Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Inspirational

3  

Kamal Kumar Dash

Inspirational

ଗାଁ ଘର

ଗାଁ ଘର

2 mins
7.2K


ରାମ ବାବୁ ପୁଅ ବୋହୂକୁ ନେଇ ଗାଁକୁ ଆସିଥିଲେ ଅନେକ ଦିନ ପରେ , ନିଜ ଗାଁ ଘର ଦେଖାଇବା ପାଇଁ |

କାରରୁ ଓହ୍ଲାଇ ବଡ଼ କକେଇ ଖୁଡୀ ମାନଙ୍କ ପାଦ ଛୁଇଁଲେ ଓ ପିଲା ମାନଙ୍କୁ ବଡ଼ ମାନଙ୍କ ପାଦ ଛୁଇଁବାକୁ କହିଲେ |

ସବୁ ଘର ଖୋଲି ରାମ ବାବୁ ବୁଝାଉଥିଲେ ସେ ଘର ବିଷୟରେ | ତାଙ୍କ ମନରେ ଥିବା ସ୍ନେହ ଶ୍ରଦ୍ଧା ଓ ଆତ୍ମୀୟତା ତାଙ୍କ କଥା ଓଠ ଓ ଆଖିରୁ ଝରି ପଡୁଥିଲା କେବେ ଖୁସି ହୋଇ ତ କେବେ ଲୁହର ଧାର ହୋଇ | ମୁଁ ଏଇଠି ପାଠ ପଢି ଚାକିରୀ ପାଇଛି | ନିଜ ପଢା ଘରକୁ ସମସ୍ତଙ୍କୁ ନେଇଗଲେ ସେଠି ଥିବା ତାଙ୍କ ପୁରୁଣା ରେଡ଼ିଓକୁ ଦେଖାଇ କହିଲେ 1983 କ୍ରିକେଟ ବିଶ୍ୱକପ ମୁଁ ଏଇ ରେଡିଓରେ ଶୁଣୁଥିଲି | ଭାରତ କ୍ରିକେଟ ବିଶ୍ୱକପ ଜିତିଲା ପରେ ଆମେ ବହୁତ ନାଚିଥିଲୁ ଓ ବାଣ ଫୁଟାଇଥିଲୁ | କାଠ ଆଲମାରୀରୁ କାଢି ପୁରୁଣା ଫଟୋ ଓ ଗୀତ ଖାତା ଦେଖାଇଲେ | ତଳ ଥାକରେ ଥିବା ବାକ୍ସ ଉପରେ ନଜର ପଡିଲା ଆରେ ଏଇଟା ମୋର ଅତି ପ୍ରିୟ ଥିଲା , ତା ଭିତରେ ବାଟି ,ଲଟୁ ,ଲୁଡୁ ,ଚେସ, ଛୋଟ ଟର୍ଚ୍ଚ ,ଗ୍ରୀଟିଙ୍ଗସ କାର୍ଡ ,ଚିଠି ଆହୁରି କେତେ କଣ ପଡିଥିଲା | ବାପା ଓ ମା’ଙ୍କର ଫଟୋକୁ ଦେଖି ସେ କାନ୍ଦି ପକାଇଲେ ଓ ପ୍ରଣାମ କଲେ | ଠାକୁର ଘରକୁ ଯାଇ ମୁଣ୍ଡିଆ ମାରିଲେ |

ସେ କହିଲେ ପ୍ରାୟ ଚାଳିଶ ବର୍ଷ ତଳେ ତୋ ବୋଉକୁ ବାହା ହୋଇ ମୁଁ ଏଇ ଘରକୁ ନେଇ ଆସିଥିଲି | ମାସ ଦିଟା ରହି ଆମେ ବାହାରି ଯାଇ ଥିଲୁ ଏଠୁ ,ତା ପରେ କେବେ ବେଶୀ ଦିନ ପାଇଁ ରହିନୁ ଏଠି | ଖାଲି ଆସିଛୁ ଆଉ ଯାଇଛୁ ଅଳ୍ପ ଦିନ ରହି |

ଗାଁ ଠାକୁରାଣୀଙ୍କ ମନ୍ଦିରରେ ମାଛ ଖେଚୁଡ଼ି ଭୋଗ ହେଲା ଏ ଭୋଗ ଖାଇ ବାହାରିଲା ବେଳକୁ 3ଟା ବାଜିଲାଣି | ଫୁଣି ସମସ୍ତଙ୍କୁ ପ୍ରଣାମ କରି ଗାଡ଼ିରେ ବସିଲେ ସବୁ |ଗାଁରୁ ଫେରିଲା ବେଳେ ରାମ ବାବୁଙ୍କ ଶ୍ରୀମତୀ ପିଲା ମାନଙ୍କୁ କହିଲେ ଏଇ ଖଣ୍ଡିଆ ଗାଁ ଘର ପାଇଁ ତୋ ବାପାଙ୍କର ମୋର ବହୁତ ଥର କଳି ଲାଗିଛି , ସାନ ଭାଇ ସେ ପୁରୁଣା ଘର ବଦଳରେ ଗୋଟେ ବଡ଼ ଜାଗା ନେଇଛି , ହେଲେ ତୋ ବାପାଙ୍କର କିଛି ଚିନ୍ତା ନାହିଁ |କଣ ମିଳେ ସେ ପୁରୁଣା ଖଣ୍ଡିଆ ଘରୁ କେଜାଣି ? ସେ ଜାଣିଛନ୍ତି | ଶ୍ରୀମତୀଙ୍କ କଥା ଶୁଣି ,ରାମ ବାବୁଙ୍କ ଆଖିରେ ଲୁହ ଆସିଯାଇଥିଲା , ସେ ଖାଲି ଏତିକି କହିଲେ , ମୁଁ ହେଲି ଗାଁ ଲୋକ ,ଗଛ ପତ୍ର , ପାଣି ପଵନ ଓ ପ୍ରକୃତି ସାଙ୍ଗରେ ମିଶି ରହିବା ଲୋକ ତୁମ ସହରର ପରା ଭାଡ଼ି କୋଠରୀ ଓ କୁତ୍ରିମ ପାର୍କ ମତେ ଭଲ ଲାଗେନା | ସେବା ନିବୃତି ପରେ ମୁଁ ଏଇଥିକୁ ଫେରିବି , କିଏ ଆସୁ ନଆସୁ |


Rate this content
Log in

Similar oriya story from Inspirational