Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta Nanda

Romance

5.0  

Susanta Nanda

Romance

ପ୍ରେମିକା

ପ୍ରେମିକା

1 min
7K


ରାସ୍ତା କଡରୁ, ସଢା ଅଳିଆ ଗଦାରୁ

ଆବର୍ଜନା ଭିତରୁ କାଚବୋତଲ ଗୋଟାଇ

ପେଟ ଚାଖଣ୍ଡକ ପାଇଁ ଦାନା ଯୋଗାଡୁଥିବା,

କେଜାଣି କେତେ ଦିନରୁ

ନୁଖୁରା ମୁଣ୍ଡରେ ତେଲ ଟିକେ ବାଜି ନଥିବା

ଝିଅଟାର ବି ଆଖିଏ ସ୍ବପ୍ନ ।

ଆସନ୍ତା କି ଜଣେ ରାଜକୁମାର

ହାତଧରି କରନ୍ତା ନିଜର

ସାଜନ୍ତା ସେ ପ୍ରେମିକା....

ଅଜଣା ସୌଦାଗରର ॥

ରାତ୍ରିର ବତି ସବୁ ଲିଭିଗଲା ପରେ

କେଉଁ ଏକ ରୂପନଗରୀର ନିବୁଜ କୋଠରିରେ

ମଣିଷ ମାଂସ ଖିଆ ମହିଷାସୁର କୋଳରେ

ନିଜକୁ ହଜାଇ ଦେଉଥିବା ରୂପସୀ ବି ସ୍ବପ୍ନ ଦେଖୁଛି.....।

ସତ ଜୀବନରେ ସାଜନ୍ତା କି ପ୍ରେମିକା କାହାର !

ଦେହର ମହୁ ବଦଳରେ ବାଣ୍ଟି ଚାଲନ୍ତା

ଭଲପାଇବାର ମିଠା ମିଠା ମହୁ ସବୁ ॥

ଅନେକ ବିଶ୍ବାସ ଆଉ ସ୍ବପ୍ନ ଭରିଦେଇ 

ମନ ସହିତ ଦେହଟାକୁ ଚୋରାଇ ନେଇଥିବା

ପରଦେଶୀର ବାଟକୁ ଚାହିଁ ରହିଛି

ଆଜି ବି ସୁକୁମାରୀ କୁଆଁରୀକନ୍ୟା ।

ରୁତୁ ପରେ ରୁତୁ ଆସୁଛି ଯାଉଛି.....

କାହିଁ ଆସୁନି ତ ପରଦେଶୀ ଆଉ !!!

ତଥାପି...

ଆଖିର ସପନକୁ

ଛାତିର ସ୍ପନ୍ଦନକୁ

ଆଉ..

ପହିଲି ପ୍ରେମର ସ୍ମୃତି ଟିକକକୁ ସାଥିରେ ନେଇ

ଚାହିଁ ରହିଛି ସେ, ଫେରିବା ବାଟକୁ...

କାହିଁକି ନା... ସେ ବି ତ ଗୋଟେ ପ୍ରେମିକା ॥


Rate this content
Log in

Similar oriya poem from Romance