ଜୀବନ ଗୀତା-୩୩୭
ଜୀବନ ଗୀତା-୩୩୭
ଜୀବନର ଜାହ୍ନବୀରେ
ନିତି କେତେକେତେ ଢେଉ
ଆସି ପୁଣି ଫେରିଗଲେ
ଝରିଗଲା ଲୁହଲହୁ ॥୦॥
ମଧୁର ସୋରେଇ କେବେ
ମଦିରାର ପାତ୍ର
ଛଲକି ଉଠିଲା ଯେବେ
ରଂଗିଲା ଏ ରାତ୍ର
ଫଗୁଣ ଆସିଲା ଫେରି
କାନନେ କୋଇଲି କୁହୁ ॥୧॥
ତୃଷିତ ପ୍ରାଣରେ ଭରି
ପ୍ରୀତିର ମୂର୍ଚ୍ଛନା
ବିରହ ବଇଁଶୀ ସ୍ୱନେ
ପ୍ରିୟା ତ ଫେରେନା
ପ୍ରେମିକ ପରାଣେ ଭରି
ଅନ୍ତହୀନ ଆହାଉହୁ ॥୨॥