Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swain

Romance Action Classics

4.7  

Sonali Swain

Romance Action Classics

ଇର୍ଷା

ଇର୍ଷା

4 mins
219


ବାମପାଖ ଛାତି ପକେଟରେ, ଗୋଲାପ ଫୁଲ ଖୋସି ନିଜ ପ୍ରେମିକାକୁ ଜହ୍ନଠୁ ବି ସୁନ୍ଦର କହି ବୋଲାଉ ଥିବା ସେ ରସିକ ପ୍ରେମିକ ମାନେ ମୋତେ କାଇଁ ପକ୍କା ଡହରା ବୋଲି ଲାଗନ୍ତି..। ମୋତେ ଲାଗେ ସବୁ ଝିଅମାନେ ନିଜେ ନିଜ ଜାଗାରେ ଆଉ ନିଜ ପ୍ରେମିକ ଆଖିରେ ଖୁବ ସୁନ୍ଦରୀ। ସୁନ୍ଦରୀ ପ୍ରେମିକାମାନଙ୍କୁ ଜୀବନ ନଥିବା ଜହ୍ନ ସହ ତୁଳନା କରିବା କ'ଣ ଦରକାର ଯେ..କାଇଁ ମୋତେ ତ କେବେ ଦିଶେନି, ସେ ଗୋଲ ଜହ୍ନ ର କେଉଁଠି ଥାଏ ଆଖି, ଓଠ, ମୁହଁ.. ଆବଶ୍ୟକ ବେଳେ କିମ୍ବା ପରିସ୍ଥିତି ରେ ପଡି ମିଛ କହିବା ଠିକ କିନ୍ତୁ ପ୍ରେମିକା ମୁହଁ ରୁ ଲଭ୍ ଇଉ ଟିକେ ଶୁଣିବା ପାଇଁ, ମିଛ କହି ପ୍ରେମିକା ମୁହଁକୁ ଜହ୍ନ ସହ ତୁଳନା କରିବା କେତେଦୂର ଠିକ ଯେ?? 


ପ୍ରତୀକ ମୁହଁରୁ କେବେ ସ୍ମିତ ଏଇ ବାହାପିଆ କଥା ଶୁଣିନି ସତ, କିନ୍ତୁ ପ୍ରତୀକ ଏତିକି କହିଛି ଯେ ସେ ସ୍ମିତା କୁ ଭଲ ପାଏ ଆଉ ଖୁବ ଇର୍ଷା କରେ.. ଆଜି ନୁହେଁ ଦୀର୍ଘ ୭ ବର୍ଷ ର ସମ୍ପର୍କ ଦୁହିଁଙ୍କର.. ସ୍ମିତା କେବେ ଭଲ ପାଇବା ର କମ୍ କରିନି ପ୍ରତୀକ ପାଇଁ। ପ୍ରତୀକ ମାନିନିଏ ଏସବୁ ଆଉ ସ୍ବୀକାର ବି କରେ ଆଉ ସ୍ମିତକୁ କୁହେ "ମୁଁ ତୁମ ସୁନ୍ଦରତା କୁ ନୁହେଁ ତୁମ ହୃଦୟକୁ ପ୍ରେମ କରେ ଆଉ ସମ୍ମାନ ଦିଏ, କାଇଁ ନା ଏଇ ଦୁନିଆରେ ମୋ ମା ପରେ ତମେ ଦ୍ୱିତୀୟ ମଣିଷ ଯିଏ ବିନା ସ୍ୱାର୍ଥରେ ମୋର ଯତ୍ନନିଏ, ମୋ ଟିକ ନିକି ଖବର ରଖେ, ମୋ ସାମାନ୍ୟ ଭୁଲରେ ପ୍ରତିକ୍ରିୟା ରଖେ, ଗାଳି କରେ ଆଉ ରାଗିପାରେ ବି, କିନ୍ତୁ ମୁଁ ବି ଇର୍ଷା କରେ ତୁମ ଉପରେ "।


ସ୍ମିତା ଆଶ୍ଚର୍ଯ୍ୟ ହୁଏ.....ହେବା ମଧ୍ୟ ସ୍ୱାଭାବିକ, ଯୋଉ ମଣିଷ ନିଜ ପ୍ରେମିକା କୁ ମା ସହ ତୁଳନା କରି ପାରେ, ସେ ପୁଣି ନିଜ ପ୍ରେମିକା ଉପରେ ଇର୍ଷା କରେ କେମିତି?? କୋଉ ପ୍ରେମିକ କ'ଣ ନିଜ ପ୍ରେମିକା ଉପରେ ଇର୍ଷା କରି ପାରେ କି?? ଅଛନ୍ତି କି ଦୁନିଆରେ ଏମିତି ପ୍ରେମୀଯୁଗଳ ?? 


ସ୍ମିତା ଆଶ୍ଚର୍ଯ୍ୟରେ ପଚାରେ, ପ୍ରତୀକ ତୁମର ମୋ ଉପରେ ଇର୍ଷା ର କାରଣ ଟା କଣ?? 

ତୁମେ ବୋଧେ ଦୁନିଆର ପ୍ରଥମ ମଣିଷ ଯିଏ ନିଜ ପ୍ରେମିକା କୁ ଇର୍ଷା କରେ, ଝିଅ ମାନେ ଝିଅ ଙ୍କୁ ଇର୍ଷା କରିବା ଶୁଣିଛି, ପୁଅ ମାନେ ପୁଅ କୁ, ନହେଲେ କୋଉ ପୁଅ ଝିଅ କୁ, କିନ୍ତୁ କୋଉ ପ୍ରେମିକ ତା ନିଜ ପ୍ରେମିକା କୁ ଇର୍ଷା କରିବା ତୁମ ପାଖରୁ ପ୍ରଥମଥର ଶୁଣୁଛି ରେ....


ପ୍ରତୀକ ହସି ଦିଏ, ଆଉ କୁହେ ,ମୁଁ ଖୁବ୍ ଇର୍ଷା କରେ ତୁମ ଆଖିର ସେ ତତଲା ଲୁହମାନଙ୍କ ଉପରେ...ଯିଏ ସ୍ଥାନ, କାଳ, ପାତ୍ର କିଛି ବି ନ ଦେଖି ଯେତେବେଳେ ଇଚ୍ଛା ନିଗିଡି ଯାଏ ତୁମ ଆଖିରୁ । ଇର୍ଷା କରେ, ଖୁବ୍ ଇର୍ଷା କରେ ତୁମ ଆଖିର ସେ ତତଲା ଲୁହ ମାନଙ୍କ ଉପରେ, ତୁମ ଆଖିର କଜ୍ଜଳ ଯେତିକି ମୋତେ ବିଚଳିତ ନକରେ, ସେତିକି ଅଣନିଶ୍ୱାସୀ କରେ ତୁମ ଆଖିର ଢଳ ଢଳ ଲୁହ ସବୁ...... ।


ବର୍ଷକ ଭିତରେ, ଚାକିରୀ ଖୋଜିବା ନିଶାରେ, ପାଦରେ ଚାଲି ଚାଲି ପାରାଗନର ୩ ହଳ ଚପଲ ଘୋରି ହୋଇଯାଏ । ବାପା ବର୍ଷ ଶେଷରେ ଅପଦାର୍ଥ, ଅଯୋଗ୍ୟ କହି ଖାଇବା ପାଖରୁ ଉଠି ଚାଲିଯାନ୍ତି । ବୋଉ ଠାକୁରଙ୍କ ପାଖେ ନଡ଼ିଆ ଯାଚି, ନିରୀହ ଆଖିରେ ପଚାରେ ଆଉ କେତେ ଦିନରେ ପୁଅ? ଛାତି ଭିତର କୋରି ହୋଇ ଉଠେ, ଲୁହସବୁ ଠୁଳ ହୋଇ ଆଖି କୋଣ ରେ ଜାକି ହୋଇ ଯାଆନ୍ତି। ମୋତେ ଜଣା ଥାଏ । ଆଖି ପିଛାଡିବା ମାତ୍ରେ ଲୁହ ସବୁ ବହି ସାଗର ସୃଷ୍ଟି କରିବେ, କିନ୍ତୁ ମୁଁ ଜାକିଦିଏ ଲୁହ ସବୁ, ନନିଗାଡ଼ି ପୁଣି ଯନ୍ତ୍ରଣା ସହ ଫେରାଇ ନିଏ ହୃଦୟ ପାଖକୁ.. ଭାବେ, ପୁଅ କ'ଣ କାନ୍ଦି ପାରେ?? 


ମୁଁ ଖାଇ ସାରିବା ପରେ ଶୋଇବି କହି ଚୁପହେଇ ଯାଏ, ଠିକ ସେହି ସମୟରେ ତୁମେ ମୋତେ ବ୍ୟସ୍ତମଣିଷ କହି, ସ୍ୱାର୍ଥପରର ମୁକୁଟ ପିନ୍ଧାଇ ଢେର ଗାଳି ଦିଅ..... । ଜାଣ, ମୁଁ ଚୁପ ରହିବା ସମୟରେ କ'ଣ କରେ? ଏକୁଟିଆରେ ନିଜକୁ ଭାବେ ଆଉ ନିଜ ଆଖିରେ ଦେଖି ପାରେ ଦୁଃଖର ସ୍ପର୍ଶକୁ ମୋ ଛାତିରେ । ଏକ ମଧ୍ୟବିତ ପରିବାରର ପୁଅ ପାଇଁ ଚାକିରିଟେ ଯେ କେତେ ଆବଶ୍ୟକ, ମୁଁ ଉପଲବ୍ଧି କରି ପାରେ.. ସାଙ୍ଗ ମାନେ ସମୟ ଅପରାହ୍ନରେ ପତ୍ରଝଡା ଦେଲେ, ନିଜେ ନିଜ ର ପ୍ରକୃତ ରୂପ ଦେଖାଇ ଦୂରେଇ ଗଲେ । ସେବେ ବି ଆଖି କଣ ରେ ଜକାଇ ଥିଲା ଲୁହ...... ଆରେ, ମୋତେ ବି ଇଚ୍ଛା ହୁଏ ଜୀବନ କୁ ଉପଭୋଗ କରିବାକୁ, ହସ ଖୁସି ରେ ବଂଚିବାକୁ ଆଉ ପ୍ରେମିକା କୁ ସମୟ ଦେବାକୁ.....କିନ୍ତୁ ମୁଁ ପାରେନିରେ... 


ସ୍ମିତା,ତୁମେ ତ ଝିଅ, ବାପା ଙ୍କ ପଦେ ଗାଳି ରେ ଲୁହ ର ବନ୍ୟା କରି ପାରିବ, ପ୍ରେମିକ ଉପରେ ଅଭିମାନ କରି ଲୁହ ର ବର୍ଷା କରି ପାରିବ, ରାତି ରେ ସବୁ ଟେନ୍ସନ ପୁଅଟିର ମୁଣ୍ଡକୁ ଫିଙ୍ଗି ଦେଇ ଶାନ୍ତି ରେ ଟିକେ ଶୋଇ ପାରିବ.. ତୁମ ଶରୀରକୁ ଟିକେ ଯନ୍ତ୍ରଣା ହେଲେ ତୁମେ ଦୁନିଆ ଆଗରେ କାନ୍ଦି ପାରିବ, କିନ୍ତୁ ଆମର ହାତ କି ଗୋଡ଼ କଟି ରକ୍ତର ବନ୍ୟା ହେଲେ ବି ଆମ ପାଇଁ କାନ୍ଦିବା ମନା....... କାଇଁ ନା ମୁଁ ପୁଅ ରେ?? 


କହି ପାରିବ ସ୍ମିତା,ଗୋଟେ ପୁଅ ଆଖି ର ଲୁହ ର ରଙ୍ଗ କ'ଣ?? 

ସ୍ୱାଦ କେମିତି? ଦେଖିଛ କେବେ କୋଉ ପୁଅ ର ଆଖି ଲୁହ ର ପରିସୀମା....ଦେଖିଛ କେବେ କୋଉ ପୁଅ ଆଖିର ଲୁହ ଭୂମି ସ୍ପର୍ଶ କରେ ନା ଓଠ ପାଖରେ ମିଳେଇ ଯାଏ??  


ଜାଣିଛ ସ୍ମିତା, ମୁଁ ବି କାନ୍ଦେ ରେ, ରାତିର ମଧ୍ୟ ପ୍ରହର ରେ, ଚାରି ଆଡେ ଯେବେ ସବୁ ଶୁନଶାନ, ସମସ୍ତଙ୍କ ଆଖିରେ ନିଦ ଘାରିକି ଥାଏ ମୋ ଆଖିରେ ଲୁହ ଥାଏ. । ଯେବେ ଲୁହ ସବୁ ଆଖି କୋଣ କୁ ଆସି ବହୁତ ଓଜନ ଲାଗେ ଆଉ ସହି ପାରେନି,  ମୁଁ ବି ଆଖି ପିଛାଡି ଦିଏ.... ଲୁହ ସବୁ ବର୍ଷା ପରି ଠପଠପ ହୋଇ ଝଡି ପଡନ୍ତି ମୋ ତେଲିଆ ତକିଆ ଉପରେ । ତକିଆ ଚାତକ ପରି ଚାହିଁ ରହିଥାଏ ଲୁହ ଟୋପେ ପିଇବା ପାଇଁ.. ସେ କୁହେ, ପୁଅ ମାନଙ୍କ ଲୁହ କୁଆଡେ ଖୁବ ସ୍ୱାଦିଷ୍ଟ ରେ...।


ତୁମ ଆଖିର(ଝିଅ ମାନଙ୍କର) ଲୁହ ଝରିବାକୁ ସ୍ଥାନ, କାଳ, ପାତ୍ର ଲୋଡ଼ା ପଡ଼େନି ସିନା, କିନ୍ତୁ ମୋ ଆଖିର ଲୁହ ଝରିବାର ସ୍ଥାନ -ତକିଆ କୋଳ, କାଳ -ରାତ୍ର ର ମଧ୍ୟ ପ୍ରହର, ସାକ୍ଷୀ -କେବଳ ଆଉ କେବଳ ମୁଁ.. । ସେଥିପାଇଁ ରେ ଇଚ୍ଛା ନଥାଇ ବି ବହୁତ ଇର୍ଷା କରେ ତୁମ ଆଖିର ସେ ଲୁହ କୁ...ଲୁହ ର ରଙ୍ଗକୁ.. ଯେବେ ତୁମ ଆଖିରୁ ଲୁହ ଝରେ ମୋତେ ଲାଗେ ପ୍ରତ୍ୟେକ ଟି ଲୁହ ଠୋପା ମୋତେ ଜିଭ ଦେଖାଇ ଖତେଇ ହେଇ ତାତ୍ସଲ୍ୟ କରୁଛନ୍ତି, ଆଉ ମୁଁ ତୁମ ଲୁହ ସାମ୍ନାରେ ଗୋଟେ ପଙ୍ଗୁ ପାଲଟି ଯାଇ ଚୁପଚାପ ଦେଖୁଛି, ନା ଝରିବାକୁ ମନା କରି ପାରୁଛି, ନା ମୋ ହାତ ସେ ଲୁହ କୁ ପୋଛି ପାରୁଛି ।


ସ୍ମିତା ଭାବୁଥିଲା, "ସତରେ ସବୁ ପୁଅ ଏମିତି ନା "......




Rate this content
Log in

More oriya story from Sonali Swain

Similar oriya story from Romance