STORYMIRROR

Pranati Panda

Tragedy

4  

Pranati Panda

Tragedy

ଇତି

ଇତି

1 min
298


କ୍ଳାନ୍ତ ଅପରାହ୍ନେ ବୟସ ସନ୍ଧ୍ୟାରେ

ତୋଳେ ବେଦନାର ସ୍ଵର,

ବନ୍ଧୁର ପଥରେ ବତୁରି ଗଲାଣି

ଆଖିର କଜଳ ଗାର।୧।


ସ୍ବପ୍ନ ସବୁ ଯେତେ ଝରି ପଡ଼ିଲାଣି

ବତୁରା ଅନୁଭବରେ ,

ଅତୀତର ସ୍ମୃତି କେତେ ଦିନ ରାତି

ନିରବତା ଡେଇଁ ଝରେ।୨।


ମଝି ପାହାଚର କେତେ ପ୍ରତିଶ୍ରୁତି

ମାୟାଘେରା ଏ ଜୀବନେ,

ନିଃଶବ୍ଦ ରାତିରେ ହୃଦୟ ତଳରୁ

ରହି ରହି ପଡ଼େ ମନେ।୩।


ପୁରୁଣା ପୃଷ୍ଠାର ଅବୁଝା ଶବ୍ଦର

ଅଧାଲେଖା କବିତାରେ ,

ମୋର ସେହି ଗୀତ ପୃଷ୍ଠା ଓଲଟାଇ

କିଏ ଗାଇବ ମୋ ପରେ ।୪।


ଲିଭା ଦୀପାଳି ମୁଁ ଦିକି ଦିକି ଜଳେ

କେତେବେଳେ ଲିଭିଯିବି ,

ତଳ ବରଡ଼ାର ଶୁଖିଲା ପତ୍ର ମୁଁ

କେତେବେଳେ ଝଡ଼ିଯିବି ।୫।


କାହା ହୃଦୟର ହୋଇଛିକି ହାର ?

କାହା ନୟନର ତାରା,!

କିଏ ସାଥି ମୋର ବନ୍ଧୁର ପଥର

ଜୀବନ ତ, ମାୟାଘେରା।୬।


ଥିଲେ ଥିବେ କେହି ମୋ, ଦରଦୀ ବନ୍ଧୁ

ଖୋଜିବେ ମୋର କବିତା,

ମୋ ,ମରଣ ପରେ ବେଳ ଅବେଳରେ

ପଢ଼ି କହିବେ ମୋ, କଥା ।୭।


କାହାର କି'କାମେ ଲାଗିଛି ଜୀବନେ

ମୁଁ ମୁଠାଏ ଧୂଳି ଛାର ,

ଫିକା ପାହାନ୍ତିର ମଲା ଜହ୍ନ ମୁଁ ,ଯେ

ଅଲୋଡ଼ା ତୁଠ ପଥର।୮।


ମୋର ଏହି ଗୀତ ଅବୁଝା ସଙ୍ଗୀତ

ଝରିଯାଏ ଲେଖନୀରେ ,

ଦେହ ବିଦେହର ମଝି ପାହାଚରେ

ବେଦନାର ସ୍ଵର ଝରେ ।୯।


ମନ ଇଲାକାରେ କିଛି କଥା ବ୍ୟଥା 

ସାଥେ ନେଇ ଅନୁଭୂତି,

ଜୀବନ ବୀଣାର ଅବୁଝା ରାଗିଣୀ

ଲେଖି ଦେଇଯାଏ ଇତି ।୧୦।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy