କଳା ମେଘ ବୋଲେ
କଳା ମେଘ ବୋଲେ
କଳା ମେଘ ବୋଲେ
ଆଭାକାନ୍ତ ମହାନ୍ତି
କଳା ମେଘ ବୋଲେ ଶିଖୀପୁଚ୍ଛ ଭୋଳେ
ଆସ ମହ୍ଲାରେ ମିଶ ଗୋ ପ୍ରିୟତମ,
ଥିରି ଥିରି ବାଆ ବୁହାଇଲି ଯାହା
ପ୍ରେମେ ହୃଦ ଖୋଲି ଗାଅ-ନାଚ-ଝୁମ । ୦ ।
ଝରୁ ପ୍ରୀତି ରୀତି ମିଳନର ଗୀତି
ମାତି ଧରାଛାତି ଦେଉ ଦୁଲୁକାଇ,
ଝରୁ ପୂର୍ଣ୍ଣେ ତୋଷ ସରୁ ଅବସୋସ
ଧରୁ ଇତିହାସ ବିଭୁ ଖେଳ ଏଇ,
ସଖା ଯାଅ ଭୁଲି ଚଖା ଚଇତାଳି
ମଖା ହୃଦୟରେ ଯେଉଁ ଭାରସାମ୍ୟ । ୧ ।
ଚାରୁ ନବନୀତ ତରୁ ପଲ୍ଲବିତ
ଧରୁ ଧରାରାଣୀ ରୂପ ଶ୍ୟାମଳିମା,
ମାଟି ଗନ୍ଧ ଛନ୍ଦ ଲୋଟି ମନ୍ଦମନ୍ଦ
ଲୁଟିନିଏ ସର୍ବ ହୃଦୟ ଗାରିମା,
ଆସ ପ୍ରିୟବର ଭାଷ ତୁମ ସ୍ୱର
ତୋଳ ଚନ୍ଦ୍ରିକା ତୁମରି ମନୋରମ । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****