଂ ମୁଁ ମିଶି ।

ପ୍ରଭୁ ଭୋଳାନାଥ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ।

ଏଥିପାଇଁ ମନରେ ଶ୍ରଦ୍ଧା ଏବଂ ଭକ୍ତି ଦରକାର । ଵହୁ ଦୂରବ୍ୟାଧି ରୋଗରୁ ରକ୍ଷା କରନ୍ତି ପ୍ରଭୁ ଭୋଳାଶଙ୍କର । ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି ତାଙ୍କ ନିକଟରେ ଜଳାଭିଷେକ କଲେ । ଶ୍ରାବଣ ମାସ ଆସିଲେ ସବୁଆଡେ ଖାଲି କାଉଡିଆ ଆଉ କାଉଡିଆ ଦେଖାଯାନ୍ତି । କାଉଡିଆଙ୍କ ଯାତ୍ରା ଏକ ଧାର୍ମିକ ଯାତ୍ରା ହୋଇଥିବାରୁ ଏହି ଯାତ୍ରା ରୁ ମଧ୍ୟ କିଛି ସିଖିବାକୁ ବି ମିଳିଥାଏ । କାଉଡିଆମାନଙ୍କ ପାଖରେ ସେହି ସମୟରେ ପ୍ରଭୁଙ୍କ କୃପାରୁ ଏମିତି କିଛି ଶକ୍ତି ଆସିଯାଏ କଷ୍ଟ କଣ ତାହା ଜଣାପଡେ ନାହିଁ ।

କଥାରେ ଅଛି ଭଗବାନଙ୍କୁ ପାଇବାକୁ ହେଲେ ତପସ୍ୟା ଓ ମାନସିକ କରିବାକୁ ପଡିଥାଏ । ଯାହାଦ୍ୱାରା ଆମ ଭକ୍ତିର ନିଷ୍ଠାରେ ପ୍ରସନ୍ନ ହୋଇ ଭଗବାନ ଆମକୁ ଆର୍ଶୀବାଦ କରିଥାନ୍ତି । ସଦାଶିବ ହେଉଛନ୍ତି ନିରାକାର ବ୍ରହ୍ମ । ତାଙ୍କର କାମନା ଓ ସଙ୍କେତରେ ସୃଷ୍ଟିର ଆରମ୍ଭ । ବ୍ରହ୍ମାଣ୍ଡର ପ୍ରାରମ୍ଭ ପୂର୍ବରୁ ଏକ ପଜ୍ୱଳିତ ଆଲୋକରୁ ଶିବଙ୍କର ଉତ୍ପତି । ତେଣୁ ଆମେ ଭଗବାନ ଏବଂ ତାଙ୍କ ଶକ୍ତି ଉପରେ ବିଶ୍ବାସ ରଖିବା ଦରକାର ।

ମହାଦେବଙ୍କୁ ଜଳାଭିଷେକ କରିବା ପୂର୍ବରୁ କୌଣସି ଏକ ନିର୍ଦ୍ଧାରିତ ସ୍ଥାନରୁ ଜଳ ସଂଗ୍ରହ କରିବାକୁ ପଡିଥାଏ । ଜଳାଭିଷେକ କରିବା ଯାଏଁ ନିଷ୍ଠାର ସହିତ ରହିବାକୁ ପଡେ । କେଉଁ ଅନାଦି କାଳରୁ ରହିଆସିଛି ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ ଠାରେ ଜଳାଭିଷେକ କରିବାର ବିଧି ପୁରାଣ ଅନୁସାରେ ଶିବ ହେଉଛନ୍ତି ଜଳପ୍ରିୟ । ତାଙ୍କୁ ଜଳ ଦାନ କରିଲେ ସେ ସନ୍ତୁଷ୍ଟ ହୋଇଥାନ୍ତି ।

ବହୁତ ଭଲ କଥା କହିଲ ମାଆ ତୁମେ ଏବଂ ବାପା ମୋ ପାଇଁ କେତେ କଷ୍ଟ ସହିଛ ଆଜିଠୁ ମୁଁ ମହାଦେବଙ୍କ ନିକଟେ ମାନସିକ କରୁଛି ଯେତେଦିନ ପର୍ଯ୍ୟନ୍ତ ବାପାଙ୍କ ଦେହ ଭଲ ହୋଇନାହିଁ ମୁଁ ପ୍ରତ୍ୟକ ଶ୍ରାବଣ ସୋମବାରେ ବାହୁଙ୍ଗୀ ରେ ତୁମ ଦୁହିଁଙ୍କୁ ଶୈବପିଠକୁ ନେଇ ଜଳାଭିଷେକ କରିବି ।

ମୁଁ ଏତିକି କରି ମୋର ସମସ୍ତ ପାପ ଧୋଇ ପୂର୍ଣ୍ଣ୍ୟ ଅର୍ଜନ କରିବାକୁ ସୁଯୋଗ ମିଳିଲେ ଜୀବନ ଧନ୍ୟ ହୋଇଯିବ ।

ତାପରଠୁ ଆଶୁତୋଷ ତା ପିତା ମାତାଙ୍କୁ ଵାହୁନ୍ଗୀରେ ବସାଇ କାନ୍ଧରେ ଭାର କରି ତୀର୍ଥଯାତ୍ରାରେ ବାହାରିଥିଲା ବିଭିନ୍ନ ଶୈବପିଠ । ନିଜେ କିଛି ନ ଖାଇ ବ୍ରତ ଉପାସ ରଖି ମାନସିକ ପୁରା କରିବା ପାଇଁ ବୋଲବମ ଯାତ୍ରାରେ ବାହାରି ପଡିଲା ।ବୋଲବମ ଧ୍ୱନି ଉଚ୍ଚାରଣ କରି ଆଶୁତୋଷ ଵାହାରିଥିଲା କାଉଡିଆମାନଙ୍କ ସହ ।

ଆଶୁତୋଷ ନିଷ୍ଠା ଏବଂ ଭକ୍ତି ସହ ଆନନ୍ଦମନରେ ନିଜ ବାପାମାଆଙ୍କର ଏଭଳି ସେବା କରିଚାଲିଲା । ବହୁତ ଗରିବ ଅନାଟନରେ ରହି ମଧ୍ୟ ଟିକେ ମନରେ ଦୁଃଖ ନ ଥିଲା ଆଶୁତୋଷର । ପିତା ମାତା ହିଁ ତାର ସବୁକିଛି ଭାବେ । କାନ୍ଧରେ ତା ବାପାମାଆକୁ ବାହୁଙ୍ଗୀ ରୂପେ ଧରି ରକ୍ତର ଲୋଳା ଫାଟି ଯାଇଥାଏ ତଥାପି ମନରେ ଟିକେ ଦୁଃଖ ନଥାଏ । ମନ ଭିତରେ ଥାଏ ତା ବାପା କେମିତି ଭଲ ହୋଇଯିବେ ।

ପିତାଙ୍କୁସେ ଧର୍ମ ଏବଂ ସ୍ବର୍ଗ ଵୋଲି ଭାବିନିଏ ନିଜେ ଆଶୁତୋଷ । ନିଜ ପିତାଙ୍କୁ ସନ୍ତୋଷ କଲେ ସମସ୍ତ ଦେବତା ପ୍ରୀତ ହୁଅନ୍ତି । ସେଭଳି ଜନନୀ ସ୍ବର୍ଗଠାରୁ ମଧ୍ୟ ଗରିୟସି ବୋଲି କୁହାଯାଏ । ତେଣୁ ସେ ଭାବେ ତା ନିଜ ପିତା ଏବଂ ମାତା ଦୁଇ ଯୁଗଳ ଦେବତାଙ୍କୁ ପୂଜାକଲେ ,ଅନ୍ୟ କୌଣସି ଦେବତାଙ୍କୁ ପୂଜା କରିବାର ଆବଶ୍ୟକତା ନଥାଏ ।

