STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଅବାସ୍ତବ କଳ୍ପନା

ଅବାସ୍ତବ କଳ୍ପନା

1 min
2.1K


ଯିଏ ଯାହା ଏଠି   ଚାହୁଁଅଛି ଯଦି

ତାକୁ ମିଳି ଯାଉଥାନ୍ତା

ଅନେକ ଭାବନ୍ତି  ଦୁନିଆଟା ଖାଲି

ସୁଖରେ ବୁଡି ରୁହନ୍ତା


ଘାସ ବୃଦ୍ଧି ସିନା   ରୋକଇ ହରିଣ

ବାଘ ରୋକେ ହରିଣକୁ

ବଢିଗଲେ କିଛି  ପ୍ରକୃତି ରୋକଇ

ସନ୍ତୁଳିତ ହୋଇବାକୁ


ଥରେ ଚିନ୍ତା କର   ସମସ୍ତଙ୍କୁ ଯଦି

ମିଳିଯିବ ଅଧିକାର

ଗର୍ବ ଅହଙ୍କାରେ  ତିଷ୍ଠି କି ପାରିବ

ବିଧିର ଏହି ସଂସାର???


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational