Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational

2  

Akshayakumar Dash

Inspirational

ପଣ୍ଡାଙ୍କ ପ୍ରବଚନ

ପଣ୍ଡାଙ୍କ ପ୍ରବଚନ

2 mins
519


ବେଳ ବେଳ କିଛିକଥା ମନଛୁଏଁ ।ନିଜ ଭାବକୁ ପ୍ରକାଶ କରିଦିଏ ବନ୍ଧୁଙ୍କ ପାଖରେ । ବନ୍ଧୁ ମାନେ ନିଜନିଜ ମତ ଦିଅନ୍ତି । ମତ ନିଜ ସପକ୍ଷରେ ହେଉ ବା ବିପକ୍ଷରେ ହେଉ ବିଚାର କରେ । ସପକ୍ଷରେ ମତଦେଇଥିଲେ ବି ଗ୍ରହଣ କରିବାକୁ ବିବେକର ବିଚାରକୁ ଗୁରୁତ୍ୱ ଦେବାକୁ ପଡେ ।

ପ୍ରାତ ଭ୍ରମଣରେ ବନ୍ଧୁ ଦେଖାହେଲେ । ଶୁଭସକାଳ କହି ପ୍ରେରଣା ଦେଲେ ।ଏବେ ଆରମ୍ଭ କଲୁ ସାଙ୍ଗ ହୋଇ ଚାଲିବା କାମ । ପଚାରିଲି କାଲି କୁଆଡେ ଯାଇଥିଲେ? ବନ୍ଧୁ ଜଣକ ମତେ କହିଲେ,ତୁମେ କାହିଁକି ଆସିନଥିଲ? ପ୍ରକୃତ କଥା ଯାହା ତାହା ହେଲା ,ସାହିତ୍ୟ ସମାଜ ତାର ପ୍ରଚାର ପ୍ରସାର ପାଇଁ ପୂଜାବିଶେଷଙ୍ଗ ପତ୍ରିକାକୁ ଉନ୍ମୋଚନ କରିବାର ପର୍ବ । ଭଲକଥା। ମୁଁ ଅଭିମାନରେ କହିଲି ,କବି ଲେଖକ ସାହିତ୍ୟିକ ସିନା ଯିବେ । ବନ୍ଧୁ ଜଣକ ନିସଙ୍କୋଚରେ କହିଲେ "ମୁଁ ତ ଲେଖକ ନୁହେଁ ପୁଣି ତ ଯାଇଥିଲି । ନିମନ୍ତ୍ରଣ ଥିଲେ ଗଲେ କ୍ଷତି କଣ?

ବନ୍ଧୁ ଜଣକୁଁ ଠିକ କଥା ବୋଲି କହିଲି ।ବନ୍ଧୁ ପୁଣି ପଚାରିଲେ ,"ତୁମେ କଣ ନିମନ୍ତ୍ରଣ ପାଇନ?" ନିରବ ରହିଲା ପରେ ପୁଣି ପଚାରିଲେ । କହିଲି ,"ଶ୍ରଦ୍ଧା ଥିଲେ ବାଧା ଲାଗେନି ।" ବନ୍ଧୁ ପୁଣି କହିଲେ ଶ୍ରଦ୍ଧା ତ ସବୁରି । ଅବଶ୍ୟ ପଦେ କଥା ମୋର ବିବେକ ଦଂଶନ କଲା । କିନ୍ତୁ ଅତୀତର ଯାତନା ଓ ଭବିଷ୍ୟତ ଭାବନାକୁ ସାଉଁଟି ଜୀବନ । ଅତିମାନସ ସ୍ତର କୁଆମକୁ ଯିବାକୁ ସମୟ ବାକିଅଛି ବୋଲି ବନ୍ଧୁଙ୍କୁ କହିଲି ପ୍ରସଙ୍ଗ ଛାଡି ସେଦିନ ବିଦାୟ ନେଲି ।


ସାହିତ୍ୟ ସହିତ ଜଡିତ ବ୍ୟକ୍ତି କବି,ଲେଖକ,ପ୍ରକାଶକ,ପାଠକ ମଧ୍ୟ । ଭାଷା ଆମକୁ ଭାବକୁ ବ୍ୟକ୍ତ କରିବା ସହିତ ସମ୍ପର୍କ ସ୍ଥାପନ କରେ । ଜଣେ ବ୍ୟକ୍ତିର ଶ୍ରଦ୍ଧା ତାର ଭାଷାରୁ ଧରାପଡ଼େ । ତେଣୁ ସାହିତ୍ୟ ଶ୍ରଦ୍ଧାର ସାଗର କେତେ ଉପଭାଷା ନଦୀପରି ସାଗରରେ ମିଶନ୍ତି । ମହାମିଳନରେ ଲୀନ ହେବ ଜୀବନର ଲକ୍ଷ୍ୟ।


ସାହିତ୍ୟକୁ ଜାବୁଡି କେତେକ ପ୍ରତିଷ୍ଠାଲୋଭି ନିଜର ଫାଇଦା ହାସଲ କରନ୍ତି ।ସଭାସମିତିରେ ମୃଦ୍ଧନ୍ୟ ଆସନରେ ବସି ପ୍ରବଚନ ଦିଅନ୍ତି । ନିଜ ଭିତରେ ଥିବା ଆଗଭିର ସ୍ଥାନକୁ ଲୁଚେଇବାକୁଯାଇ ଡ଼ାକବାଜି ଧରି ପ୍ରଘଳ୍ପ ଭାଷଣ ଘଣ୍ଟା ଧରି ଦିଅନ୍ତି । ସଭା ନୀଚରେ ବସିଥିବା ଦର୍ଶକ ବା ସ୍ରୋତା ମାନଙ୍କ ଭାବନାକୁ ଗୁରୁତ୍ୱନଦେଇ କେତେକ ତେଲମର୍ଦନକାରୀ ଙ୍କ ସହାୟତାରେ ତୁହାକୁ ତୁହା କରତାଲି ପଣ୍ଡାମାନଙ୍କୁ ଉତ୍ସାହିତକରେ । ଧନ୍ୟରେ ପଣ୍ଡିତେ ସାହିତ୍ୟ ନାମରେ ଗୋଷ୍ଟି ଗଢି ସୁନାମ ଅର୍ଜନକରିବାର ତୁମପାଇଁ ଉତ୍ତମ ମାର୍ଗ । ବର୍ଷକୁ ଥରେ ଅଧେ ପର୍ତ୍ରିକାଟିକୁ ପ୍ରକାଶକରି ନିଜକୁ କୃତାର୍ଥ ମଣୁଛ । ଛନ୍ଦ କପଟର ଛଳନାର ମଞ୍ଜିପୋତି ବଗିଚାର ମାଳି କହି କପଟ ଅଭିନୟ କରିଚାଲିଛ । ତୁମ ସୃଜନକୁ ପାଠକ ପଢିବାକୁ କାହିଁକିବା ସମୟ ଦେଇ ପଢିବେ? ଆମ ମାତୃଭାଷାର ସାହିତ୍ୟ ସାମନ୍ତବାଦ ଆଡକୁ ଗତିକରୁଛି ।ପାଠକ ମନକୁ ଜିଣିବାର ଖୋରାକ କାହିଁ ?


ବନ୍ଧୁ ଜଣକ ସହିତ ପୁଣି ସାକ୍ଷାତ ହେଲା ।

ପୁଣି ସେ ଦୋହରାଇ କାହାଣୀ ସାହିତ୍ୟ ସଭାରେ ଯୋଗଦେଇଥିବା କାହାଣୀ ବଖାଣିଲେ । ନିରୁକ୍ତ ଭାଷଣ ଦେଇଥିବା ପଣ୍ଡା ମାନଙ୍କ ଉପରେ ତିକ୍ତ ହୋଇ ନିଜତରଫରୁ ମତେ ବ୍ୟକ୍ତ କରିଚାଲିଲେ। ଶୁଣିଲା ପରେ ବନ୍ଧୁଙ୍କୁ ପଦେ ---।


ଏହି କେତେକ ମୁଷ୍ଟିମେୟ ସାହିତ୍ୟକୁ ନେଇ ବ୍ୟବସାୟ କରୁଥିବା ସାହିତ୍ୟିକ ବନ୍ଧୁଙ୍କ ପାଇଁ ଆମ ମାତୃଭାଷାର ଉର୍ଣ୍ଣତି ନହୋଇ ବରଂ ଅବମାନନା ହେଉଛି ,ଏଥିପାଇଁ ନିଜକୁ ସତର୍କ ରହିବା ଭଲ ।



Rate this content
Log in

Similar oriya story from Inspirational