ପିକକ୍ ଗ୍ରୀନ୍
ପିକକ୍ ଗ୍ରୀନ୍
ନିର୍ମଳ ଆକାଶ,କାଶତଣ୍ଡିର ସମ୍ଭାର
ଫୁଟି କମଳ ସରୋବର ଦିଶଇ ସୁନ୍ଦର ।
ପ୍ରକୃତି ତମ ଆରାଧନା ପାଇଁ ହୋଇଛି ମଣ୍ଡିତ
ଧରାବତରଣ କରି ମାଗୋ ହୁଅ ଉପନୀତ ।
ମା' ଶକ୍ତି ସ୍ୱରୂପା ଧରା ପୃଷ୍ଠେ ଆସ ଅବତରି
ଦୟା,କ୍ଷମା, ଶାନ୍ତିର ଆଶିଷ କୃପା ସବୁ ତୁମରି ।
ମାଗୋ ତୁମ କୃପା ଦୃଷ୍ଟିରେ ହସୁଛି ଜଗତ
ମୟୂର ପୁଚ୍ଛ ମେଲିଲା ଭଳି ଧରା ହୋଇଛି ବିମଣ୍ଡିତ ।
