ଅପ୍ରତ୍ୟାଶିତ
ଅପ୍ରତ୍ୟାଶିତ
ଶବ୍ଦ ସବୁ ଲୁଚକାଳି ଖେଳୁଛନ୍ତି
ମୋ କଲମ ମୂନ ସହିତ ,
କେତେ କଥା, କେତେ ବ୍ୟଥା
କେତେ ପୁଣି ଲୁକ୍କାୟିତ କଥା...
କାଗଜ ରେ ପ୍ରସ୍ଫୁଟିତ ହେଉ ହେଉ
ଝଡି ପଡୁଛନ୍ତି କେଉଁଠାରେ।
ଅନ୍ତରର ଭାବକୁ
କବିତାର ରୂପ ଦେଉ ଦେଉ ,
ଲୟ, ମାଧୁର୍ଯ୍ୟ ହଜେଇ ଦେଉଛନ୍ତି।
ଠିକ୍ ଯେପରି ଆନନ୍ଦର ପରିପ୍ରକାଶ,
ହୁଏ ଅଶ୍ରୁରେ ଏବଂ
ଦୁଃଖର ,
କୋହଭରା ସ୍ମିତହାସ୍ୟ ରେ
ମୋ କବିତା ବି, ମୋ ପରି
ଅଝଟ, ଅବୁଝା, ଅପ୍ରତ୍ୟାଶିତ
ହୋଇଯାଇଛି।