Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Romance

3  

Raja Sekhar CH V

Romance

ପ୍ରୀତିକର ପ୍ରତୀକ୍ଷା

ପ୍ରୀତିକର ପ୍ରତୀକ୍ଷା

1 min
384



ଅଶେଷ ହୋଇ ଚାଲିଛି ଏହି ପ୍ରୀତିକର ପ୍ରତୀକ୍ଷା,

ତୁମ ଅନୁରାଗ ଅନୁରକ୍ତି ର ରଖୁ ଅଛି ଆକାଂକ୍ଷା,

ନିଶ୍ଚୟ କର ମୋର ଭାବନା ର ନିରୀକ୍ଷା ସମୀକ୍ଷା,

କରୁଛି ତୁମ ଅନୁମୋଦନ ଅଙ୍ଗୀକାର ର ଅପେକ୍ଷା |୧|


ତୁମକୁ ଦେଖି ଜ୍ଞାତ ହେଲା ଜୀବନ ର ନୂତନ ରଙ୍ଗ,

ମାନସ-ବୀଣା ସୃଷ୍ଟି କରିଲା ସ୍ୱରବଦ୍ଧ ପ୍ରେମ ତରଙ୍ଗ,

ତୁମ ଅସାମାନ୍ୟ ସଦାଚରଣ ର ଅଛି ଅଭିନବ ଢଙ୍ଗ,

ମୋ ଚିନ୍ତାଗ୍ରସ୍ତ ସଦା କହିବାକୁ ଚାହୁଁଛି ତୁମରି ପ୍ରସଙ୍ଗ |୨|


କେବେ ମିଳିବ ଏହି ପ୍ରୀତିକର ପରୀକ୍ଷାରେ ସାଫଲ୍ୟ,

ତୁମ ପ୍ରତି ସମ୍ପୂର୍ଣ୍ଣ ସରଳ ଅଛି ମୋ ପ୍ରଣୟ ର ଉଦ୍ଦେଶ୍ୟ,

ଆଉ କରନି ଅକାଟ୍ୟ ନିର୍ଣ୍ଣୟ ଚୂଡ଼ାନ୍ତ କରିବାରେ ଆଳସ୍ୟ,

ତୁମ ଆନନ୍ଦଦାୟକ ଆଗମନ ମୋ ଜୀବନ ହେତୁ ମାଙ୍ଗଲ୍ୟ |୩|



Rate this content
Log in

Similar oriya poem from Romance