STORYMIRROR

pawan mohakul

Romance

4.1  

pawan mohakul

Romance

କେବେ ଦେବ ନାହିଁ ଧୋକା

କେବେ ଦେବ ନାହିଁ ଧୋକା

1 min
340


ଦୂର ଆକାଶରେ ଉଡ଼ି ବୁଲୁଥିଲି ଅମାନିଆ ପକ୍ଷୀ ପରି

ତୁମ ସାଥେ ଯେବେ ଦେଖା ହେଲା ମୋର ପରଗଲା ସବୁ ଝଡି


ଧିରେ ଧିରେ ଆସି କାନ ପାଖେ ମୋର କିମନ୍ତର ଯେଫୁଙ୍କିଦେଲୁ

ମୋ ଅଜାଣତରେ ହୃଦୟକୁ ମୋର ଚୁରେଇକି ନେଇ ଗଲୁ


ପରେ ମୁଁ ଜାଣିଲି ପ୍ରେମର ରାସ୍ତାରେ ପାଦ ମୋ ଯାଇଛି ଖସି

ଦୋଷ ତୋର ନୁହଁ ଯୌବନର ଦୋଷ ହୃଦୟ କହେ ମୋ ହସି


ଧିରେ ଧିରେ ସେହି ପ୍ରେମର ରଙ୍ଗରେ ଦେହ ମୋ ଗଲା ଭରି

ପାଦରେ କଠଉ ଅଳତା ଲଗାଇ ଚାଲିଲି ମୁଁ ଥିରି ଥିରି


ତୁମ କଥା ଭାବି ନିତିଦିନ ମୁଁ ଯେ ଆଇନା କୁ ଦେଖି ହସେ

ସଜବାଜ ହୋଇ ଦେଖା କରିବାକୁ ସାଇ ମନ୍ଦିର କୁ ଆସେ


ଠାକୁରଙ୍କୁ ତୁମେ ଜୁହାର ହୋଇକି ପାହାଚ ଉପରେ ବସ

କମ୍ କଥା କହି ଅଧିକ ସମୟ ମୋ ମୁହଁ କୁ ଚାହିଁ ହସ


ତୁମେ ପାଖେ ଥିଲେ ଦୁନିଆଟା ମୋର ନିଜର ନିଜର ଲାଗେ

ପାଖରେ ନଥିଲେ ଭିଡ ଭିତରେ ବି ଭାରି ଏକା ଏକା ଲାଗେ


ଭୁଲି ଯାଇଥିବା ପୁରୁଣା କଥା କୁ କାଇଁ ଯେ ମନେ ପଡେ ।

ମନ ମୋ କାନ୍ଦେ ଆତ୍ମା ବି କାନ୍ଦେ ହୃଦୟ ତୁମକୁ ଝୁରେ ।।


ଜୀବନରେ ଯେବେ ଝଡ଼ ଆସିଲେ ବି କରିବନି କେବେ ଏକା ।

ନିଜର ଭାବିକି ବିଶ୍ୱାସ କରିଛି କେବେ ଦେବ ନାହିଁ ଧୋକା ।।



Rate this content
Log in