ପିତାମାତାଙ୍କ ସେବାରେ ହିଁ ନିଜକୁ ଆନନ୍ଦ ମନେ କରୁଥିଲା । ତାର ଏହି ଭାବ ଭକ୍ତି ଦେଖି ପ୍ରଭୁ ଭୋଳାଶଙ୍କରର ଦୟା ହୋଇଥିଲା ।

ଦିନେ ଏମିତି ଏକ ଶ୍ରାବଣ ସୋମବାରେ ତା ବାପାମାଆଙ୍କୁ ବାହୁଙ୍ଗୀରେ ଧରି ଖାଲି ପାଦରେ ଯିବା ସମୟରେ ପ୍ରବଳ ବର୍ଷାହେତୁ ଆଶୁତୋଷର ପାଦଟି ଖସି ଯାଇଥିଲା ଏକ ଗାଡି ସହ ତାର ଧକ୍କା ହୋଇଯାଇଥିଲା । ବାପା ମାଆ ତଳେ କଚାଡି ହୋଇ ତଳେ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ତା ବାପା ଏବଂ ମାଆଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେହି ଗାଡି ଚାଳକ ଜଣେ ସୁହୃଦୟ ବ୍ୟକ୍ତି ହୋଇଥିବା ଯୋଗୁ ସେ ତା ବାପାଙ୍କୁ ସହାୟତାରେ ହାତ ବଢାଇଥିଲେ । ସେ ସୁହୁଦୟ ଵ୍ୟକ୍ତିଙ୍କ ସହାୟତାରେ ଭଲ ଡାକ୍ତରଙ୍କୁ ଦେଖାଇ ଆଶୁତୋଷ ଦିନରାତି ତା ବାପାଙ୍କ ସେବା ଶୃଶୁଷା କରି ଭଲ ହୋଇଯାଇଥିଲେ ତା ବାପା ଏବଂ ମାଆ ।

ଆଶୁତୋଷ ଖୁସି ମନରେ ତା ମାଆ ବାପାଙ୍କ ସେବା କରି ଦୁଇଜଣଙ୍କୁ ରକ୍ତଦାନ କରି ପୁତ୍ର ଧର୍ମ ପାଳନ କରିଥିଲା । ଆଶୁତୋଷର ମନରେ ଖାଲି ଏତିକି ଭକ୍ତିଥାଏ ତାର ପ୍ରକୃତ ଇଶ୍ବର ହେଉଛନ୍ତି ତା ବାପା ଏବଂ ମାଆ । ସେମାନେ ହିଁ ଚଳନ୍ତି ଠାକୁର । ସେମାନଙ୍କୁ ସନ୍ତୋଷ କଲେ ପ୍ରଭୁ ଶିବ ସନ୍ତୋଷ ହୁଅନ୍ତି ।

ସେଦିନ ଠାରୁ ଆଶୁତୋଷର ଶିବଙ୍କ ପ୍ରତି ଭକ୍ତିଭାବ ଆହୁରି ଜାଗ୍ରତ ହୋଇ ଯାଇଥିଲା । ସେ ପ୍ରତ୍ୟେକ ଶ୍ରାବଣମାସ ସୋମବାରରେ ବାହାରି ପଡୁଥିଲା କାଉଡିଙ୍କ ମେଳରେ । ସାକ୍ଷାତ ଶ୍ରବଣ କୁମାରର ଉଦାହରଣ ପାଲଟି ଯାଇଥିଲା ସମସ୍ତଙ୍କ ଆଖିରେ । 

ଆଶୁତୋଷ ମନ ଦୃଢକରି ଖରା, ବର୍ଷା ଶୀତକୁ ଖାତିର ନକରି ତା ବାପା ମାଆଙ୍କୁ ବିଭିନ୍ନ ଜ୍ୟୋତିଲିଙ୍ଗମାନ ଦର୍ଶନ କରାଇଥିଲା । କ୍ଷତାକ୍ତ ପାଦରେ କେତେ ନଦୀ,ହ୍ରଦ,ଘଞ୍ଚ ଜଙ୍ଗଲ ପାର ହୋଇ ମଧ୍ୟ ଥକି ପଡିନି ସେ କେବେ ।ପ୍ରଚଣ୍ଡ ବର୍ଷା ସହିତ, ଝଡ ବତାସ, ଓ ବିଜୁଳିକୁ ନଡରି ତା କର୍ତ୍ତବ୍ୟ ଠିକ୍ ରୂପେ ପାଳନ କରିଛି ସେ ନିଜେ । ଦିର୍ଘଦିନ ଧରି ବାଉଁଶଧରି ଚାଲିବାଲାଗି ହାତର ପାପୁଲି ଦିଟା ଟାଣ ହୋଇଯାଇଥାଏ ଆଶୁତୋଷର ।ହାତରେ ବିଣ୍ଡି ବସି ଯାଇଥାଏ ଭାର ବୋହି ବୋହି ।


***


ଦିନେ ତୀର୍ଥଭ୍ରମଣ କରିବା ସମୟରେ ଘୋର ବର୍ଷାମାଡ ସହ୍ୟ ନକରି ପାରି ଆଶୁତୋଷ ତା ବାପା ମାଙ୍କୁ ଏକ କୁଡିଆରେ ରଖି ନିଜେ ଏକ ବୃକ୍ଷରେ ଆଶ୍ରୟ ନେଇଥାଏ । ଶୀତରେ ତା ଦେହ କମ୍ପୁଥାଏ । ଦେହରେ ସୀମିତ ଛିନ୍ନବସ୍ତ୍ର ସମୁଦାୟ ଶରୀରକୁ ଆଛାଦନ କରି ପାରୁନଥାଏ । ପିତାମାତାଙ୍କ ଚରଣରେ ହିଁ ତା ମନଟି ଥାଏ । ସେ ସେହି ଶମ୍ଭୁ ନିଳକଣ୍ଠକୁ ହି ସ୍ମରଣା କରୁଥାଏ ।

----- ଆଶୁତୋଷ ଡାକିଲା ସେହି ଭୋଳାଶଙ୍କରଙ୍କୁ । "ହେ ନାଥ । ମୁଁ ହାରିଗଲି । ସାହାରା ଦିଅ ମୋ ବାପା ଏବଂ ମାଆଙ୍କୁ । ହେ ସୃଷ୍ଟି କର୍ତ୍ତା, ହେ ରକ୍ଷା କର୍ତ୍ତା ମୁଁ ଏବେ କିଂ କର୍ତ୍ତବ୍ୟ ବିମୁଢ । ମୁଁ ବୁଦ୍ଧି ଶୂନ୍ୟ ଏବଂ ସମସ୍ତ ପଥ ଅନ୍ଧକାର । ମୁଁ କିଛି କରି ପାରିଲି ନାହିଁ ବାପାମାଆ ପ୍ରତି । ଧିକ ମୋର ସନ୍ତାନ ପଣ !"

ଏହି ସମୟରେ ସ୍ବୟଂ ଶିବ ତା ଆକୁଳ ନିବେଦନ ସହ୍ୟ ନ କରିପାରି ନିଜେ ଜଣେ ବାବାଜୀ ରୂପରେ ଆସି ଦେଖା ଦେଇଥିଲେ । ହାଲିଆ ହୋଇ ଅଚେତ ଅବସ୍ଥାରେ ପଡି ରହିଥିଲା ଆଶୁତୋଷ । ସ୍ବୟଂ ଶିବ ବାବାଜୀ ବେଶରେ ଆସି ତାକୁ ଧିରେ ଧିରେ ଉଠାଇ ଚେତା କରାଇ ଥିଲେ । ଶମ୍ଭୁଙ୍କ ସେହି ସ୍ପର୍ଶରେ ଆଶୁତୋଷର ଶରୀର ରୋମାଞ୍ଚିତ ହୋଇ ଉଠିଲା । ତାକୁ ନାନା ପ୍ରଶ୍ନମାନ ପଚାରିଥିଲେ । ପିତାମାତା ତୁମର ଧନ୍ୟ ଏଭଳି ତୁମପରି ପୁତ୍ର ପାଇଛନ୍ତି । ତୁମ ଭକ୍ତିଭାବର ପରାକାଷ୍ଠା ନାହିଁ ।ତଥାପି ଆଶୁତୋଷର ପାଟିରୁ ବାହାରୁଥାଏ କିଛି କରିପାରିଲି ନାହିଁ ବାପାମାଆ ପ୍ରତି । ମୋ ପାଇଁ ମୋ ବାପା ମାଆ ଆଜି କେତେ କଷ୍ଟ ପାଇଲେ । ଶୈବଲୋକର ପ୍ରାପ୍ତିପାଇଁ ଅଶୀର୍ବାଦ ଦେଇ ଚାଲିଯାଇଥିଲେ ସେହି ବାବାଜୀ ।

ସତରେ ପିତାମାତାଙ୍କ ପ୍ରତି ଭକ୍ତିଭାବ ରଖି ଏମିତି ସେବା କରି କରି ସେହି ଧାରା ଶ୍ରାବଣରେ ହିଁ ଆଶୁତୋଷର ଶୈବଲୋକ ପ୍ରାପ୍ତି ହୋଇଥିଲା ।


***


ପ୍ରକୃତରେ ସାକ୍ଷାତ ଶ୍ରବଣ କୁମାର ପରି ପୁତ୍ର ମିଳିବା ଭାରି କଷ୍ଟକର । ଏଥିପାଇଁ ମନର ପବିତ୍ରତା,ନିଜର କର୍ତ୍ତବ୍ୟ ପରାୟଣତା ଓ ମାନବିକତା, ପିତାମାତା ପ୍ରତି ଭକ୍ତି, ଧ୍ୟର୍ଯ୍ୟ, ସହନଶୀଳତା ରହିବା ନିହାତି ଜରୁରୀ ଅଟେ । ନିଜ କର୍ତ୍ତବ୍ୟନିଷ୍ଠା ଭକ୍ତିଭାବ, ଲାଗି ତା ବାପା ମାଆଙ୍କ ହୃଦୟରେ ଆଶୁତୋଷ ସ୍ଥାନ ନେଇ ପାରିଛି ।

ଏଠି ଏକ ପୁତ୍ରର ପିତାମାତା ପ୍ରତି ସମର୍ପଣ ଭାବ ଏବଂ ଅତୁଟ ବିଶ୍ବାସ ଭାବ ରହିଥିଲା, ଯାହାକି ସେ ମୃତ୍ୟୁକୁ ଆଦରି ନେଇଥିଲା । ପିଲାଟିର ଆତ୍ମ ବଳିଦାନ ପରି ଯେଉଁ ଶ୍ରେଷ୍ଠତା ଦର୍ଶାଯାଇଛି ତାହା ବାସ୍ତବରେ ପିତୃମାତୃ ପ୍ରତି ଭକ୍ତି ପ୍ରଣ୍ୟମ ଅଟେ ।

ଆଶୁତୋଷ ମୃତ୍ୟୁବେଳକୁ ଗୋଟିଏ କଥା ଦୋହରୁଥାଏ ହେ ପ୍ରଭୁ କ୍ଷମା କରିବ ମତେ ମୁଁ କିଛି କରିପାରିଲି ମୋ ପିତା ମାତା ପ୍ରତି । ଧିକ ମୋ ମଣିଷପଣିଆ! ମୋତେ କ୍ଷମା କରି ଦେବ । ମୁଁ ସତରେ କ୍ଷମାର ଅଧିକାରୀ । ଏତେ ଦାୟିତ୍ବ କର୍ତ୍ତବ୍ୟକରି ପାଟିରୁ ଥରେ ହେଲେ ବାହାରିନି କିଛି କରିଛି ବୋଲି । ସବୁବେଳେ ଖାଲି ମନରେ ରହିଥିଲା ତା'ର ପଶ୍ଚାତାପ । ବିରକ୍ତିଭାବ ମୁହଁରୁ କେବେହେଲେ ଥରେ ଆସିନାହିଁ । ସତରେ ଏହି ପିଲାଠୁ ସମସ୍ତେ ଶିଖିବା କଥା ।


Rate this content
Log in

Similar oriya story from Inspirational