STORYMIRROR

Anil kumar Pradhan

Inspirational

4  

Anil kumar Pradhan

Inspirational

ବଢିଆ ଓଡ଼ିଆ

ବଢିଆ ଓଡ଼ିଆ

1 min
602

ଆସ ସାଙ୍ଗସାଥୀ ଆସ ଭାଇ ବନ୍ଧୁ

ଆସ ମୋ ଓଡ଼ିଆବାସୀ

ଆମ୍ଭ ଖାଦ୍ୟପେୟ ଆମ୍ଭ ବେଶଭୂଷା

ଗାଅ ଭାଷା ଜୟଗୀତି ll

ଜଗତର ନାଥ ପ୍ରଭୁ ଜଗନ୍ନାଥ

ଯେ'ମାଟିରେ ବିଦ୍ୟମାନ

କୁଣ୍ଠାବୋଧ କାହିଁ ପରିଚୟ ପାଇଁ

କର ମାଟି ଜୟଗାନ ll

ଗୋପ ,ଖୁଦିରାମ ସୁଭାଷଙ୍କ ଧାମ

ଜୟ ରାଜଗୁରୁ ଦେଶେ

ମଧୁବାବୁ ଆଦି ସନ୍ତାନଙ୍କୁ ପାଇ

ଲଜ୍ଜା ପରିଚୟେ କେତେ ?

ଗର୍ବ କର ଭାଇ ଓଡ଼ିଆ ବୋଲାଇ

କୋଣାର୍କର ଇତିହାସେ

ଧୋତି ଓ ପଞ୍ଜାବୀ ଓଢ଼ଣା ଚଉଁରା

କେତେ ଗର୍ବ କଥା ସତେ ll

ଓଡିଶୀର କଥା ସଂସ୍କୃତିର ଗାଥା

ବଡ଼ ବଜାର ବି ଥାଇ

ବଡ଼ଭୋଗ ଏଠି ପରିଚୟ ଖୋଜ

ସତେ କେଡେ ଭୀରୁ ଭାଇ Il

ଲମ୍ବା ନଦୀବନ୍ଧ ପୃଥିବୀ ବିଖ୍ୟାତ

ପ୍ରକୃତିର ନାହିଁ କଳନା

କବି ,ବୈଦ୍ୟରାଜ ପଠାଣି ସାମନ୍ତ

ଓଡ଼ିଆରେ ତାରା ଗଣନା ll

ଏତେ ସବୁ ପାଇ କୁହ କିଛି ନାଇଁ

ଭୁଲିଯାଅ ମାଟି ପ୍ରେମ

ପାଶ୍ଚାତ୍ୟରେ ମାତା କ୍ଷୀର ଛାଡି ମଦ

ନାହିଁ ଟିକିଏ ସରମ ll

ଆସ ସାଙ୍ଗସାଥୀ ଆସ ଭାଇବନ୍ଧୁ

ଆସ ମୋ ଓଡିଶାବାସୀ

ଗରବରେ କୁହ ଓଡ଼ିଆ ବଢିଆ

ଛାତିକୁ ଫୁଲାଇ ନିତି ll

-ବନ୍ଦେ ଉତ୍କଳ ଜନନୀ -



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational