Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Inspirational

3  

Abhiram Sahoo

Inspirational

ସମୟ କେମିତି

ସମୟ କେମିତି

1 min
6.3K


ଭାବି ମୁଁ ପାରୁନି ସମୟ କେମିତି

ଦୂରେଇ ଦେଉଛି ମୋତେ

କାଲି ପରି ଲାଗେ ବଉଳ ଗଛରୁ

କୋଳି ମୁଁ ତୋଳିଛି କେତେ ।୦।


ଜହ୍ନ ଧରିବାକୁ ହାତ ବଢେଇଛି

ଜହ୍ନ ତ ମଉଳିନାହିଁ

ଚହଲା ପାଣିକୁ ଗୋଡ ବୁଡେଇଛି

ଦେହ ପୂରା ଭିଜିନାହିଁ

ପ୍ରୀତିର ଖେଳ ମୋ ନ ସରୁଣୁ ହେଲି

ଖେଳଣା ସମୟ ହାତେ

ଦୂରେଇ ଦେଉଛି ମୋତେ ।୧।


ସପନଦେଖା ମୋ ଏଯାଏ ସରିନି

ଏଯାଏ ପାହିନି ରାତି

ଏବେ ବି ମନର ମଦିରାରୁ ମୋର

ଲିଭିନି ପ୍ରୀତିର ତାତି

ସବୁ ବୁଝି ଏଇ ସମୟ କେମିତି

ଆଗେଇ ଯାଉଛି ସତେ

ଦୂରେଇ ଦେଉଛି ମୋତେ ।୨।


Rate this content
Log in

Similar oriya poem from Inspirational