STORYMIRROR

Saismita Majhi

Romance

3  

Saismita Majhi

Romance

ତୁମ ସ୍ମୃତିରେ

ତୁମ ସ୍ମୃତିରେ

1 min
841

ଦି ଟୋପା ଲୁହ ବହିଯାଏ ତୁମକୁ ସୁମରି

ଦୁଃଖ ମିଶା ଖୁସିର ନା କେବଳ ଦୁଃଖର

         ଜାଣେନା.....!

 

ହୃଦୟର ନିର୍ଜନ କୋଠରୀରେ ତୁମର ସ୍ମୃତି 

ପୁଣି ଫେରି ପାଇବାର ଲାଲସାରେ ନା

ତୁମକୁ ହଜେଇ ଦେବାର ଭୟରେ.......

     ଭୟ ଲାଗେ ଖୋଲିବାକୁ..!!!!!


ସ୍ମୃତିର ଶାମୁକାରେ ଅସରାଏ ଢେଉ ମାଡିଗଲା ପରି

ନା ଅତୀତର ସେହି ଅକୁହା କଥାକୁ ବ୍ୟାଖ୍ୟା କରିବାକୁ ଯାଇ 

ବହିଯାଏ ଦି ଟୋପା ଲୁହ ତୁମକୁ ସୁମରି........।।


ମନେ ପଡ଼ ତୁମେ ସ୍ମୃତିର କ୍ଷୀଣ ଶିଖାଟିଏ ପରି

ଜଳୁଛ ମୋ ହୃଦୟରେ ଆଜୀବନ ପ୍ରେମର ଦ୍ୟୋତକ ସାଜି 

ଲୁହ ନୁହେଁ ଏ ଯେ ତୁମ ସ୍ମୃତିର ଧାର 

ଅପୂର୍ଣ୍ଣ ଇଚ୍ଛାର ସନ୍ତର୍ପଣର ଧାର......!

ଭରିଦିଏ କେତେ ଅଦେଖା କ୍ଷତ ଉପଶମ ଦିଏ ମନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance