STORYMIRROR

Susanta Nanda

Others

5.0  

Susanta Nanda

Others

ଦଶଭୁଜା ମା' ଆସୁଛି

ଦଶଭୁଜା ମା' ଆସୁଛି

1 min
14.3K


ବରଷା ନେଲାଣି ମେଲାଣି

ଶରତଟା ଆସି ଗଲାଣି

ନିରିମଳ ଏଇ ଆଶିଣ ଆକାଶେ

ତୋଫା ଜହ୍ନ ହସି ଦେଲାଣି

ଦୂର ନଦୀ ପଠା ପାଟ ଦେଶୁ ଦେଖ

କାଶତଣ୍ଡୀ ନାଚ କଲାଣି ॥

ମଲ୍ଲୀ କଇଁ ଫୁଲ ବାସୁଛି

ଗଙ୍ଗଶିଉଳିଟା ହସୁଛି

ସବୁଜ ଘାସରେ କାକରଟା ସତେ

ହିରା ମୋତି ପରି ଦିସୁଛି

ଏଇ ଧରାଧାମେ ବରଷକ ପରେ

ଦଶଭୁଜା ମାଆ ଆସୁଛି ॥

ମରତରେ ଏଇ ବେଳାରେ

ଲାଗିଲାଣି ଦେଖ ମେଳାରେ

ପୂଜା ମଣ୍ଡପଠୁ ବାଟେଘାଟେ ଖାଲି

ଶୋଭା ପାଏ କାରୁ କଳାରେ

ଆସ ଆସ ମାଆ ଭକତ ଚାହିଁଛି

ଡାକୁଛି ଆକୁଳ ଗଳାରେ ॥

ଦଶହରା ଏଇ ପରବ

ପାଳନ ହୁଅଇ ସରବ

ହସ ଖୁସି ମନେ ଘରେ ଘରେ ଆଜି

ପୂଜା ପାଠ ନୂଆ ଦରବ

ଏତିକି ମିନତି କର ଦୁଃଖ ଇତି

ମାଆ ତୁମେ ଆମ ଗରବ ॥


Rate this content
Log in