STORYMIRROR

kamal kumar dash

Romance

3  

kamal kumar dash

Romance

ସାଥୀଟିଏ

ସାଥୀଟିଏ

1 min
868

କିଏ ବl ନିଜର    କହିବାକୁ ମୋର 

   କେଉଁଠି ସାଥୀଟେ ନାହିଁ 

ଦୂରେ କି ପାଖରେ  କେହି ଜଣେ ଥିଲେ 

   କିଛି ତ ପାରନ୍ତି କହି (୧)


ଆଖିରେ ଆଜି ମୋ    ନିଦ ଆସୁ ନାହିଁ

     ସପନ ଆସିବ କାହିଁ 

ସବୁ ମୋ ସପନ     ଆଖିର ଲୁହରେ 

    ଦୂରେଇ ଯାଇଛି ଭାସି (୨)


କିଛି ଗଲା କଥା     ମୋ ମନର ବ୍ୟଥା 

    କାହାକୁ କହିବି ଆଜି 

 ସାଥୀଟିଏ ଥିଲେ     କହିତ ପାରନ୍ତି

    ନିଜ ମନ କଥା କିଛି (୩ )  


 ପାଖରେ ନହେଲେ    ଦୂରରେ ବି ଥିଲେ

     ନିଜର ମୋ ସାଥିଟିଏ

 ବୁଝାଇ ଦିଅନ୍ତା    ଲୁହ ପୋଛି ଦେଇ

    କେବେ ମନ ଦୁଃଖ ହେଲେ (୪) 



Rate this content
Log in

Similar oriya poem from Romance