STORYMIRROR

Bijaya Panda

Tragedy

3  

Bijaya Panda

Tragedy

ହେଇ ପାରିଲିନି ତୋ ମଥାର ସିନ୍ଦୂର

ହେଇ ପାରିଲିନି ତୋ ମଥାର ସିନ୍ଦୂର

1 min
665

ସାଥି ହେଇ ଦୀପ ଜାଳିଥିଲେ

ମନ୍ଦିର ଅଗଣାରେ ବସିଥିଲେ

ବିଶ୍ୱନିଅନ୍ତାଙ୍କ ଧ୍ୟାନରେ

କେଜାଣି ତୁ କଣ ମାଗିଥିଲୁ !


ସେଇ ଅଳ୍ପଦିନର ଦେଖାରେ

ମୁଁ ନିଜର ଭାବିନେଇଥିଲି ତୋତେ

ଜାଣେନା ତୁ ମନର କଥା

କଲେଜ ପରେ ତୁ ଚାଲିଗଲୁ ବିଦେଶ

ବୋଧେ ବଡ଼ କିଛି ପାଠ ପଢ଼ିବାକୁ

ସେସବୁ ବଡ଼ ବଡ଼ିଆଙ୍କ ପାଠ

ମୁଁ ବା ବୁଝିବି କାହିଁକି !


ଖାଲି ଏତିକି ବୁଝିଗଲି ଯେ

ତୁ ଆଉ ଫେରିବୁନି ମୋ ପାଖକୁ

ସେଥିରେ ତୋର ବା କି ଦୋଷ

ଏ ସାରା ସଂସାର ତ ସହର ଆଉ ବିଦେଶ ମୁହାଁ


ମୁଁ ତ ସେଇ ଗାଁରେ ରହି ଯାଇଥିଲି

ପ୍ରକୃତି କୋଳରେ ହସି ଖେଳି

ମାଟିର ମଣିଷ ଟିଏ ହେଇ


ଦୀର୍ଘ ଚାରି ବର୍ଷ ପରେ

ଖବରକାଗଜରେ ଦିନେ ବାହାରିଲା

ତୋତେ ଡକ୍ଟର ଉପାଧି ମିଲିଛି

କଲେଜ ସାରଙ୍କଠୁଁ ବୁଝିଲି

ତୁ କାଳେ ବଡ଼ କିଛି ରିସର୍ଚ୍ଚ କରି ସଫଳ ହେଇଛୁ


ମା ଦେହ ଭଲ ରହୁ ନଥିଲା

ଜିଦ୍ଦି କଲା ବହୁ ଟିଏ ଆସିଲେ

ମୁ ଘର ସର୍ଜନା ତାକୁ ସଂପୀ ଦେଇ

ଶାନ୍ତିରେ ନିଶ୍ୱାସ ମାରିବି


ତୋ ଠିକଣା ତ ନଥିଲା ମୋ ପାଖେ

ଥିଲେ ବି

ଚିଠି ଟା କ'ଣ ବିଦେଶ ଯାଇପାରିଥାନ୍ତା !


ମୁଁ ଆଉ ତୋତେ ଅପେକ୍ଷା ନକରି

ଆମ ଗାଁ ସାବୀ ର ହାତଧରି ବାହା ହେଇଗଲି


ତହିଁ ଆର ବର୍ଷ ତୁ ଫେରିଲୁ ବିଦେଶରୁ

ଆମ ନିପଟ ଗାଁ ଗାଁଉଲି ଲୋକଙ୍କ ପାଇଁ

ତୁ ଅର୍ଗାନିକ୍ ଚାଷର ନୂଆ ଫର୍ମୁଲା ନେଇ

ନିଜ ଜନ୍ମ ମାଟି ରେ ଲୋକଙ୍କ ସେବା କରିବାକୁ

ଆଉ,

କିଏ ଜାଣିଥିଲା ତୋର ଗାଁ ପ୍ରତି ଏତେ ପ୍ରେମ

ଏଇଠି ସଂସାର ବସେଇବାକୁ ତୋ ମନରେ ଇଚ୍ଛା


ଗାଁକୁ ଆସିଲା ପରେ

ପ୍ରଥମେ ତୁ ଆମ ଘରକୁ ଆସିଥିଲୁ

ମା'କୁ ମୋ ବିଷୟରେ ପଚାରିଥିଲୁ

ତା'ପରେ ଲୁହାଭିଜା ଆଖିରେ

ଫେରିଯାଇଥିଲୁ ଚୁପ୍ ଚାପ୍

ଗଲାବେଳେ ସାବୀ କୁ କହିଗଲୁ

ଭାଗ୍ୟବତୀ ତୁ..

ତୋ ମଥାର ସିନ୍ଦୂର ସଲାମଲତ ରହୁ ।


ଥରୁଟିଏ କହିଦେଇଥାନ୍ତୁ ମୋତେ

ତୁ ବି ଭଲପାଉ ମୋତେ

ମୁଁ ଅପେକ୍ଷା କରିଥାନ୍ତି

ପାଞ୍ଚ ବରଷ କଣ ପାଞ୍ଚ ଯୁଗକୁ

ଅବଶୋଷ ରହିଗଲା

ହେଇପାରିଲିନି ତୋ ମଥାର ସିନ୍ଦୂର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy