Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଅଶାନ୍ତ ଏ ସମାଜ

ଅଶାନ୍ତ ଏ ସମାଜ

1 min
6.5K


ଅଶାନ୍ତ ଏ ସମାଜ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ମଣିଷ ମଣିଷକୁ ଅଚିହ୍ନା,

ମନ ମନକୁ ଅବୁଝା,

ବାଣୀରେ ନାହିଁ ନମନୀୟତା,

ମନରେ ନାହିଁ ନିର୍ମଳତା,

ସଂଗୀତରେ ନାହିଁ ମଧୁରତା,

ପ୍ରେମରେ ନାହିଁ ପବିତ୍ରତା,

ଲେଖନୀରେ ନାହିଁ ଧାର,

ସମସ୍ତେ ଖଣ୍ଡାର ଦୁଇ ଧାର,

ଦେଶପ୍ରେମର ନାହିଁ ଜ୍ୟୋତି,

ସଂପର୍କରେ ଆଜି ଛିଦ୍ରତା,

ରକ୍ତରେ ଆଜି ଶିଥିଳତା,

ଅବୁଝା ରଜା, ପାଳବିଣ୍ଡା ମନ୍ତ୍ରୀ,

କଟୁଆଳ ଆଜି କଟାଳୀ,

ବୈଦ୍ୟ ଆଜି ସାହୁକାର,

ପୁତ୍ର ଆଜି ଅଜାତଶତ୍ରୁ,

ଘରେ ଘରେ ବିଭୀଷଣ,

ଶିକ୍ଷା ଆଜି ବ୍ୟବସାୟ,

ରାଜନୀତି ଆଜି ଲୁଣ୍ଠନ,

ସମାଜ ଆଜି କୁମ୍ଭକର୍ଣ୍ଣ,

ଶୁଭେନାହିଁ ଭୀଷ୍ମପ୍ରତିଜ୍ଞା,

ଦିଶେ କଳାକାହ୍ନୁର ମାୟା,

ଏହାହିଁ ସଂସାରର ଛାୟା !

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy